ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୧ା୧୨: ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳର ପ୍ରତିବାଦସ୍ବରୂପ ଅଲିମ୍ପିକ ପଦକ ବିଜୟିନୀ କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ଖେଳରୁ ତାଙ୍କର ଅବ୍ୟାହତି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦାୟୀ ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରଣ ଖବରଦାତାଙ୍କ ନିକଟରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ ପ୍ରତିକ୍ରିୟା କହିଛନ୍ତି, ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ଯଦି ଖେଳ ଜାରି ରଖିବାକୁ ଚାହିଁବେ ସେମାନଙ୍କ ପ୍ରତି କୌଣସି ଅକ୍ରୋଶ ମନୋଭାବ ପୋଷଣ କରାଯିବ ନାହିଁ। ସେମାନଙ୍କ ପ୍ରତି କୌଣସି ପାତରଅନ୍ତର କରାଯିବ ନାହିଁ। ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଆନ୍ଦୋଳନକାରୀ ଆଗଧାଡ଼ି କୁସ୍ତିଯୋଦ୍ଧାମାନେ ବିଭିନ୍ନ ମହଲରୁ ସମର୍ଥନ ଯୋଗାଡ଼ କରିବାରେ ସଫଳ ରହିଥିଲେ। ମେ ୨୮ରେ ପାର୍ଲାମେଣ୍ଟ ଆଡ଼କୁ ଏକ ଶୋଭାଯାତ୍ରାରେ ବାହାରିବା ଲାଗି ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ। ମାତ୍ର ଦିଲ୍ଲୀ ପୋଲିସ ଯନ୍ତରମନ୍ତରଠାରୁ ବିକ୍ଷୋଭକାରୀମାନଙ୍କୁ ହଟାଇ ଦେଇଥିଲା। ପରବର୍ତ୍ତୀ ସମୟରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ବ୍ରିଜଭୂଷଣଙ୍କ ପରିବାର କିମ୍ବା ଘନିଷ୍ଠଙ୍କୁ ନିର୍ବାଚନରେ ଭାଗ ନେବାଲାଗି ଅନୁମତି ଦିଆଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ କୁସ୍ତିଯୋଦ୍ଧାମାନେ ବିଧିବଦ୍ଧ ସେମାନଙ୍କ ଆନ୍ଦୋଳନରୁ ଓହରିଯାଇଥିଲେ। ଅନ୍ୟପକ୍ଷେ ବ୍ରିଜଭୂଷଣଙ୍କ ଘନିଷ୍ଠ ଅନୁଗତ କୁହାଯାଉଥିବା ସଞ୍ଜୟ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri