Posted inଜାତୀୟ

ବ୍ରିଜ୍‌ ଭୂଷଣଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…

ନୂଆଦିଲ୍ଲୀ,୯।୫: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘଦିନ ଧରି ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରୁଛନ୍ତି। ବ୍ରିଜ୍‌ ଭୂଷଣଙ୍କୁ ଗିରଫ ଦାବିରେ କୁସ୍ତିଯୋଦ୍ଧା ବିକ୍ଷୋଭ କରୁଥିଲେ ମଧ୍ୟ ଏହି ହେଭିଓ୍ବେଟ୍‌ ନେତାଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି। ତେବେ ଏହି ରାଜନେତା ତାଙ୍କ ରାଜନୈତିକ କ୍ୟାରିୟରରେ ୬ଥର ଏମ୍‌ପି ହୋଇଥିବା ବେଳେ ତାଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…

ବ୍ରିଜ୍‌ ଭୂଷଣ ୨୦୧୧ରେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ହୋଇଥିଲେ। ୨୦୧୯କୁ ମିଶାଇ ସେ ଲଗାତର ତୃତୀୟ ଥର ପାଇଁ କୁସ୍ତିମହାସଂଘର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ବ୍ରିଜ୍‌ ଭୂଷଣ ଅଧ୍ୟକ୍ଷ ସହ ୟୁପି ଭାଜପାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା। ସେ ୟୁପିର ଗୌଡା ଜିଲାର କେସରଗଞ୍ଜ ଆସନରେ ଭାଜପାର ଏମ୍‌ପି ଅଛନ୍ତି। ସେ ଲଗାତର ୬ଥର ଲୋକ ସଭା ନିର୍ବାଚନ ଜିତି ସାରିଛନ୍ତି। ନିଜର ନିର୍ଭୀକ ବୟାନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ବ୍ରିଜ୍‌ ଭୂଷଣ ୧୯୭୯ରୁ ଛାତ୍ରନେତା ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଛାତ୍ର ସଂଗଠନ ନିର୍ବାଚନରେ ସେ ରେକର୍ଡ ସଂଖ୍ୟକ ଭୋଟରେ ଜିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୮୦ ମସିହାରେ ଯୁବନେତା ଭାବରେ ପରିଚିତ ହୋଇଥିଲେ ଏବଂ ୧୯୮୮ରେ ଭାଜପାରେ ଯୋଗ ଦେଇଥିଲେ। ୧୯୯୧ ଲୋକ ସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ନିର୍ବାଚନରେ ବାଜିମାତ କରିଥିଲେ।

ବ୍ରିଜ୍‌ ଭୂଷଣ ୧୯୯୧ରେ ପ୍ରଥମ ଲୋକ ସଭା ନିର୍ବାଚନ ଲଢିଥିଲେ। ନିର୍ବାଚନରେ ଗୌଡା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସେ ଆନନ୍ଦ ସିଂଙ୍କୁ ରେକର୍ଡ ସଂଖ୍ୟକ ୧.୧୩ ଲକ୍ଷ ଭୋଟରେ ହରାଇଥିଲେ। ଏହାପରେ ଗୌଡା, ବଲରାମପୁର, ଅଯୋଧ୍ୟା ସମେତ ଅନେକ ଜିଲାରେ ତାଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା। ୧୯୯୯ ପରେ ସେ ଏମିତି କୌଣସି ନିର୍ବାଚନ ନାହିଁ ଯେଉଁଥିରେ ସେ ଜିତି ନାହାନ୍ତି। ଯଦିଓ ବିଭିନ୍ନ ନିର୍ବାଚନରେ ତାଙ୍କ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ ହେଉଥିଲା, କିନ୍ତୁ ଫଳାଫଳ ପ୍ରତ୍ୟେକ ଥର ତାଙ୍କ ସପକ୍ଷରେ ରହୁଥିଲା।

ଭାଜପାରେ ମତଭେଦ କାରଣରୁ ସେ ଦଳ ଛାଡିଥିଲେ। ୨୦୦୯ ଲୋକ ସଭା ନିର୍ବାଚନରେ ସେ ସପା(ସମାଜବାଦୀ ପାର୍ଟି) ଟିକେଟରେ କେସରଗଞ୍ଜ ଆସନରୁ ଜିତିଥିଲେ। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ସେ ପୁଣି ଭାଜପାରେ ଯୋଗ ଦେଇଥିଲେ। କେସରଗଞ୍ଜ ଆସନରୁ ଭାଜପା ଟିକେଟ୍‌ରେ ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ। ବ୍ରିଜ୍‌ ଭୂଷଣଙ୍କ ପୁଅ ପ୍ରତୀକ ଭୂଷଣ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ପ୍ରତୀକ ଗୋଣ୍ଡା ଆସନରୁ ଭାଜପା ବିଧାୟକ ଅଛନ୍ତି।

୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ ଭାଙ୍ଗିବା ମାମଲାରେ ୪୦ ଅଭିଯୁକ୍ତଙ୍କ ମଧ୍ୟରୁ ବ୍ରିଜ୍‌ ଭୂଷଣଙ୍କ ନାମ ରହିଥିଲା। କେତେକ ସାକ୍ଷାତକାରରେ ସେ ନିଜେ ସ୍ବୀକାର କରିଛନ୍ତି ଯେ ବାବ୍ରି ମସ୍‌ଜିଦ ଭାଙ୍ଗିବା ରାତିରେ ସେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ତେବେ ୩୦ ସେପ୍ଟେମ୍ବର ୨୦୨୦ରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ।

ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଅନେକ ଗୁରୁତର ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୩୦ରୁ ଅଧିକ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୯ ନିର୍ବାଚନରେ ନିଜ ଘୋଷଣାପତ୍ରରେ ତାଙ୍କ ନାଁରେ ୪ଟି ଆପରାଧିକ ମାମଲା ଏବେ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛିି ବୋଲି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri