Categories: ବାଣିଜ୍ୟ

ମାଲ୍ୟାଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ କରିବ ବ୍ରିଟେନ

ମୁମ୍ବାଇ: ପଳାତକ ଆର୍ଥତ୍କ ଅପରାଧୀ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଲାଗି ବର୍ତ୍ତମାନ ପ୍ରତ୍ୟର୍ପଣ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ହେଲେ ଏହି ପ୍ରକ୍ରିୟା ଜାରି କରାଯାଇଥିଲେ ମଧ୍ୟ ତୁରନ୍ତ ଭିତ୍ତିରେ ମାଲ୍ୟାଙ୍କୁ ଭାରତ ଆଣିବା ସମ୍ଭବ ହୋଇପାରିନାହିଁ। ଏଥିଲାଗି ଏକ ଗୁପ୍ତ ପ୍ରକ୍ରିୟା ହେଉଥିବା ମଧ୍ୟ ଏକ ଖବର ଆସିଥିଲା। ମାଲ୍ୟାଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ କରାଯିବ ବୋଲି ଭାରତ ସରକାର ନିକଟରେ କହିଥିଲେ। ଏହି ପ୍ରସଙ୍ଗରେ ବ୍ରିଟିଶ ହାଇକମିଶନର ଜନ୍‌ ଥମସନ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ତ୍ୱରାନ୍ବିତ କରିବା ଲାଗି ବ୍ରିଟେନ ବିଭିନ୍ନ ପଦକ୍ଷେପ ହାତକୁ ନେବ। ଯେଉଁ କାରଣ ଲାଗି ପ୍ରତ୍ୟର୍ପଣ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଛି ସେହି ସମସ୍ୟା ସମାଧାନ ଲାଗି ପଦକ୍ଷେପ ନିଆଯିବ। ଗୁପ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମତ ରଖିଛନ୍ତି।

Share