ବ୍ରିକ୍ସ ପ୍ଲସ୍‌ ନୌସମରାଭ୍ୟାସ ଆରମ୍ଭ

କେପ୍‌ ଟାଉନ୍‌,୧୧ା୧: ଦକ୍ଷିଣ ଆଫ୍ରିକା ସମୁଦ୍ରରେ ଚାଇନା, ରୁଷିଆ ଏବଂ ଇରାନ ଶନିବାରଠାରୁ ସପ୍ତାହବ୍ୟାପୀ ମିଳିତ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଜାହାଜ ଚଳାଚଳ ଏବଂ ସାମୁଦ୍ରିକ ଆର୍ଥତ୍କ କାରବାରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ରିକ୍ସ ପ୍ଲସ୍‌ ସମରାଭ୍ୟାସ ନାମରେ ଏହି ଅଭିଯାନ କରାଯାଉଥିବା ଆୟୋଜନ ଦେଶ ପକ୍ଷରୁ କୁହାଯାଇଛି। ବ୍ରିକ୍ସ ପ୍ଲସ୍‌ ହେଉଛି ଭୂରାଜନୈତିକ ମେଣ୍ଟ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ସଂଗଠନର ପରିବର୍ଦ୍ଧନ ରୂପ। ଏଥିରେ ଅନ୍ୟ ୬ଟି ଦେଶ ସାମିଲ ହୋଇଛନ୍ତି। ସେମାନେ ହେଲେ ଇଜିପ୍ଟ, ଇଣ୍ଡୋନେସିଆ, ସାଉଦି ଆରବ, ଇଥିଓପିଆ ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍ସ। ଦକ୍ଷିଣ ଆଫ୍ରିକା ନିୟମିତ ଭାବେ ଚାଇନା ଓ ରୁଷିଆ ସହ ନୌସମରାଭ୍ୟାସ କରିଥାଏ। ସମ୍ପ୍ରତି ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ସମେତ ବ୍ରିକ୍ସ ପ୍ଲସ୍‌ର ଅଧିକାଂଶ ଦେଶ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନର ଉତ୍ତେଜନା ଲାଗି ରହିଥିବାବେଳେ ବ୍ରିକ୍ସ ପ୍ଲସ୍‌ ନୌସମରାଭ୍ୟାସ ଆରମ୍ଭ ହୋଇଛି। ଚାଇନା ସେନା ଅଧିକାରୀମାନେ ଏଥିରେ ନେତୃତ୍ୱ ନେଇଥିବାବେଳେ ବ୍ରାଜିଲ, ଇଜିପ୍ଟ ଏବଂ ଇଥିଓପିଆ ପର୍ଯ୍ୟବେକ୍ଷକ ଭାବେ ସାମିଲ ହୋଇଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ତେଲେଇ ହେବାକୁ…

ଭୁବନେଶ୍ୱର,୧୮ା୧(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାରୁ ଯିବାପରଠାରୁ ଦଳୀୟ ବ୍ୟାପାରରେ ସମ୍ପୂର୍ଣ୍ଣ ନୀରବ ରହି ଆସୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ଶୃଙ୍ଖଳା...

ରାଜ୍ୟକୁ ଆସିବ ୧ ଲକ୍ଷ କୋଟିର ପୁଞ୍ଜି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): କୋଲକାତାରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ରୋଡ୍‌ ଶୋ’ରୁ ଓଡ଼ିଶା ପାଇଁ ୧ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ...

ଗ୍ରୀନଲ୍ୟାଣ୍ଡ ପାଇଁ ଜିଦ୍‌ରେ ଅଟଳ ଟ୍ରମ୍ପ: ବିରୋଧ କରୁଥିବା ଦେଶ ଉପରେ ଲଦିଲେ ୧୦% ଟାରିଫ୍

ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ପ୍ରସଙ୍ଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ଯୋଜନାକୁ ବିରୋଧ କରୁଥିବାରୁ...

ଇଣ୍ଡିଗୋ ଉପରେ ଲାଗିଲା ୨୨ କୋଟି ଟଙ୍କା ଜରିମାନା, ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭।୧: ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସରକାର। ବିମାନ କ୍ରୁ ସଦସ୍ୟଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର, ଦୁର୍ବଳ...

୨୦୨୭ ଏହି ମାସରେ ହେବ ପଞ୍ଚାୟତ ନିର୍ବାଚନ: ବଡ ସୂଚନା ଦେଲେ ଓଡ଼ିଶା ନିର୍ବାଚନ କମିଶନର

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ...

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା… 

ରାଉରକେଲା,୧୭।୧: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାରେ  ଗୁରୁତର ଥିବା ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ସେଠାରେ ତାଙ୍କର...

ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସେନାର ବୀରତ୍ୱ ସହ ଦୃଷ୍ଟି ଆକର୍ଷଣ କରିବ ‘ବାକ୍ଟ୍ରିଅନ୍‌ ଓଟ’

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷ, ଗଣତନ୍ତ୍ର ଦିବସ ପରେଡ ଦେଶର ସାମରିକ ଶକ୍ତି, ଭୌଗୋଳିକ ବିବିଧତା ଏବଂ ବୀରତ୍ୱପୂର୍ଣ୍ଣ ଦକ୍ଷତାକୁ ଏପରି ଭାବରେ ପ୍ରଦର୍ଶନ କରିବ ଯାହା...

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭।୧: ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri