Categories: ଫୁରସତ

ବର ଶସ୍ତା ଲେହେଙ୍ଗା ପଠାଇବାରୁ ବିବାହ ପାଇଁ ମନା କରିଦେଲା କନ୍ୟା

ଅନେକ କାରଣ ଯୋଗୁ ବାହାଘର ଭାଙ୍ଗିଯାଏ। ଆପଣ କେବେ ଶୁଣିଥିଲେ କି ଏକ ଲେହେଙ୍ଗା ପାଇଁ ବାହାଘର ଭାଙ୍ଗିଯାଇଛି। ଉତ୍ତରାଖଣ୍ଡର ହାଲଡୱାନିଙ୍କ ଏହି ଘଟଣା ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିବ। ବର କନ୍ୟାକୁ ଏକ ଶସ୍ତା ଲେହେଙ୍ଗା ପଠାଇବାରୁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ବର ଘର ଆଲମୋରା ବାସିନ୍ଦା ହୋଇଥିବା ବେଳେ କନ୍ୟା ଘର ହାଲଡୱାନି ଜିଲାର ବାସିନ୍ଦା। ତେବେ ଯୁବକ ଜଣଙ୍କ ଯୁବତୀଙ୍କ ପାଇଁ ଲକ୍ଷ୍ନୌରୁ ଏକ ଲେହେଙ୍ଗା ଅର୍ଡର କରିଥିଲେ। ଯାହାର ଦାମ୍‌ ଥିଲା ୧୦ ହଜାର ଟଙ୍କା। ହେଲେ ଲେହେଙ୍ଗାଟି ଯୁବତୀଙ୍କୁ ପସନ୍ଦ ଆସି ନ ଥିଲା। ଯାହାକୁ ନେଇ ବରପକ୍ଷ ଏବଂ କନ୍ୟାପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏପରିକି ଏହି ଘଟଣାକୁ ନେଇ ଉଭୟ ପକ୍ଷ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ପୋଲିସ ଘଟଣାକୁ ନେଇ ବୁଝାସୁଝା କରିଥିଲା। କିନ୍ତୁ କୌଣସି ସମାଧାନ ହୋଇ ନ ଥିଲା। ଶେଷରେ ବାହାଘର ଭାଙ୍ଗିଯାଇଥିଲା। ଦୁହିଁଙ୍କର ଜୁନ୍‌ରେ ଏନ୍‌ଗେଜମେଣ୍ଟ ହୋଇଥିଲା। ଆଉ ନଭେମ୍ବରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Share