ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି। ଏପରିକି କେତେକ ପୋଲ ଉପରେ ମଧ୍ୟ ବର୍ଷାଜଳ ପ୍ରବାହିତ ହୋଇଛି। ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ସାରସପାଲି ବାଘପଡ଼ା ନାଳାରେ ରହିଥିବା ଭଙ୍ଗାପୋଲ ଯୋଗୁ ଏହି ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଛି। ସେହି ଭଙ୍ଗା ପୋଲ ଉପରେ ୭ ଫୁଟ ପାଣି ପ୍ରବାହିତ ହେଉଛି।
ଅନ୍ୟପକ୍ଷରେ ମଙ୍ଗଳବାର ବାଘପଡାରେ ଗ୍ରାମର ରଘୁ ଭୁଏଙ୍କ ଝିଅର ବାହାଘର ରହିଛି। ବରପାଲିରୁ ବରଯାତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଗ୍ରାମଟି ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଥିବା ଯୋଗୁ ଜଳସ୍ରୋତ ନ କମିଲେ ବରଯାତ୍ରୀ ଦଳ କିଭଳି ଗ୍ରାମକୁ ପହଞ୍ଚିବେ, ସେହି ଚିନ୍ତା ପରିବାର ଲୋକଙ୍କୁ ଘାରିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 

Share