ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୨୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ମଙ୍ଗଳବାର ସକାଳେ ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ ଏବଂ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ମଧ୍ୟବର୍ତ୍ତୀ ଏକ କେନାଲରୁ ହୀନଙ୍କ ମୃତଦେହକୁ ପାଟପୁର ପୋଲିସ ଜବତ କରିଥିଲେ। ଏନେଇ ହୀନଙ୍କ ଶ୍ୱଶୁର ପି.ମାଧବ ପାତ୍ର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା , ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା,ଶେରଗଡ଼ ଥାନା ଆଇଆଇସି ବୀରେନ୍ଦ୍ର ଶିଆଳ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ହୀନଙ୍କ ବାଇକ୍‌, ହେଲମେଟ୍‌,ଚଷମା,୨ଟି ନୂଆ ଶର୍ଟ ଜବତ କରି ଫେରିଥିଲେ।

ପୋଲିସ ସୂଚନା ପ୍ରକାରେ ହୀନ ବାଇକ୍‌ ଯୋଗେ ବ୍ରହ୍ମପୁର ଯାଇଥିଲେ। ସେ ରାତିରେ ଘରକୁ ଫେରିବି ବୋଲି କହିଥିଲେ। କିନ୍ତୁ ରାତିରେ ସେ ଘରକୁ ଫେରି ନ ଥିଲେ। ଗତ ୨୦୧୯ରେ ହୀନ ତାଙ୍କ ମାମୁର ବଡ଼ ଝିଅ ପି.ପୂଜା ପାତ୍ରଙ୍କୁ ବିବାହ କରିଥିଲେ ମଧ୍ୟ ନିଃସନ୍ତାନ ଥିଲେ। ହୀନ ତାଙ୍କ ଶାଳୀଙ୍କୁ ଏକ ପାଖିଆ ପ୍ରେମ କରୁଥିଲେ ଏବଂ ତାଙ୍କୁ ପାଇବାକୁ ପୂର୍ବରୁ ଯୋଜନା କରିଥିଲେ। ଅନ୍ୟପକ୍ଷରେ ଶାଳୀ ତାଙ୍କ ମାମୁଘର ସୁନାନ୍ତର ଗ୍ରାମରେ ରହି ପାଠ ପଢୁଥିଲେ। ଦୀପକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉଭୟେ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ଏଥିରେ ସହମତି ପ୍ରକାଶ କରି ନଥିଲେ। ହୀନ ଏହା ଜାଣିବା ପରେ ଶାଳୀଙ୍କୁ ପାଇବା ପାଇଁ ଯୋଜନା କରିଥିଲେ। ଦୀପକଙ୍କ ସହ କିଛିଦିନ ଫେରାର ହୋଇଯିବାକୁ ଶାଳୀଙ୍କୁ ପରାମର୍ଶ ଦେଇଥିଲେ। ଏଥି ନିମନ୍ତେ ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ।

ହୀନଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣିବା ପରେ ଶାଳୀ ତାଙ୍କ ପ୍ରେମିକ ଦୀପକଙ୍କୁ ସମସ୍ତ ଘଟଣା କହିଥିଲେ। ହୀନଙ୍କୁ ରାସ୍ତାରୁ ହଟାଇବାକୁ ତାଙ୍କ ପ୍ରେମିକାଙ୍କୁ ଦୀପକ କହିଥିଲେ। ଏଥି ନିମନ୍ତେ ଦୀପକ ତାଙ୍କ ସାଙ୍ଗ ପିଙ୍କୁ ସହ କଥା ହୋଇ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ ଟାରେ ଦୀପକ ହୀନଙ୍କୁ କାଳିଆ ଘାଇ ବ୍ରିଜ୍‌ ନିକଟକୁ ଡାକିଥିଲେ। ହୀନ ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀପକ ଏବଂ ତାଙ୍କ ସାଙ୍ଗ ପିଙ୍କୁୁ ହୀନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ଘୋଷାଡ଼ି ନେଇ ବ୍ରିଜ୍‌ ଉପରୁ କେନାଲକୁ ଫୋପାଡ଼ି ଦେଇଥିଲେ। କେନାଲରେ ପାଣି ନ ଥିଲା। ପରେ ବ୍ରିଜ ତଳକୁ ଯାଇ ଦେଖିବାରୁ ହୀନ ଜୀବିତ ଥିବା ଜଣାପଡ଼ିଥିଲା। ଦୀପକ ତାଙ୍କ ଫୁଲ ଶର୍ଟ କାଢ଼ି ସେଥିରେ ହୀନଙ୍କ ବେକକୁ ଚାପି ମାରିଦେଇଥିଲେ। ପରେ ଉଭୟେ ସେଠାରୁ ବାଇକ୍‌ ଯୋଗେ ଚମ୍ପଟ ମାରିଥିଲେ। ଗଲାବେଳେ ଦୀପକ ତାଙ୍କ ରକ୍ତଲଗା ଶର୍ଟ ଏବଂ ସାଙ୍ଗରେ ଘଟଣାସ୍ଥଳରୁ ନେଇ ଆସିଥିବା ହୀନଙ୍କ ମୋବାଇଲକୁ ନଈବନ୍ଧ ଗ୍ରାମର ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ପୋଲିସ ବୁଧବାର ଘଟଣାସ୍ଥଳରେ କ୍ରାଇମ୍‌ ରିକ୍ରିଏସନ ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିଲେ। ସେମାନଙ୍କ ନିକଟରୁ ଦୀପକଙ୍କ ରକ୍ତ ଭିଜା ଶର୍ଟ ଏବଂ ହୀନଙ୍କ ମୋବାଇଲ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?