ବଢିଲା କରୋନା ସଂକ୍ରମଣ: ଏକ ମାସ ପାଇଁ ପୁଣିଥରେ ଲକ୍‌ଡାଉନ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧ ।୧୧: ଶୀତ ବଢିଲା ବଢିଲା କରୋନା ଭାଇରସ ସଂକ୍ରମଣ । ବ୍ରିଟେନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏହାକୁ କାବୁ କରିବାକୁ ଯାଇ ନଭେମ୍ବର ୧ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଏକମାସ ପାଇଁ ବ୍ରିଟେନରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ବୃଦ୍ଧି ଓ ହସ୍ପିଟାଲରେ ବେଡ୍‌ର ଅଭାବକୁ ଦୃଷ୍ଟିରେ ରଖି ଜନସନ ଶୁକ୍ରବାର ମନ୍ତ୍ରିମଣ୍ଡଳର ବରିଷ୍ଠ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଲକ୍‌ଡାଉନ ନିଷ୍ପତ୍ତି ନିଆଯାଇଥିଲା । ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅଷ୍ଟ୍ରିୟାରେ ମଧ୍ୟ ଶନିବାର ୪ ସପ୍ତାହ ପାଇଁ ଆଶିଂକ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହା ମଙ୍ଗଳବାରଠାରୁ ଲାଗୁ କରାଯିବ । ଏଥିରେ ରେସ୍ତୋରାଁ, ବାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ ଆଦି ବନ୍ଦ ରହିବ । ଏହାସହ ରାତି ୮ଟା ପରେ କେହି ବାହାରକୁ ବାହାରିପାରିବେ ନାହିଁ ।

Share