Categories: ଫୁରସତ

ଆଖି ପିଛୁଳାକେ ପିଲା ଉପରେ ପଡ଼ୁଛି ଇଟା ଗଦା, ବଞ୍ଚାଇବାକୁ ମା’ କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ମା’ ପୁଅ ଇଟା ଥାକ ତଳେ ବସିଥିବା ବେଳେ ହଠାତ ଇଟା ତାଙ୍କ ଉପରେ ପଡ଼ିଯାଉଛି। ମା’ ଦୁଇ ହାତରେ ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସବୁ ଇଟା ତଳେ ପଡ଼ିଯାଉଛି। ପରେ ଆଉ ଜଣେ ପୁଅକୁ ସେଠାରୁ ବାହାର କରି ନେଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share