ଭଙ୍ଗା ନଡ଼ାଛପର ଘରେ ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ

ରାଜକନିକା,୧୧।୧୨(ସଞ୍ଜୟ କୁମାର ଦାଶ): ସାଧାରଣ ଗରିବ ଶ୍ରେଣୀର ଲୋକମାନଙ୍କୁ ଆବାସ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଯୋଜନା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଧୀନ ସିହୋପଡ଼ା ଗଁାର ସତ୍ୟବ୍ରତ ଜେନା (୪୩) ଭଙ୍ଗା ନଡ଼ା ଛପର ଘରେ ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ କଳାତିପାତ କରୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଟିଏ ପାଇବା ଲାଗି ବାରମ୍ବାର ଆବେଦନ କିରିଥିଲେ ମଧ୍ୟ ତାହା ତାଙ୍କୁ ମିଳୁନାହିଁ। ପାଖରେ ସମ୍ବଳ ନ ଥିବାରୁ ଘର ଛପର କରିପାରୁ ନ ଥିବା ବେଳେ ବେଳାଏ ଖାଇଲେ ଆଉ ବେଳାକୁ ଉପବାସ ରହିବାକୁ ପଡୁଛି।
ଦିନ ଥିଲା, ସତ୍ୟବ୍ରତଙ୍କ ପରିବାର ବେଶ୍‌ ହସଖୁସିରେ ଚାଲିଥିଲା। ସତ୍ୟବ୍ରତ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କୋଲ୍‌କାତାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ୭ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ପରିବାରର ଭାଗ୍ୟ। ଦୁର୍ଘଟଣାରେ ଗୁରୁତର ହୋଇ କୋମାକୁ ଚାଲିଗଲେ ସତ୍ୟବ୍ରତ। ଯାହାକିଛି ଥିଲା ସବୁ ବିକିଭାଙ୍ଗି ପତ୍ନୀ ତାଙ୍କର ଚିକିତ୍ସା କରାଇଲେ। ଏବେ ସତ୍ୟବ୍ରତ ବିଛଣାରୁ କୌଣସି ପ୍ରକାର ଉଠୁଛନ୍ତି। ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ପରିବାର କହିଲେ ସ୍ତ୍ରୀ ଅନିତା, ଦୁଇ ବଢ଼ିଲା ଝିଅ ସହ ଓ ୧୦ ବର୍ଷର ପୁଅ। ରୋଜଗାର କହିଲେ ଶୂନ। ଦୁଇ ଝିଅ ଭଲ ପାଠ ପଢୁଥିଲେ ମଧ୍ୟ ବାଧକ ସାଜିଛି ଦାରିଦ୍ର୍ୟ। ୟାଠୁ ତା’ଠୁ ମାଗିଯାଚି ଦୁଇଝିଅଙ୍କୁ କଲେଜରେ ପାଠ ପଢ଼ାଉଛନ୍ତି। ସତ୍ୟବ୍ରତ ଭିନ୍ନକ୍ଷମ ହୋଇଯିବା ପରେ ଅନ୍ୟର ସାହାଯ୍ୟ ସହଯୋଗକୁ ଅପେକ୍ଷା କରିଛନ୍ତି ପୂରା ପରିବାର। କେବଳ ସତ୍ୟବ୍ରତ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଏହାବାଦ୍‌ ପରିବାରରେ ପାଞ୍ଚଜଣ କୁଟୁମ୍ବ ଥିଲେ ବି ଚାରିଜଣଙ୍କୁ ମିଳୁଛି ରାଶନ୍‌ ଚାଉଳ। ଅର୍ଥ ନ ଥିବାରୁ ବିଦ୍ୟାଳୟରୁ ପୁଅ ନାମ କାଟି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ରାଶନ ଗଣ୍ଡାକ ହିଁ ପରିବାର ପ୍ରତିପୋଷଣରେ ସାହାଭରସା ପାଲଟିଛି। ରହୁଥିବା ଘର ଅର୍ଥ ଅଭାବରୁ ଛପର ହୋଇପାରିନି। ଘର କାନ୍ଥ ଫାଟି ଆଁ କଲାଣି। ଏ ସମ୍ପର୍କରେ ବହୁବାର ପଞ୍ଚାୟତ, ବ୍ଲକ ପ୍ରଶାସନକୁ ଗୁହାରି କରିଥିଲେ ବି ଆଜିପର୍ଯ୍ୟନ୍ତ ସରକାରୀ ସ୍ତରରେ ଆବାସ ଯୋଜନାରେ ଘର ଖଣ୍ଟିଏ ମିଳିଲାନାହିଁ। ଥିଲାବାଲା ସରକାରୀ ଆବାସ ହାତେଇଥିବା ବେଳେ ସତ୍ୟବ୍ରତଙ୍କ ପାଇଁ ତାହା ସାତସପନ ହୋଇଥିବା ପତ୍ନୀ ଅନିତା କହିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସତ୍ୟବ୍ରତ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri