ସ୍ଥାଣୁ ପାଲଟିଛି ବ୍ରିଟ୍‌

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ୍‌)) ଜିଲାର ଏକ ପ୍ରମୁଖ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନକାରୀ ସଂସ୍ଥା। ରାସ୍ତାଘାଟଠାରୁ ଆରମ୍ଭ କରି ଆଲୋକୀକରଣ, ପାର୍କ ନିର୍ମାଣ ଓ ନବୀକରଣ, ନାଳନର୍ଦ୍ଦମା ନିର୍ମାଣ ସହ ଜିଲାରେ ହେଉଥିବା ଜମିବାଡ଼ି ବିକ୍ରି ଅନୁମୋଦନ, ଛୋଟବଡ଼ କୋଠାଘର ସମେତ ବଡ଼ବଡ଼ ଆପାର୍ଟମେଣ୍ଟର ପ୍ଲାନ୍‌ ଅନୁମୋଦନ କରିବା ସଂସ୍ଥାର ମୁଖ୍ୟ କାର୍ଯ୍ୟ ଅଟେ। କିନ୍ତୁ ଉକ୍ତ କାମଗୁଡ଼ିକୁ କରିବା ପାଇଁ ଆବଶ୍ୟକ ଥିବା କର୍ମଚାରୀ ଅଭାବରୁ ଏହା ସ୍ଥାଣୁ ପାଲଟିଯାଇଛି। ୧୫ଜଣ କର୍ମଚାରୀ ପଦବୀ ଥିବାବେଳେ ମାତ୍ର ୬ଜଣଙ୍କୁ ନେଇ ଚାଲିଛି ସଂସ୍ଥା। ଖାଲି ପଡ଼ିଛି ଡ୍ରାଫ୍ଟସମ୍ୟାନ, କିରାଣି ଓ ଅମିନ ପଦବୀ।
ଜିଲାର ପୂର୍ବ ଦିଗରେ ଥିବା ଚାନ୍ଦିପୁର, ବଳରାମଗଡ଼ିଠାରୁ ଆରମ୍ଭ କରି ପଶ୍ଚିମରେ ରେମୁଣା ବ୍ଲକର ନୂଆପାଢ଼ୀ, ଉତ୍ତରରେ ଫୁଲାଡ଼ିସ୍ଥିତ ହର୍ଷପୁରା ଓ ନୂଆଗାଁ ସହ ଦକ୍ଷିଣରେ ସେରଗଡ଼ ଟୋଲଗେଟ୍‌ସ୍ଥିତ ବରପଦା ପର୍ଯ୍ୟନ୍ତ ୨୦୬ଟି ରେଭିନ୍ୟୁ ଗାଁ ଅଞ୍ଚଳ ବ୍ରିଟ୍‌ ଅଧୀନସ୍ଥ। ଏଥିସହିତ ଜଳେଶ୍ୱର ଓ ସୋର ମ୍ୟୁନିସିପାଲିଟି ଏବଂ ନୀଳଗିରି ଏନ୍‌ଏସିରେ ଏହି ବ୍ରିଟ୍‌ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥାଏ। ଏସବୁ କାମ କରିବା ପାଇଁ ଜଣେ ସେକ୍ରେଟାରୀଙ୍କ ସହ ସର୍ବନିମ୍ନ ୨ କନିଷ୍ଠଯନ୍ତ୍ରୀ, ୨ଅମିନ, ୪ ଚେନ୍‌ମ୍ୟାନ୍‌ ଏବଂ କିରାଣି ଓ ପିଅନଙ୍କୁ ମିଶାଇ ୬ଜଣ ମୋଟ ୧୫ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଜଣେ କନିଷ୍ଠଯନ୍ତ୍ରୀ, ଜଣେ ଚେନ୍‌ମ୍ୟାନ୍‌, ୩ଜଣ କିରାଣି ଓ ପିଅନ ଏବଂ ଜଣେ ସେକ୍ରେଟାରୀ ରହି କାର୍ଯ୍ୟ ଚଳାଉଛନ୍ତି। କର୍ମଚାରୀ ଅଭାବରୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇପାରୁନାହିଁ ସଂସ୍ଥା। ବିଭିନ୍ନ ସମୟରେ ଲୋକେ ଅସନ୍ତୁଷ୍ଟ ହୋଇ ହୋହଲ୍ଲା କରୁଥିବା ନଜର ରହିଛି। ଅନ୍ୟପକ୍ଷରେ ୧୯୫୬ରୁ ବ୍ରିଟ୍‌ରେ ଥିବା ରିଭାଇଜ୍‌ ପ୍ଲାନ ଅନୁସାରେ ଚେୟାରମ୍ୟାନ୍‌ କେବଳ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟର ଅନୁମୋଦନ କରିପାରିବାର କ୍ଷମତା ରହିଛି। ଯାହା ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ୟା ସୃଷ୍ଟି କରୁଛି। ଗତ ୨୦୧୯ ଜୁଲାଇରୁ ବ୍ରିଟ୍‌ ଅଧ୍ୟକ୍ଷ ପଦବୀରେ କେହି ଅବସ୍ଥାପିତ ହୋଇ ନ ଥିବାରୁ ଜିଲାପାଳଙ୍କ ଦାୟିତ୍ୱରେ ଏହି ପଦବୀ ରହିଛି। କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଏହା ମଧ୍ୟ ବହୁ ସମୟରେ ସମୟସାପେକ୍ଷ ହେଉଛି।
ଏନେଇ ବ୍ରିଟ୍‌ର ସେକ୍ରେଟାରୀ ନବୀନ କୁମାର ସିଂ କୁହନ୍ତି, ବ୍ରିଟ୍‌ ଅଧୀନରେ ଥିବା ପରିସରର ଉନ୍ନତିମୂଳକ କାର୍ଯ୍ୟ ପାଇଁ କର୍ମଚାରୀ ପଦବୀ ପୂରଣ ସହ ରିଭାଇଜ ରେଟ୍‌ ପ୍ଲାନ୍‌କୁ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏପରିକି ଅମିନ ପଦବୀରେ କେହି ନ ଥିବା ବେଳେ ଜଣେ ଚେନ୍‌ମ୍ୟାନ୍‌ଙ୍କୁ ନେଇ କାର୍ଯ୍ୟ ସମ୍ପାଦନ ହେଉଛି। ସେ ମଧ୍ୟ ଖୁବ୍‌ଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ପଦବୀ ପୂରଣ ନିତ୍ୟାନ୍ତ ଆବଶ୍ୟକ ରହିଥିବା ସେ କହିଥିଲେ।
ପୂର୍ବତନ ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ କୁହନ୍ତି, ଗତ ୨୦୧୯ ଜୁଲାଇଠାରୁ ତାଙ୍କର ଅଧ୍ୟକ୍ଷ କାର୍ଯ୍ୟକାଳ ସରିଥିଲା। ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାପାଳ ଉକ୍ତ ଦାୟିତ୍ୱରେ ରହିଛନ୍ତି। କୋଟି କୋଟି ଟଙ୍କା ବ୍ରିଟ୍‌ ପାଖରେ ଥିବାବେଳେ ଦୀର୍ଘ ଅଢ଼େଇବର୍ଷ ଧରି କୌଣସି ଉନ୍ନତିମୂଳକ କାମ ହେଉଥିବାର ଦେଖାଯାଉନାହିଁ । କେବଳ ଜମି ବିକ୍ରିି ଓ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ କାର୍ଯ୍ୟ ହେଉଛି। ରାଜନୈତିକ ଛକାପଞ୍ଝା ପାଇଁ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri