Categories: ଫୁରସତ

ଚ୍ଛମକୋ ଚ୍ଛଲୋ ଗୀତରେ ଏମିତି ଡ୍ୟାନ୍ସ କଲେ ଭାଉଜ: ଅଙ୍ଗଭଙ୍ଗୀ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆ ବେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ରାରାତି ଷ୍ଟାର କରିଦିଏ। ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଶାହାରୁଖ ଖାନଙ୍କ ଫିଲ୍ମ ରାବଣର ଚ୍ଛମକୋ ଚ୍ଛଲୋ ଗୀତରେ ଜଣେ ମହିଳା ନାଚୁଛନ୍ତି। ଡ୍ୟାନ୍ସ ଭିଡିଓରେ ତାଙ୍କର ଅଙ୍ଗଭଙ୍ଗୀ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।
ଭାଇରାଲ ଭିଡିଓରେ ଗୋଲାପୀ ରଙ୍ଗର ଶାଢି ପିନ୍ଧିଥିବା ମହିଳା ଶାହାରୁଖ ଖାନଙ୍କ ରାବଣ ଚଳଚ୍ଚିତ୍ରର ଚ୍ଛମକୋ ଚ୍ଛଲୋ ଗୀତରେ ନାଚୁଛନ୍ତି। ଭିଡିଓରେ ଆଉ ଜଣେ ମହିଳା ବ୍ରାଉନ ରଙ୍ଗର ଶାଢି ପିନ୍ଧି ତାଙ୍କ ଫଲୋ କରିବାକୁ ଚେଷ୍ଟା କରୁଛନ୍ତି। ଇନଷ୍ଟାଗ୍ରାମରେ ହେମୁ ଥାପଲିୟାଲ ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହି ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହି ଭିଡିଓ ଦେଖି ଲୋକେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ କହିଲେ ଭାଉଜ ହୃଦୟ ନେଇଗଲେ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଭାଉଜଙ୍କ ଚମତ୍କାର ଡ୍ୟାନ୍ସ।

Share