Posted inଖେଳ

ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ ବ୍ରଡ ଏବଂ ଜେମ୍ସ ଆଣ୍ଡରସନ ଏକ ବିଶେଷ ସଫଳତା ହାସଲ କରିଛନ୍ତି। ସେ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ସହ ଜଡିତ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ସର୍ବାଧିକ ଟେଷ୍ଟ ମ୍ୟାଚ ଏକାଠି ଖେଳିବା ଦୃଷ୍ଟିରୁ ବ୍ରଡ ଏବଂ ଆଣ୍ଡରସନ ଦୁଇ ନମ୍ବରରେ ପହଞ୍ଚିଛନ୍ତି।
ଆଣ୍ଡରସନ ଏବଂ ବ୍ରଡ ଏପର୍ଯ୍ୟନ୍ତ ଏକାଠି ୧୩୮ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେମାନଙ୍କ ଆଗରେ କେବଳ ଦ୍ରାବିଡ଼ ଏବଂ ସଚିନ ଅଛନ୍ତି। ସଚିନ ଏବଂ ଦ୍ରାବିଡ ୧୪୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ପରିପ୍ରେକ୍ଷୀରେ, ଜ୍ୟାକ କଲିସ ଏବଂ ମାର୍କ ବାଉଚରଙ୍କ ଯୋଡି ତିନି ନମ୍ବରରେ ଅଛି। ଏହି ଦୁଇଜଣ ଏକାଠି ୧୩୭ ମ୍ୟାଚ ଖେଳିଛନ୍ତି। ଦ୍ରାବିଡ ଏବଂ ଲକ୍ଷ୍ମଣ ଏକାଠି ୧୩୨ ଟେଷ୍ଟ ମ୍ୟାଚ ଖେଳିଛନ୍ତ। ଆଣ୍ଡରସନ ଏବଂ ଆଲାଷ୍ଟାୟର୍‌ କୁକ ଏକାଠି ୧୩୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି।
ସୂଚନାଯୋଗ୍ୟ, ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଏପର୍ଯ୍ୟନ୍ତ ୩୦୯ ଟେଷ୍ଟ ଇନିଂସରେ ୬୦୨ ଉଇକେଟ ନେଇଛନ୍ତି (ଖବର ଲେଖିବା ପର୍ଯ୍ୟନ୍ତ)। ଏହି ସମୟ ମଧ୍ୟରେ ସେ ୨୦ଟି ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇଛନ୍ତି। ୩ ଥର ୧୦ଟି ଉଇକେଟ ନେଇଥିବା ବେଳେ ବ୍ରଡ ଦିନିକିଆରେ ୧୨୧ଟି ମ୍ୟାଚ ଖେଳିଛି। ଏଥିରେ ୧୭୮ ଉଇକେଟ ନେଇଛନ୍ତି। ଇଂଲଣ୍ଡ ପାଇଁ ବ୍ରଡ ୫୫ ଟି-୨୦ ଇନିଂସରେ ୬୫ ଉଇକେଟ ନେଇଛନ୍ତି।
ଜେମ୍ସ ଆଣ୍ଡରସନ ୩୪୧ ଟେଷ୍ଟ ଇନିଂସରେ ୬୯୦ ଉଇକେଟ ନେଇଛନ୍ତି। ଏଥି ସହିତ ସେ ୧୯୧ଟି ଦିନିକିଆ ଇନିଂସରେ ୨୬୯ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri