Posted inଫୁରସତ

ଲେହେଙ୍ଗା ବଦଳରେ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ବେଦୀକୁ ଆସିଲେ କନ୍ୟା, ଫଟୋ ଭାଇରାଲ

ସାଧାରଣତଃ ବିବାହ ସମୟରେ ଭାରତୀୟ କନ୍ୟାମାନେ ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି। ଲେହେଙ୍ଗାଠାରୁ ଆରମ୍ଭ କରି ବିଭିନ୍ନ ଗହଣା ପିନ୍ଧି ସଜେଇ ହୋଇଥାନ୍ତି। କେହି କେହି ଲେହେଙ୍ଗା ବଦଳରେ ଶାଢ଼ି ମଧ୍ୟ ପିନ୍ଧିଥାନ୍ତି। ମାତ୍ର ଏବେ ସମୟ ସହିତ ସବୁ ପରିବର୍ତ୍ତନ ହୋଇଛି। ଜଣେ ଭାରତୀୟ କନ୍ୟା ଶାଢ଼ି କିମ୍ବା ଲେହେଙ୍ଗା ବଦଳରେ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ବେଦୀକୁ ଆସିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇଣ୍ଡୋ-ଆମେରିକୀୟ ସଞ୍ଜନା ଋଷି ତାଙ୍କ ବିବାହରେ ଲେହେଙ୍ଗା ବଦଳରେ ପ୍ୟାଣ୍ଟଶାର୍ଟ ପିନ୍ଧି ଏକ ନୂଆ ଧାରା ଆରମ୍ଭ କରିଛନ୍ତି। ଆଜିକାଲି ସେ ଏହି ବିବାହ ପୋଷାକ ପାଇଁ ଇଣ୍ଟରନେଟ୍‌ରେ ଅନେକ ହେଡ୍‌ଲାଇନ ପାଲଟିଛନ୍ତି। ଲାଇଟ୍‌ ବ୍ଲୁ ପ୍ୟାଣ୍ଟଶାର୍ଟ ସହିତ ସଞ୍ଜନାଙ୍କ ମୁଣ୍ଡରେ ଓଢ଼ଣୀ ଅଛି ଏବଂ ତାଙ୍କ ହାତରେ ପୁଷ୍ପଗୁଚ୍ଛ ମଧ୍ୟ ରହିଛି। ସଞ୍ଜନା ଏହି ଲୁକ୍‌ରେ ଖୁବ୍‌ ଶାନ୍ତ, ସରଳ ଏବଂ ସୁନ୍ଦର ଦେଖାଯାଉଛନ୍ତି।

ସଞ୍ଜନା କାନଫୁଲ ସହ ଅନ୍ୟ ଅଳଙ୍କାରମାନ ପିନ୍ଧିଛନ୍ତି। ସଞ୍ଜନା କୁହନ୍ତି, ସେ ପ୍ୟାଣ୍ଟଶାର୍ଟ ପିନ୍ଧିବାକୁ ଭଲ ପାଆନ୍ତି ଏବଂ ଏଥିରେ ଆରାମଦାୟକ ଅନୁଭବ କରନ୍ତି। ସେ କହିଛନ୍ତି , ବିବାହରେ ପିନ୍ଧିଥିବା ପ୍ୟାଣ୍ଟଶାର୍ଟ ବହୁ ପୁରୁଣା। ସେ ଏହାକୁ ବହୁ ପୂର୍ବରୁ ଏକ ଇଟାଲୀୟ ବୁଟିକ୍‌ରୁ କିଣିଥିଲେ। ଭାରତୀୟ ପରମ୍ପରାରେ ବିବାହ ପାଇଁ କେବଳ ରଙ୍ଗୀନ ପୋଷାକକୁ ଗୁରୁତ୍ୱ ଦିଆଯାଏ। ସଞ୍ଜନା ଟିକେ ଭିନ୍ନ ଧରଣର ପୋଷାକ ପିନ୍ଧିବାକୁ ମନସ୍ଥ କରିଛନ୍ତି। ଏହା ଦ୍ୱାରା ତାଙ୍କ ବିବାହକୁ ସେ ସ୍ମରଣୀୟ କରିବାକୁ ଚାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri