Posted inଫୁରସତ

ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ସହ ଘଟିଲା ଏମିତି, କନ୍ୟା ଯାହା କଲେ, ଭିଡିଓ ଦେଖିଲେ…

ଆଗକାଳରେ ବିବାହ ସମୟରେ କନ୍ୟାଙ୍କୁ କେହି ଦେଖୁ ନ ଥିଲେ। ବିବାହ ସରିବା ପର୍ଯ୍ୟନ୍ତ କନ୍ୟାର ମୁହଁ ଓଢଣୀରେ ଢାଙ୍ଗି ହୋଇ ରହୁଥିଲା। ବର୍ତ୍ତମାନ ସମୟ ବଦଳିଛି। କନ୍ୟା ନାଚିବାଠାରୁ ଆରମ୍ଭ କରି ବୁଲେଟ୍‌ ଚଢ଼ି ଷ୍ଟେଜ୍‌କୁ ଆସିବା ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ଆଗରୁ କନ୍ୟାମାନେ ବରଙ୍କ ମୁହଁ ଦେଖୁ ନ ଥିଲେ କି କଥାବାର୍ତ୍ତା କରୁ ନ ଥିଲେ।

 

 

View this post on Instagram

 

A post shared by Priynandan Kumar (@itz_priynandan_00)

ପରିବର୍ତ୍ତନଶୀଳ ସମୟରେ ବିବାହ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କନ୍ୟା ବିବାହ ପୂର୍ବରୁ ତାଙ୍କ ଭାବିସ୍ବାମୀଙ୍କ ପ୍ରତି ଏତେ ଯତ୍ନ କରୁଛନ୍ତି, ଯାହା ଦେଖି ସମସ୍ତ ବ୍ୟାଚେଲର ବିବାହ କରିବାକୁ ମନ ବଳାଉଛନ୍ତି।

ବିବାହ ପୂର୍ବରୁ ବର ଏବଂ କନ୍ୟା ମାଳା ବଦଳ ପାଇଁ ଷ୍ଟେଜ୍‌ ଉପରେ ଠିଆ ହୋଇଥିଲେ। ଏହି ସମୟରେ ଷ୍ଟେଜ୍‌ରେ ଲାଗିଥିବା ଆଲୋକ ଯୋଗୁ ଅନେକ ପୋକ ଉଡୁଥିଲେ। ଠିକ୍‌ ଫଟୋ ଉଠାଇବା ସମୟରେ ବରଙ୍କ ଆଖିରେ ଏକ ପୋକ ପଶିଗଲା। ବର ତୁରନ୍ତ ମୁହଁ ବୁଲାଇଦେଲେ। କିନ୍ତୁ ଏହା ପରେ କନ୍ୟା ଯାହା କରିଥିଲେ, ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତଙ୍କ ସାମ୍ନାରେ ରୁମାଲ ନେଇ ବରଙ୍କ ଆଖିରୁ ପୋକ ବାହାର କରିବାକୁ ଲାଗିଲେ। ଖାଲି ଏତିକି ନୁହେଁ ବରଙ୍କ ମୁହଁ ଧରି ସେ ଆଖିରେ ଫୁଙ୍କିବା ଆରମ୍ଭ କରିଥିଲେ।

ଏହି ଭିଡିଓ itz_priynandan_00 ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ମଧ୍ୟ ଏପରି ସ୍ତ୍ରୀ ଚାହୁଁଛନ୍ତି। ଆଉ କିଛି ୟୁଜର ଏହି ଯୋଡ଼ି ସବୁଦିନ ପାଇଁ ହସଖୁସିରେ ରହିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କନ୍ୟା ଯେପରି ସମାଜ ପ୍ରତି ଧ୍ୟାନ ନ ଦେଇ ତାଙ୍କ ଭାବିସ୍ବାମୀଙ୍କ ଆଖି ସଫା କଲେ, ତାହା ଦେଖି ଅନେକ ଅବିବାହିତ ଏପରି ସ୍ତ୍ରୀ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଲୋକମାନେ ଉଭୟଙ୍କ ଭଲପାଇବାକୁ ଖୁବ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri