Posted inଖେଳ

ଓ୍ବାଶିଂଟନ୍‌ ସୁନ୍ଦରଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡ ୨୫୯ ରନ୍‌ରେ ଅଲଆଉଟ

ପୁଣେ,୨୪ା୧୦(ପି.ଟି.): ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୨୫୯ ରନ୍‌ରେ ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧ ଉଇକେଟରେ ୧୬ ରନ୍‌ ସ୍କୋର କରିଛି। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ଚମତ୍କାର ବୋଲିଂ କରି ୭ ଉଇକେଟ ନେଇଛନ୍ତି। ଭାରତ ଏହି ମ୍ୟାଚ୍‌ରେ ଲୋକେଶ ରାହୁଲ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ଶୁବମାନ ଗିଲ୍‌, ଓ୍ବାଶିଂଟନ୍‌ ସୁନ୍ଦର ଓ ଆକାଶ ଦୀପ୍‌ଙ୍କୁ ଖେଳାଇଥିଲା। ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ମ୍ୟାଟ୍‌ ହେନରୀଙ୍କ ସ୍ଥାନରେ ମିଚେଲ ସାଣ୍ଟନରଙ୍କୁ ଖେଳାଇଥିଲା। ପୁଣେର ସ୍ପିନିଙ୍ଗ ଟ୍ରାକରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।
ଯଶପ୍ରୀତ୍‌ ବୁମ୍‌ରା ଓ ଆକାଶ ଦୀପ ମାତ୍ର ୧୪ ଓଭର ବୋଲିଂ କରି ଉଇକେଟ ଶୂନ୍ୟ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇ ଓପନର ଟମ୍‌ ଲାଥାମ୍‌(୧୫) ଓ ଡେଭନ୍‌ କନ୍‌ଓ୍ବେ(୭୬) ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ୩୨ ରନ୍‌ ଯୋଡିଥିଲେ। ଲାଥାମଙ୍କୁ ଲେଗ୍‌ ବିଫୋର କରି ଅଶ୍ୱିନ ଭାରତକୁ ପ୍ରଥମ ସଫଳତା ପ୍ରଦାନ କରିଥିଲେ। ପରେ ଓ୍ବିଲ ୟଙ୍ଗ(୧୮) କ୍ରିଜରେ ଯୋଗ ଦେଇ କନ୍‌ଓ୍ବେଙ୍କ ସହ ୪୪ ରନ୍‌ ଯୋଡିଥିଲେ। ୟଙ୍ଗଙ୍କୁ ଆଉଟ କରି ଅଶ୍ୱିନ ଭାରତକୁ ଦ୍ୱିତୀୟ ସଫଳତା ପ୍ରଦାନ କରିଥିଲେ। ପ୍ରଥମ ମ୍ୟାଚ୍‌ର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରାଚିନ ରବୀନ୍ଦ୍ର ବ୍ୟାଟିଂ କରିବାକୁ ଆସି କନ୍‌ଓ୍ବେଙ୍କ ସହ ୬୨ ରନ୍‌ ଯୋଡିଥିଲେ। ୧୪୧ ବଲ୍‌ ଖେଳି କନ୍‌ଓ୍ବେ ୧୧ ଚୌକା ସହ ୭୬ ରନ୍‌ କରିଥିବା ବେଳେ ଅଶ୍ୱିନଙ୍କ ତୃତୀୟ ଶିକାର ହୋଇଥିଲେ। ରବୀନ୍ଦ୍ର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୬୫ ରନ୍‌ କରି ଚତୁର୍ଥ ଖେଳାଳି ଭାବେ ଆଉଟ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ସେ ୧୦୫ ବଲ୍‌ ଖେଳି ୫ ଚୌକା ଓ ୧ଛକା ମାରି ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ। ଏକଦା ୧୯୭/୩ ଥିବା ନ୍ୟୁଜିଲାଣ୍ଡ ଏହାର ଅନ୍ତିମ ୭ ଉଇକେଟ ୬୨ ରନ୍‌ ମଧ୍ୟରେ ହରାଇଥିଲା। ସମସ୍ତ ୭ ଉଇକେଟ ଅକ୍ତିଆର କରିବା ସହ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଥିଲେ ଓ୍ବାଶିଂଟନ୍‌ ସୁନ୍ଦର। ସୁନ୍ଦରଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେଇଥିଲେ।
ଦିନର ୧୧ ଓଭର ଖେଳ ବାକି ରହିଥିବା ବେଳେ ଭାରତ ଷ୍ଟମ୍ପ ଅପସାରଣ ବେଳକୁ ୧ ଉଇକେଟ ହରାଇ ୧୬ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ଆଗରୁ ଟିମ୍‌ ସାଉଦିଙ୍କ ବଲରେ ଆଉଟ ହୋଇଥିଲେ। ଷ୍ଟମ୍ପସ ବେଳକୁ ଶୁବମାନ ଗିଲ୍‌ ୧୦ ଓ ଯଶସ୍ବୀ ଜୟସ୍ବାଲ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ହାତରେ ୯ ଉଇକେଟ ବାକି ରହିଥିବା ବେଳେ ଭାରତ ୨୪୩ ରନ୍‌ ପଛରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri