ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ

ଚାଟେରକ୍ସ,୧ା୯(ପି.ଟି.): ପ୍ୟାରିସ୍‌ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍‌। ଏସ୍‌ଏଚ୍‌୧ ବର୍ଗର୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିବା ସହ ବ୍ରୋଞ୍ଜ ପଦକ ହାତେଇଥିଲେ। ଚଳିତ ସଂସ୍କରଣରେ ଶୁଟିଂରେ ଏହା ଭାରତର ଚତୁର୍ଥ ପଦକ। ପୂର୍ବରୁ ଅଭନି ଲେଖରା, ମୋନା ଅଗ୍ରଓ୍ବାଲ ଓ ସୁମିତ ନରଓ୍ବାଲ ପଦକ ବିଜୟୀ ହୋଇଥିଲେ।
୮ଜଣ ଶୁଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ରୁବିନା ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮ ତମ ରାଉଣ୍ଡ ପର୍ଯ୍ୟନ୍ତ ରୁବିନା ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ୧୯ ଓ ୨୦ ତମ ଶଟ୍‌ରେ ରୁବିନା ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହି ଦୁଇ ଶଟ୍‌ରେ ସେ ୯.୮ ଓ ୮.୯ ପଏଣ୍ଟ ସ୍କୋର କରିଥିଲେ। ତୁର୍କୀର ଓଜଗାନ ଅୟସେଲ ୨୩୧.୬ ପଏଣ୍ଟ ସହ ରୌପ୍ୟ ଓ ଇରାନର ଜାଭନାମର୍ଡି ସାରେହ ୨୩୬.୮ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏସ୍‌ଏଚ୧ ବର୍ଗରେ ଆଥଲେଟ

ନିଜର ବନ୍ଧୁକ ଧରି ପାରୁଥିଲେ ମଧ୍ୟ ଭିନ୍ନକ୍ଷମତା କାରଣରୁ ହ୍ବିଲଚେୟାର କିମ୍ବା ଚେୟାରରେ ବସି ଶୁଟ କରିଥାନ୍ତି। ପୂର୍ବରୁ ୬ ନମ୍ବର ସ୍ଥାନରେ ରହି ରୁବିନା ଫାଇନାଲକୁ ଉନ୍ନୀତ ହୋଇଥିଲେ। ରୁବିନା ୫୫୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ। ଏହା ମଧ୍ୟରେ ସେ ୧୩ ଥର ଇନର ୧୦ ସ୍କୋର କରିଥିଲେ। ଇରାନର ଜାଭନାମର୍ଡି ସାରେହ ୫୭୦ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri