ନିର୍ମାଣ ହେଲାନି ବ୍ରିଜ୍‌ ଡାଇଭର୍ସନ

କୁଚିଣ୍ଡା,୩୦ା୬(ବିରଞ୍ଚତ୍ ଦର୍କା): ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୁଚିଣ୍ଡା ବ୍ଲକ ଟାଇଁସର ବ୍ରିଜର ଡ଼ାଇଭର୍ସନ ରାସ୍ତା ଧୋଇ ହୋଇଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ଅଧିକାରୀ ବ୍ରିଜ ଅବସ୍ଥା ପରିଦର୍ଶନ କରି ଡ଼ାଇଭର୍ସନ ରାସ୍ତା ଦୁଇଦିନ ମଧ୍ୟରେ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ପ୍ରଶାସନ ତା’ର ପ୍ରତିଶ୍ରୁତି ଭୁଲି ଯାଇଥିବା ଏଠାରେ ଆଲୋଚନା ହେଉଛି ।
କୁଚିଣ୍ଡା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଗତ ରବିବାର କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଟାଇଁସର ବ୍ରିଜର ଡ଼ାଇଭର୍ସନ ରାସ୍ତାଟି ଧୋଇ ହୋଇଯାଇଛି। ଫଳରେ କୁଚିଣ୍ଡା-ଫାଶିମାଲ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଶାସନ ପକ୍ଷରୁ କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟେ ସୋମବାର ଘଟଣାସ୍ଥଳକୁ ଯାଇ ଧୋଇଯାଇଥିବା ଡାଇଭର୍ସନ ପରିଦର୍ଶନ କରିଥିଲେ। ତହସିଲଦାର ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ବର୍ଷା ପରେ ଦୁଇଦିନ ମଧ୍ୟରେ ଏହି ରାସ୍ତାର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଦୁଇଦିନ ହେଲା କୁଚିଣ୍ଡାରେ ବର୍ଷା ହେଉ ନାହିଁ, ପାଗ ଶୁଖିଲା ରହିଛି। ମାତ୍ର ରାସ୍ତା ନିର୍ମାଣ ହୋଇପାରି ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପଙ୍କଜ ରାଉତରାୟଙ୍କୁ ପଚାରିବାରୁ ଆସନ୍ତା ଶୁକ୍ରବାର ଦିନ ଯେପରି ବି ହେଉ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri