ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ପାଇଁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ ଏନ୍‌ଓସି ବିନା ଶତାଧିକ ଇଟା ଭାଟି ଚାଲିଛି। ଶିଶୁ ଶ୍ରମିକ ନିୟୋଜନ, ବାୟୁ ପ୍ରଦୂଷଣ ପ୍ରତି କାହାରି ଧ୍ୟାନ ନାହିଁ। ଏପରି କି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଇଟା ବ୍ୟବସାୟ ଚାଲିଛି। ଖରା ସହିତ ଇଟାଭାଟି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଦର୍ଶାଇ ଗତ ୨ରେ ହେନ୍ତାଳ ବନ ସୁରକ୍ଷା ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ଏହା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସଙ୍ଗଠନ ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, ଜିଲାର ନଦୀ ଶଯ୍ୟା ଏପରି କେତେଜଣ ବ୍ୟବସାୟୀଙ୍କ କବ୍‌ଜାରେ ଅଛି। ମାଟି, ବାଲି ପରି ଲଘୁ ଖଣିଜ ସମ୍ପଦ ପ୍ରତ୍ୟେହ ଚୋରି ହେଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଇନ ୧୯୮୬, ଅଗ୍ନିଶମ, ଶ୍ରମ, ରାଜସ୍ବ ବିଭାଗ ଆଦି ଏହି ବେଆଇନ ଇଟାଭାଟି ଉପରେ ରୋକ୍‌ ଲଗାଇ ପାରୁନାହାନ୍ତି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ବିନା ଅନୁମତିରେ ମାଟି ଇଟା ପ୍ରସ୍ତୁତ କରିବା ଓ ପୋଡ଼ିବା ବେଆଇନ। ଏହା ସତ୍ତ୍ୱେ ଶତାଧିକ ଇଟାଭାଟି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଉଛି। ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କହିଛନ୍ତି, ଖରା ସହିତ ଇଟାଭାଟି ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଇଟାଭାଟିର ଧୂଆଁ ଓ ତାତି ମିଶି ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛି। ଡେରାବିଶ ବ୍ଲକ ବନ୍ଧପଡା ଗ୍ରାମର ଅକ୍ଷୟ ବେହେରା କହିଛନ୍ତି, କିଛିଦିନ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏସମ୍ପର୍କରେ ଏକ ଅଭିଯୋଗ ପତ୍ର ଦିଆଯାଇଥିଲା। ଅଭିଯୋଗ ମୁତାବକ ତରଜଙ୍ଗା (ବାଲିଦିଆପାଟଣା)ର ଗୋଚର ଜମିରୁ କେତେଜଣ ଖଳ ପ୍ରକୃତିର ବ୍ୟକ୍ତି ମାଟି ଉଠାଇ ଇଟା ପ୍ରସ୍ତୁତ କରିଛନ୍ତି। ଫଳରେ ଏହି ସ୍ଥାନରେ ପ୍ରାୟ ୩ରୁ ୪ ଫୁଟ ଗର୍ତ୍ତ ହୋଇଥିବାରୁ ଗୋଚାରଣରେ ସମସ୍ୟା ହେଉଛି। କେନ୍ଦ୍ରାପଡ଼ାର ଶୁଭେନ୍ଦୁ କୁମାର ଦାସ କୁହନ୍ତି, ଗୋଚର, ଅନାବାଦୀ, ବଗଚର, ନୟନଯୋରି, ନଦୀ ପଠା ଆଦିରୁ ଇଟା ଭାଟି ମାଲିକମାନେ ମାଟି ଉଠାଉଛନ୍ତି। ତହସିଲଦାରଙ୍କ ନଜରକୁ ଏସବୁ ଆସୁ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ବାଲି ମାଟି ବାବଦ ରାଜସ୍ବ ରାଜକୋଷକୁ ମିଳୁନାହିଁ। ଇନ୍ଦୁପୁରର ଦେବାଶିଷ ଜେନା କୁହନ୍ତି, ଜିଲା ମଧ୍ୟ ଦେଇ ଯାଇଥିବା ନଦୀର ପଠା ଏବେ ଏପରି ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ପଠା ଆଖପାଖ ବାଲିଆ ଦୋରସା ମାଟି ମିଳୁଥିବାରୁ ନଦୀ ଶଯ୍ୟା ଦୁର୍ବଳ ହେବାରେ ଲାଗିଛି। ଇଟାଭାଟି ମାଲିକମାନେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଲିକତାର ମେଦିନାପୁର, ବିହାର ବସିହାର ଛାପ୍ରା ଅଞ୍ଚଳର ଲୋକଙ୍କୁ ଏହି କାମରେ ଲଗାଉଛନ୍ତି। ଏଥିରେ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ଜଣେ ଇଟାଭାଟି ମାଲିକ କହିଛନ୍ତି, ଘର ନିର୍ମାଣ ପାଇଁ ଫ୍ଲାଇଆସ୍‌ ଇଟା ଫ୍ୟାକ୍ଟ୍ରି କମ୍‌ ଥିବାରୁ ମାଟି ନିର୍ମିତ ଇଟାକୁ ସମସ୍ତେ ଆଦର କରୁଛନ୍ତି। ଏହାକୁ କୁଟୀର ଶିଳ୍ପର ମାନ୍ୟତା ମିଳିଲେ ଯୁବ ଶିଳ୍ପୋଦ୍ୟୋଗୀ ବାହାରିବା ସହିତ ଶ୍ରମିକଙ୍କ କର୍ମ ନିଯୁକ୍ତି ସମସ୍ୟାର ଆଶୁ ସମାଧାନ ହୋଇପାରିବ। ଆଇନଜୀବୀ ବିଧୂଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଏନ୍‌ଜିଟିର ବାରଣ ସତ୍ତ୍ୱେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି। ପ୍ରଦୂଷଣ ବୋର୍ଡର ୧୯୮୬ ଆଇନ, ୨୦୦୫ରେ ନଦୀ ଶର୍ଯ୍ୟାର ୫୦୦ ମିଟର ମଧ୍ୟରେ ବାଲି ଉଠାକୁ ବନ୍ଦ କରାଯାଇଛି। ଏନେଇ ଏକ ଜନସ୍ବାର୍ଥ ମାମଲା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ବେଆଇନ ଇଟାଭାଟି ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri