ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ ସମବାୟ ସମିତିର ନିବନ୍ଧକ (ଆରସିଏସ୍‌) ହସ୍ତକ୍ଷେପ କରିଛନ୍ତି। ଏହି ମର୍ମରେ ଆର୍‌ସିଏସ୍‌ ପକ୍ଷରୁ ଯୁଗ୍ମ ନିବନ୍ଧକ ଶୁକ୍ରବାର ବିଞ୍ଝାରପୁର ଅଞ୍ଚଳର କେତେଜଣ ସାମାଜିକ କର୍ମୀଙ୍କ ନିଜସ୍ବ ଅଭିଯୋଗ ଆଧାରରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଯାଜପୁର ସମବାୟ ସମିତିର ଉପନିବନ୍ଧକ(ଡିଆରସିଏସ୍‌)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଗରିବ କୃଷକ ସଦସ୍ୟଙ୍କ କୃଷିଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ଆର୍‌ସିଏସ୍‌ ରାଜ୍ୟର ସମସ୍ତ ଡିଆରସିଏସ୍‌, ଏଆରସିଏସ୍‌ ଏବଂ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ(ସିସିିବି)ର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଋଣ ପାସ୍‌ବୁକ୍‌ କିମ୍ବା ଚେକ୍‌ବୁକ୍‌ ସମ୍ପୃକ୍ତ ସମ୍ପାଦକମାନେ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏହାବାଦ୍‌ ବ୍ରାଞ୍ଚ ମ୍ୟାନେଜର ପ୍ରତି ୩ ମାସରେ ଥରେ ପ୍ରତ୍ୟେକ ପ୍ୟାକ୍ସର ଋଣୀଙ୍କ ପାସ୍‌ବୁକ୍‌ ନିଶ୍ଚିତ ଭାବେ ତଦନ୍ତ କରିବେ। ଏହିସବୁ ନିର୍ଦ୍ଦେଶର ଅନୁପାଳନ ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିବନ୍ଧକ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। କିନ୍ତୁ ବିଭିନ୍ନ ଉପାୟରେ ଚାଷୀଙ୍କ ଋଣ ଅର୍ଥ ହଡ଼ପ ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏଭଳି ନିର୍ଦ୍ଦେଶ କେବଳ ଫାଇଲ ଭିତରେ ଚପି ରହିଛି ବୋଲି ଅଭିଯୋଗ ହୋଇଛି। ଏହାର ଏକ ନିଚ୍ଛକ ଉଦାହରଣ ଯାଜପୁର ଜିଲା ବିଞ୍ଝାରପୁର ବ୍ରାଞ୍ଚରେ ଦେଖିବାକୁ ମିଳିଛି। ସାମାଜିକ କର୍ମୀ ରବି ସାହୁ, କନକଲତା ମହାନ୍ତି, ପ୍ରିୟବ୍ରତ ପାତ୍ର, ଜାନକୀ କାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ଏହି ବ୍ରାଞ୍ଚରେ ବେଆଇନ ଭାବେ ଚାଷୀ ଓ ଋଣୀଙ୍କଠାରୁ ଟଙ୍କା ଅସୁଲି କରାଯାଉଛି। ଏଠାକାର ସମ୍ପୃକ୍ତ ଅଧିକାରୀ ପ୍ରତି ୬ ମାସରେ ୪ଚକିଆ ଗାଡ଼ି କିଣୁଛନ୍ତି। ବର୍ଷେ ମଧ୍ୟରେ ଦୁଇଟି ଟ୍ରକ ତାଙ୍କ ପରିବାରବର୍ଗଙ୍କ ନାମରେ କିଣିଛନ୍ତି। ଭୁବନେଶ୍ୱରରେ କୋଟିଏ ଟଙ୍କାର ଜମି କିଣିଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଦୁଇ ଜଣ ଡାଇରେକ୍ଟର ମାସିକ ଚାନ୍ଦା ନେଇ ଏହି ଦୁର୍ନୀତିକୁ ସୁରକ୍ଷା ଦେଉଛନ୍ତି। ମୋ ସ୍କୁଟି ଋଣ ଯୋଜନାରେ ମୁଣ୍ଡ ପିଛା ୬ ହଜାର ଟଙ୍କା ଆଦାୟ ହେଉଛି। କୃଷି ଋଣରେ ପ୍ରତି ଚାଷୀଙ୍କଠାରୁ ୮୦୦ ଟଙ୍କା, ଏସଏଚ୍‌ଜି ଋଣ ବାବଦକୁ ୧୦ ହଜାର ଟଙ୍କା ଆଦାୟ କରାଯାଉଛି। ବିଶେଷକରି ମୋ ସ୍କୁଟର ଋଣରେ ନାହିଁ ନଥିବା ଦୁର୍ନୀତି ହେଉଛି। ସ୍କୁଟର ଦର ଯଦି ୮୦ ହଜାର ଟଙ୍କା ଥିବ ତାକୁ ୧ ଲକ୍ଷ ଟଙ୍କା କରି ଦେଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଗାଡି ଡିଲରକୁ ୨୦୦ ସ୍କୁଟି ଯୋଗାଣ ଦାୟିତ୍ୱ ଦେଇ ବ୍ୟାପକ କମିଶନ କାରବାର ହୋଇଛି। ଏପରିକି ବେନାମୀ ଲୋକଙ୍କ ନାମରେ ସ୍କୁଟି ଋଣ ଦିଆଯାଇଛି। ବିଞ୍ଝାରପୁର ଶାଖାରେ ଜଣେ କର୍ମଚାରୀ ୩୪ ବର୍ଷ ହେଲା କାମ କରୁଛନ୍ତି। ଏପରିକି ଅନେକ କର୍ମଚାରୀଙ୍କ ୧୦ ବର୍ଷରୁ ଅଧିକ ସମୟ ହେବ ବଦଳି ହେଉନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପୂର୍ଣ୍ଣ ରାଜନୀତି ସଂସ୍ଥାରେ ପରିଣତ ହୋଇ ସାରିଛି ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ବେଣୁଧର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଉପରେ ପୂର୍ବରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ହୋଇ ସାରିଛି। କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇନାହିଁ। ତେବେ ସ୍କୁଟି ଋଣରେ ଦୁର୍ନୀତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏସ୍‌ଏଚ୍‌ଜି ମାଧ୍ୟମରେ ଚେକ୍‌ ଦିଆଯାଇଛି। ଏନେଇ ଏସ୍‌ଏଚ୍‌ଜି ସଭ୍ୟାମାନଙ୍କୁ ପଚାରିବାରେ ସେମାନେ କାହାରିକୁ ଲାଞ୍ଚ ଦେଇନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri