ବ୍ରିଟେନ୍‌ ଲୋକେ ୟୁକ୍ରେନ୍‌ ଶରଣାର୍ଥୀଙ୍କୁ ଘରେ ଦେବେ ଆଶ୍ରୟ, ସରକାର ଆରମ୍ଭ କଲେ ଯୋଜନା…

ଲଣ୍ଡନ, ୨୭।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଜୀବନ ଭୟରେ ଭିଟ।ମାଟି ଛାଡ଼ି ପଳାୟନ କରିଛନ୍ତି। ୟୁକ୍ରେନ୍‌ ଶରାଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ‘ହୋମ ଫର ୟୁକ୍ରେନ‘ ନାମକ ଏକ ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନା ଅନ୍ତର୍ଗତ ବ୍ରିଟେନ୍‌ ଲୋକେ ସେମାନଙ୍କ ଘରେ ୬ ମାସ ପାଇଁ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବେ। ଏହି ଯୋଜନା ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ବିଟ୍ରେନ୍‌ ଲୋକେ ଏହି ଅଫର ଶରଣାର୍ଥୀଙ୍କୁ ଦେଇଛନ୍ତି। ଏହି ଯୋଜନାରେ କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି, ୟୁକ୍ରେନରୁ ବିସ୍ଥାପିତ ଲୋକଙ୍କୁ ନିରାପଦ ସ୍ଥାନ ଯୋଗାଇବା। ତେବେ ୧୬ ଟି ଶରଣାର୍ଥୀ ସଂଗଠନ ଏବଂ ମାନବ ଚୋରା ଚାଲାଣ ବିରୋଧୀ ସଂଗଠନ ଏହି ଯୋଜନାକୁ ନେଇ ଚେତାବନୀ ଦେଇଛନ୍ତି।

ବ୍ରିଟେନର କମ୍ୟୁନିଟି ସଚିବଙ୍କୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ ଏହି ଯୋଜନା ଯୌନ ବେପାରୀଙ୍କ ପାଇଁ ଏକ ସୁଯୋଗ ବୋଲି ପ୍ରମାଣ କରୁଛି। ଅପରାଧୀମାନେ ମହିଳା ଓ ଶିଶୁମାନଙ୍କୁ ଏହି ଯୋଜନା ମାଧ୍ୟମରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ କହିଛନ୍ତି ଯେ ଏହି ଯୋଜନା ଟିଣ୍ଡର ଆପ ପରି ହୋଇଛି ଯେଉଁଠାରେ ଲୋକମାନେ ଆଶ୍ରୟ ଦେବା ପାଇଁ ସ୍ବାଇପ ଲେଫ୍ଟ ସ୍ବାଇପ୍‌ ରାଇଟ୍‌କୁ ବ୍ୟବହାର କରିଥାନ୍ତି। ଅଧିକାଂଶ ବ୍ରିଟେନ୍‌ ଲୋକ କୁହନ୍ତି ଯେ ସେମାନଙ୍କର ଏକାକୀ ମହିଳା ଦରକାର, ଯିଏ ସେମାନଙ୍କର ପିଲାମାନଙ୍କର ଯତ୍ନ ନେଇ ପାରିବେ।

ଏକ ସଂଗଠନର ମୁଖ୍ୟ କହିଛନ୍ତି, ଆମେ ଭୟ କରୁଛୁ ଯେ ଏହି ଯୋଜନା ଯୋଗୁ ଯେପରି ଯୌନ କାରବାରକୁ ପ୍ରୋତ୍ସାହିତ ନ ହୁଏ। ଶରଣାର୍ଥୀ ସଂଗଠନ କହିଛି ଯେ ୟୁକ୍ରେନରୁ ଆସୁଥିବା ଲୋକମାନେ ଭୁଲ ହାତରେ ନ ପଡ଼ିବା ପାଇଁ ସରକାର ଏହି ଯୋଜନାରେ ନିଜର ଦାୟିତ୍ୱ ତୁଲାଇବା ଉଚିତ। ବ୍ରିଟେନ ସରକାର ଏହା କହିଛନ୍ତି ଯେ ଉପଯୁକ୍ତ ଅନୁସନ୍ଧାନ ବିନା ଶରଣାର୍ଥୀଙ୍କୁ ଭିସା ଦିଆଯାଉ ନାହିଁ। ସେହିଭଳି, ପ୍ରତ୍ୟେକ ହୋଷ୍ଟକୁ ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଏହା ବ୍ୟତୀତ ଏହି ଯୋଜନା ଅନ୍ତର୍ଗତ ୟୁକ୍ରେନବାସୀଙ୍କୁ ମାଗଣା ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri