ସ୍ଥାଣୁ ପାଲଟିଛି ବ୍ରିଟ୍‌

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ୍‌)) ଜିଲାର ଏକ ପ୍ରମୁଖ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନକାରୀ ସଂସ୍ଥା। ରାସ୍ତାଘାଟଠାରୁ ଆରମ୍ଭ କରି ଆଲୋକୀକରଣ, ପାର୍କ ନିର୍ମାଣ ଓ ନବୀକରଣ, ନାଳନର୍ଦ୍ଦମା ନିର୍ମାଣ ସହ ଜିଲାରେ ହେଉଥିବା ଜମିବାଡ଼ି ବିକ୍ରି ଅନୁମୋଦନ, ଛୋଟବଡ଼ କୋଠାଘର ସମେତ ବଡ଼ବଡ଼ ଆପାର୍ଟମେଣ୍ଟର ପ୍ଲାନ୍‌ ଅନୁମୋଦନ କରିବା ସଂସ୍ଥାର ମୁଖ୍ୟ କାର୍ଯ୍ୟ ଅଟେ। କିନ୍ତୁ ଉକ୍ତ କାମଗୁଡ଼ିକୁ କରିବା ପାଇଁ ଆବଶ୍ୟକ ଥିବା କର୍ମଚାରୀ ଅଭାବରୁ ଏହା ସ୍ଥାଣୁ ପାଲଟିଯାଇଛି। ୧୫ଜଣ କର୍ମଚାରୀ ପଦବୀ ଥିବାବେଳେ ମାତ୍ର ୬ଜଣଙ୍କୁ ନେଇ ଚାଲିଛି ସଂସ୍ଥା। ଖାଲି ପଡ଼ିଛି ଡ୍ରାଫ୍ଟସମ୍ୟାନ, କିରାଣି ଓ ଅମିନ ପଦବୀ।
ଜିଲାର ପୂର୍ବ ଦିଗରେ ଥିବା ଚାନ୍ଦିପୁର, ବଳରାମଗଡ଼ିଠାରୁ ଆରମ୍ଭ କରି ପଶ୍ଚିମରେ ରେମୁଣା ବ୍ଲକର ନୂଆପାଢ଼ୀ, ଉତ୍ତରରେ ଫୁଲାଡ଼ିସ୍ଥିତ ହର୍ଷପୁରା ଓ ନୂଆଗାଁ ସହ ଦକ୍ଷିଣରେ ସେରଗଡ଼ ଟୋଲଗେଟ୍‌ସ୍ଥିତ ବରପଦା ପର୍ଯ୍ୟନ୍ତ ୨୦୬ଟି ରେଭିନ୍ୟୁ ଗାଁ ଅଞ୍ଚଳ ବ୍ରିଟ୍‌ ଅଧୀନସ୍ଥ। ଏଥିସହିତ ଜଳେଶ୍ୱର ଓ ସୋର ମ୍ୟୁନିସିପାଲିଟି ଏବଂ ନୀଳଗିରି ଏନ୍‌ଏସିରେ ଏହି ବ୍ରିଟ୍‌ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥାଏ। ଏସବୁ କାମ କରିବା ପାଇଁ ଜଣେ ସେକ୍ରେଟାରୀଙ୍କ ସହ ସର୍ବନିମ୍ନ ୨ କନିଷ୍ଠଯନ୍ତ୍ରୀ, ୨ଅମିନ, ୪ ଚେନ୍‌ମ୍ୟାନ୍‌ ଏବଂ କିରାଣି ଓ ପିଅନଙ୍କୁ ମିଶାଇ ୬ଜଣ ମୋଟ ୧୫ଜଣ କର୍ମଚାରୀ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଜଣେ କନିଷ୍ଠଯନ୍ତ୍ରୀ, ଜଣେ ଚେନ୍‌ମ୍ୟାନ୍‌, ୩ଜଣ କିରାଣି ଓ ପିଅନ ଏବଂ ଜଣେ ସେକ୍ରେଟାରୀ ରହି କାର୍ଯ୍ୟ ଚଳାଉଛନ୍ତି। କର୍ମଚାରୀ ଅଭାବରୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇପାରୁନାହିଁ ସଂସ୍ଥା। ବିଭିନ୍ନ ସମୟରେ ଲୋକେ ଅସନ୍ତୁଷ୍ଟ ହୋଇ ହୋହଲ୍ଲା କରୁଥିବା ନଜର ରହିଛି। ଅନ୍ୟପକ୍ଷରେ ୧୯୫୬ରୁ ବ୍ରିଟ୍‌ରେ ଥିବା ରିଭାଇଜ୍‌ ପ୍ଲାନ ଅନୁସାରେ ଚେୟାରମ୍ୟାନ୍‌ କେବଳ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟର ଅନୁମୋଦନ କରିପାରିବାର କ୍ଷମତା ରହିଛି। ଯାହା ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ୟା ସୃଷ୍ଟି କରୁଛି। ଗତ ୨୦୧୯ ଜୁଲାଇରୁ ବ୍ରିଟ୍‌ ଅଧ୍ୟକ୍ଷ ପଦବୀରେ କେହି ଅବସ୍ଥାପିତ ହୋଇ ନ ଥିବାରୁ ଜିଲାପାଳଙ୍କ ଦାୟିତ୍ୱରେ ଏହି ପଦବୀ ରହିଛି। କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଏହା ମଧ୍ୟ ବହୁ ସମୟରେ ସମୟସାପେକ୍ଷ ହେଉଛି।
ଏନେଇ ବ୍ରିଟ୍‌ର ସେକ୍ରେଟାରୀ ନବୀନ କୁମାର ସିଂ କୁହନ୍ତି, ବ୍ରିଟ୍‌ ଅଧୀନରେ ଥିବା ପରିସରର ଉନ୍ନତିମୂଳକ କାର୍ଯ୍ୟ ପାଇଁ କର୍ମଚାରୀ ପଦବୀ ପୂରଣ ସହ ରିଭାଇଜ ରେଟ୍‌ ପ୍ଲାନ୍‌କୁ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏପରିକି ଅମିନ ପଦବୀରେ କେହି ନ ଥିବା ବେଳେ ଜଣେ ଚେନ୍‌ମ୍ୟାନ୍‌ଙ୍କୁ ନେଇ କାର୍ଯ୍ୟ ସମ୍ପାଦନ ହେଉଛି। ସେ ମଧ୍ୟ ଖୁବ୍‌ଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ପଦବୀ ପୂରଣ ନିତ୍ୟାନ୍ତ ଆବଶ୍ୟକ ରହିଥିବା ସେ କହିଥିଲେ।
ପୂର୍ବତନ ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ କୁହନ୍ତି, ଗତ ୨୦୧୯ ଜୁଲାଇଠାରୁ ତାଙ୍କର ଅଧ୍ୟକ୍ଷ କାର୍ଯ୍ୟକାଳ ସରିଥିଲା। ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାପାଳ ଉକ୍ତ ଦାୟିତ୍ୱରେ ରହିଛନ୍ତି। କୋଟି କୋଟି ଟଙ୍କା ବ୍ରିଟ୍‌ ପାଖରେ ଥିବାବେଳେ ଦୀର୍ଘ ଅଢ଼େଇବର୍ଷ ଧରି କୌଣସି ଉନ୍ନତିମୂଳକ କାମ ହେଉଥିବାର ଦେଖାଯାଉନାହିଁ । କେବଳ ଜମି ବିକ୍ରିି ଓ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ କାର୍ଯ୍ୟ ହେଉଛି। ରାଜନୈତିକ ଛକାପଞ୍ଝା ପାଇଁ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri