ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ ସ୍କୁଟି ଯୋଗେ ସର୍ମ୍ପକୀୟ ଭାଇ,ଭଉଣୀ ଏକ ବ୍ୟାଗରେ ହୁମ୍ମାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ କୌଣସି ପ୍ରକାରେ ସୂଚନାପାଇ ପୋଲିସ ଛତ୍ରପୁର କଲେଜ ଛକ ନିକଟରେ ଚଢାଉ କରିଥିଲା। ବ୍ୟାଗରେ ୧୨ କେଜି ଗଞ୍ଜେଇ ସହ ସ୍କୁଟି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ୨ଜଣ ଗିରଫ ହେଲେ ବେଙ୍ଗାଲୁରୁର ଇର୍ସାରାଦ ହୁସେନ ଓ ପ୍ରିୟଙ୍କା। ଏହି ଗଞ୍ଜେଇ ସେମାନେ ଫୁଲବାଣୀରୁ ଆଣିଥିବା ଭ୍ରାମ୍ୟମାଣ ସଂସ୍ଥା ଏସଆଇ ସୂର୍ଯ୍ୟ ନାରାୟଣ ରଥ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ। ଗିରଫ ପରେ ସେମାନଙ୍କ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉବେଳେ ଭ୍ରାମ୍ୟମାଣ ଥାନାର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

