ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ ଅଧୀନ ଝରପଦର ଗାଁରେ ଦେଖିବାକୁ ମିଳିଛି। ଏକ ଭୂମିହୀନ ପରିବାରରେ ୯ ମାସ ମଧ୍ୟରେ ମା’ ବାପାଙ୍କ ଅକାଳ ବିୟୋଗରେର ଝିଅ ସୁଇଟି (୧୭) ଓ ପୁଅ କାଳିଆ (୧୪) ରି ଅସହାୟ ହୋଇପଡିଛନ୍ତି। ପରିବାରର ମୁଖ୍ୟ ରୋଜଗାରିଆ ରବି ମହାକୁଡ (୪୫) ଋଣଭାର ଓ ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ ୯ ମାସ ତଳେ ଖଲିକୋଟ ଅଞ୍ଚଳର ଏକ ଠିକାଦାରଙ୍କ ସହାୟତାରେ ହାଇଦ୍ରାବାଦର ଏକ ଘୋରେଇ କମ୍ପାନୀରେ ଶ୍ରମିକ ଭାବେ କାମକୁ ଯାଇଥିଲେ। କାମ କରୁଥିବା ସମୟରେ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିବା ଝୁନୁ ମହାଙ୍କୁଡ (୩୯) ଆନ୍ତ୍ର କ୍ୟାନ୍ସରରେ ପୀଡ଼ିତ ହୋଇଥିବା ଜାଣିବାକୁ ମିଳିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ଦୀର୍ଘଦିନ ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ମୃତ୍ୟୁବରଣ କରିଛନ୍ତି। ରବି ଓ ଝୁନୁ ଭୂମିହୀନ ଥିଲେ। ନିଜ ଘର ନ ଥିବାରୁ ଭଡ଼ାଘରେ ରୁହିଥିଲେ। ଗାଁଗାଁ ବୁଲି ଚୁଡ଼ି ବିକି ପରିବାର ପୋଷଣ କରୁଥିଲେ। ଦୁଇଜଣଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ମୁରବୀ ଶୂନ୍ୟ ଓ ଆଶ୍ରୟ ବିହୀନ ହୋଇପଡ଼ିଛି। ଝିଅ ସୁଇଟି ଦଶମ ଶ୍ରେଣୀ ପାସ୍‌ କରିଛନ୍ତି l ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ପଢ଼ା ବନ୍ଦ କରିବାକୁ ବାଧ୍ୟ ହୋଇଛି। ପୁଅ ବର୍ତ୍ତମାନ ଦଶମ ପରୀକ୍ଷା ଦେବ। କିନ୍ତୁ ମା ବାପାଙ୍କ ଅନୁପସ୍ଥିତି ଓ ଅର୍ଥ ଅଭାବରୁ ତାଙ୍କର ଭବିଷ୍ୟତ ଅନ୍ଧକାରମୟ। ପରିବାର ଏତେ ଆର୍ଥିକ ସ୍ଥିତି ଦୟନୀୟ ଯେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଶବଦାହ କରିବା ପାଇଁ ପାଖରେ ଟଙ୍କାଟିଏ ନାହିଁ l ଶେଷ ଦାହ ସଂସ୍କାର ଓ ପରବର୍ତ୍ତୀ କାର୍ଯ୍ୟ ନିମନ୍ତେ ଖର୍ଚ୍ଚ ଯୋଗାଡ଼ କରିବାର ସମ୍ବଳ ନ ଥିବାରୁ ଦୁଇ ପିଲା ବର୍ତ୍ତମାନ ଭାଙ୍ଗିପଡ଼ିଛନ୍ତି। ଏହି ଭଳି ପରିସ୍ଥିତିରେ ଦୁଇ ପିଲା ଆର୍ଥିକ ସହାୟତା, ଶିକ୍ଷା ସୁବିଧା, ଆଶ୍ରୟ, ମୃତ୍ୟୁ ଅନୁଗ୍ରହ, ଦାହ ସଂସ୍କାର ସହାୟତା ପାଇଁ ସରକାରୀ ହସ୍ତକ୍ଷେପ ଓ ମାନବିକ ସହାୟତା ଅପେକ୍ଷାରେ ଅଛନ୍ତି। ସ୍ଥାନୀୟ ଗ୍ରାମବାସୀ ସହ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ଶୀଘ୍ର କାର୍ଯ୍ୟକାରୀ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri