Posted inଖେଳ

ଭାରତ ମହିଳା ‘ଏ’, ପୁରୁଷ ‘ବି’ ଦଳକୁ ବ୍ରୋଞ୍ଜ

ମାମାଲ୍ଲାପୁରମ, ୧୦ା୮(ପି.ଟି.): ଚେନ୍ନାଇର ମାମାଲ୍ଲାପୁରମଠାରେ ଚେସ୍‌ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଏଥିରେ ଭାରତର ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମହିଳା ‘ଏ’ ଏବଂ ପୁରୁଷ ‘ବି’ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତରେ ପ୍ରଥମଥରପାଇଁ ଚେସ୍‌ ଅଲିମ୍ପିଆଡ୍‌ ଅନୁଷ୍ଠିତ ହୋଇଥିଲା।
ଭାରତୀୟ ‘ବି’ ଦଳ ଏହାର ଅନ୍ତିମ ରାଉଣ୍ଡ ମ୍ୟାଚରେ ଜର୍ମାନୀକୁ ୩-୧ରେ ପରାସ୍ତ କରି ତୃତୀୟ ସ୍ଥାନ ସ୍ପଷ୍ଟ କରିଥିଲା। ସମସ୍ତଙ୍କୁ ବିସ୍ମିତ କରି ଉଜ୍‌ବେକିସ୍ତାନ ପୁରୁଷ ବିଭାଗରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶେଷ ରାଉଣ୍ଡରେ ଏହି ଦଳ ନେଦରଲାଣ୍ଡ୍ସକୁ ୨-୧ରେ ହରାଇ ଶୀର୍ଷସ୍ଥାନ ଅଧିକାର କରିଛି। ଆର୍ମେନିଆ ଦଳକୁ ରୌପ୍ୟ ପଦକ ମିଳିଛି। ଉଜ୍‌ବେକିସ୍ତାନ ଓ ଆର୍ମେନିଆ ୧୧ ରାଉଣ୍ଡରୁ ୧୯ ପଏଣ୍ଟ ଲେଖାଏ ପାଇ ପ୍ରତିଯୋଗିତା ଶେଷ କରିଥିଲେ। ମାତ୍ର ଉନ୍ନତ ଟାଇବ୍ରେକର ପଏଣ୍ଟରେ ଉଜ୍‌ବେକିସ୍ତାନ ଆଗରେ ରହିଛି। ପୂରା ଟୁର୍ନାମେଣ୍ଟରେ ଏହି ଦଳ ଅପରାଜେୟ ରହିଥିଲା। ଭାରତ ‘ବି’ ୧୧ ରାଉଣ୍ଡରୁ ୧୮ ପଏଣ୍ଟ ପାଇଛି। ଆର୍ମେନିଆ ଏହାର ଶେଷ ମ୍ୟାଚରେ ସ୍ପେନ୍‌କୁ ୨.୫-୧.୫ରେ ହରାଇ ଦେଇଥିଲା। ଭାରତ ‘ଏ’ ଦଳ ୧୧ ରାଉଣ୍ଡରୁ ୧୭ ପଏଣ୍ଟ ପାଇ ୪ର୍ଥ ଏବଂ ‘ସି’ ଦଳ ୧୪ ପଏଣ୍ଟରେ ରହି ୩୧ତମ ସ୍ଥାନ ପାଇଛି।
୧୦ମ ରାଉଣ୍ଡ ଶେଷସୁଦ୍ଧା ସ୍ବର୍ଣ୍ଣ ପଦକ ଦୌଡ଼ରେ ଥିବା ଟପ୍‌ ସିଡ୍‌ ଭାରତ ‘ଏ’ ଦଳ ୧୧ତମ ରାଉଣ୍ଡରେ ଆମେରିକାଠାରୁ ୧-୩ରେ ହାରିଯିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା। ଯୁଦ୍ଧ ପ୍ରଭାବିତ ୟୁକ୍ରେନ ଭାବପ୍ରବଣ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଜର୍ଜିଆ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି। ୟୁକ୍ରେନ ଓ ଜର୍ଜିଆ ୧୧ ରାଉଣ୍ଡରୁ ୧୮ ପଏଣ୍ଟ ଲେଖାଏ ପାଇଥିଲେ। ମାତ୍ର ଟାଇବ୍ରେକର ପଏଣ୍ଟରେ ବାଜି ମାରିଥିଲା ୟୁକ୍ରେନ। ଭାରତ ‘ଏ’ ୧୧ ରାଉଣ୍ଡରୁ ୧୭ ପଏଣ୍ଟ ପାଇଥିଲା। ଭାରତ ‘ବି’ ଦଳ ୧୧ ରାଉଣ୍ଡରୁ ୧୬ ଏବଂ ‘ସି’ ଦଳ ୧୫ ପଏଣ୍ଟ ପାଇ ଯଥାକ୍ରମେ ୮ମ ଏବଂ ୧୭ତମ ସ୍ଥାନରେ ରହିଥିଲା।
ଅଲିମ୍ପିଆଡ୍‌ରେ ଭାରତର ଏହାଥିଲା ଦ୍ୱିତୀୟ ବ୍ରୋଞ୍ଜ ପଦକ। ୨୦୧୪ରେ ମଧ୍ୟ ଭାରତକୁ ଏହି ସଫଳତା ମିଳିଥିଲା। ୨୦୧୪ ଅଲିମ୍ପିଆଡ୍‌ରେ ପଦକ ପାଇଥିବା ଦଳରେ ବି. ଅଧିବନ ସାମିଲ ଥିଲେ। ମାତ୍ର ପ୍ରତିଯୋଗିତାରେ ଚମତ୍କାର ଫର୍ମ ଦେଖାଇଥିବା ଯୁବ ଖେଳାଳି ଡି. ଗୁକେଶ, ଆର. ପ୍ରଜ୍ଞାନନ୍ଦ, ନିହାଲ ସରିନ ଓ ରୌନକ ସାଧ୍ୱାନୀଙ୍କ ପାଇଁ ଏହା ପ୍ରଥମ ଅଭିଜ୍ଞତା ଥିଲା। ଆମେରିକା ବିପକ୍ଷ ଅନ୍ତିମ ରାଉଣ୍ଡରେ ଭାରତ ‘ଏ’ର ଅର୍ଜୁନ ଇରିଗାସି ବିଜୟୀ ହୋଇଥିଲେ ଏବଂ ପେଣ୍ଟାଲା ହରିକ୍ରିଷ୍ଣା ଓ ଭିଦିତ ସନ୍ତୋଷ ଗୁଜରାଠୀ ମ୍ୟାଚ ଡ୍ର ରଖିଥିଲେ। ତେବେ ଏସ.ଏଲ. ନାରାୟଣନ ହାରି ଯାଇଥିଲେ। ଜର୍ମାନୀ ବିପକ୍ଷରେ ଭାରତ ‘ବି’ର ନିହାଲ ସରିନ ଓ ରୌନକ ସାଧ୍ୱାନୀ ବିଜୟୀ ହୋଇଥିଲେ ଏବଂ ଡି. ଗୁକେଶ ଓ ଆର. ପ୍ରଜ୍ଞାନନ୍ଦ ମ୍ୟାଚ ଡ୍ର ରଖିଥିଲେ। କାଜାଖସ୍ତାନ ବିପକ୍ଷରେ ଭାରତ ‘ସି’ର ମୁରଲୀ କାର୍ତ୍ତିକେୟନ ବିଜୟୀ ହୋଇଥିଲେ ଏବଂ ଏସ.ପି. ସେଥିରମଣ ଓ ପୁରାଣିକ ଅଭିମନ୍ୟୁ ମ୍ୟାଚ ଡ୍ର ରଖିଥିଲେ। ସୂର୍ଯ୍ୟ ଶେଖର ଗାଙ୍ଗୁଲି ମ୍ୟାଚ ହାରି ଯାଇଥିଲେ।
ଆମେରିକା ବିପକ୍ଷ ଅନ୍ତିମ ରାଉଣ୍ଡରେ ଭାରତ ‘ଏ’ ମହିଳା ଦଳର କୋନେରୁ ହମ୍ପି ଏବଂ ଆର. ବୈଶାଳୀ ଡ୍ର ରଖିଥିବାବେଳେ ତାନିଆ ସଚଦେବ ଓ ଭକ୍ତି କୁଲକର୍ନୀଙ୍କ ପରାଜୟ ଭାରତୀୟ ‘ଏ’ ଦଳର ସ୍ବର୍ଣ୍ଣ ପଦକ ଆଶାକୁ ଧକ୍କା ପହଞ୍ଚାଇଥିଲା। ଭାରତ ‘ବି’ ଦଳ ଏହାର ଶେଷ ରାଉଣ୍ଡ ମ୍ୟାଚକୁ ସ୍ଲୋଭାକିଆ ବିପକ୍ଷରେ ୨-୨ରେ ଡ୍ର ରଖିଥିଲା। ଦିବ୍ୟା ଦେଶମୁଖ ବିଜୟୀ ହୋଇଥିବାବେଳେ ଭାନ୍ତିକା ଅଗ୍ରଓ୍ବାଲଓ ମାରିଆନ ଗୋମ୍ସ ମ୍ୟାଚ ଡ୍ର ରଖିଥିଲେ ଏବଂ ପଦ୍ମିନୀ ରାଉତ ହାରି ଯାଇଥିଲେ। ଭାରତ ‘ସି’ କାଜାଖସ୍ତାନଠାରୁ ୧.୫-୨.୫ରେ ପରାଜିତ ହୋଇଥିଲା। ପ୍ରତ୍ୟୁଷା ବୋଡ଼ା ବିଜୟୀ ହୋଇଥିବାବେଳେ ସହିଥି ବର୍ଷିନୀ ମ୍ୟାଚ ଡ୍ର ରଖିଥିଲେ। ତେବେ ଇଷା କାର୍ଭାଡେ ଓ ପି.ଭି. ନନ୍ଦିଥା ମ୍ୟାଚ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri