ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ ସମବାୟ ସମିତିର ନିବନ୍ଧକ (ଆରସିଏସ୍‌) ହସ୍ତକ୍ଷେପ କରିଛନ୍ତି। ଏହି ମର୍ମରେ ଆର୍‌ସିଏସ୍‌ ପକ୍ଷରୁ ଯୁଗ୍ମ ନିବନ୍ଧକ ଶୁକ୍ରବାର ବିଞ୍ଝାରପୁର ଅଞ୍ଚଳର କେତେଜଣ ସାମାଜିକ କର୍ମୀଙ୍କ ନିଜସ୍ବ ଅଭିଯୋଗ ଆଧାରରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଯାଜପୁର ସମବାୟ ସମିତିର ଉପନିବନ୍ଧକ(ଡିଆରସିଏସ୍‌)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଗରିବ କୃଷକ ସଦସ୍ୟଙ୍କ କୃଷିଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ୨୦୨୨ ଜୁନ ପ୍ରଥମ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ଆର୍‌ସିଏସ୍‌ ରାଜ୍ୟର ସମସ୍ତ ଡିଆରସିଏସ୍‌, ଏଆରସିଏସ୍‌ ଏବଂ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ(ସିସିିବି)ର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଋଣ ପାସ୍‌ବୁକ୍‌ କିମ୍ବା ଚେକ୍‌ବୁକ୍‌ ସମ୍ପୃକ୍ତ ସମ୍ପାଦକମାନେ ନିଜ ପାଖରେ ରଖିବେ ନାହିଁ କିମ୍ବା ଏହାର ବ୍ୟବହାର କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏହାବାଦ୍‌ ବ୍ରାଞ୍ଚ ମ୍ୟାନେଜର ପ୍ରତି ୩ ମାସରେ ଥରେ ପ୍ରତ୍ୟେକ ପ୍ୟାକ୍ସର ଋଣୀଙ୍କ ପାସ୍‌ବୁକ୍‌ ନିଶ୍ଚିତ ଭାବେ ତଦନ୍ତ କରିବେ। ଏହିସବୁ ନିର୍ଦ୍ଦେଶର ଅନୁପାଳନ ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିବନ୍ଧକ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। କିନ୍ତୁ ବିଭିନ୍ନ ଉପାୟରେ ଚାଷୀଙ୍କ ଋଣ ଅର୍ଥ ହଡ଼ପ ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବାରୁ ଏଭଳି ନିର୍ଦ୍ଦେଶ କେବଳ ଫାଇଲ ଭିତରେ ଚପି ରହିଛି ବୋଲି ଅଭିଯୋଗ ହୋଇଛି। ଏହାର ଏକ ନିଚ୍ଛକ ଉଦାହରଣ ଯାଜପୁର ଜିଲା ବିଞ୍ଝାରପୁର ବ୍ରାଞ୍ଚରେ ଦେଖିବାକୁ ମିଳିଛି। ସାମାଜିକ କର୍ମୀ ରବି ସାହୁ, କନକଲତା ମହାନ୍ତି, ପ୍ରିୟବ୍ରତ ପାତ୍ର, ଜାନକୀ କାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁସାରେ ଏହି ବ୍ରାଞ୍ଚରେ ବେଆଇନ ଭାବେ ଚାଷୀ ଓ ଋଣୀଙ୍କଠାରୁ ଟଙ୍କା ଅସୁଲି କରାଯାଉଛି। ଏଠାକାର ସମ୍ପୃକ୍ତ ଅଧିକାରୀ ପ୍ରତି ୬ ମାସରେ ୪ଚକିଆ ଗାଡ଼ି କିଣୁଛନ୍ତି। ବର୍ଷେ ମଧ୍ୟରେ ଦୁଇଟି ଟ୍ରକ ତାଙ୍କ ପରିବାରବର୍ଗଙ୍କ ନାମରେ କିଣିଛନ୍ତି। ଭୁବନେଶ୍ୱରରେ କୋଟିଏ ଟଙ୍କାର ଜମି କିଣିଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଦୁଇ ଜଣ ଡାଇରେକ୍ଟର ମାସିକ ଚାନ୍ଦା ନେଇ ଏହି ଦୁର୍ନୀତିକୁ ସୁରକ୍ଷା ଦେଉଛନ୍ତି। ମୋ ସ୍କୁଟି ଋଣ ଯୋଜନାରେ ମୁଣ୍ଡ ପିଛା ୬ ହଜାର ଟଙ୍କା ଆଦାୟ ହେଉଛି। କୃଷି ଋଣରେ ପ୍ରତି ଚାଷୀଙ୍କଠାରୁ ୮୦୦ ଟଙ୍କା, ଏସଏଚ୍‌ଜି ଋଣ ବାବଦକୁ ୧୦ ହଜାର ଟଙ୍କା ଆଦାୟ କରାଯାଉଛି। ବିଶେଷକରି ମୋ ସ୍କୁଟର ଋଣରେ ନାହିଁ ନଥିବା ଦୁର୍ନୀତି ହେଉଛି। ସ୍କୁଟର ଦର ଯଦି ୮୦ ହଜାର ଟଙ୍କା ଥିବ ତାକୁ ୧ ଲକ୍ଷ ଟଙ୍କା କରି ଦେଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଗାଡି ଡିଲରକୁ ୨୦୦ ସ୍କୁଟି ଯୋଗାଣ ଦାୟିତ୍ୱ ଦେଇ ବ୍ୟାପକ କମିଶନ କାରବାର ହୋଇଛି। ଏପରିକି ବେନାମୀ ଲୋକଙ୍କ ନାମରେ ସ୍କୁଟି ଋଣ ଦିଆଯାଇଛି। ବିଞ୍ଝାରପୁର ଶାଖାରେ ଜଣେ କର୍ମଚାରୀ ୩୪ ବର୍ଷ ହେଲା କାମ କରୁଛନ୍ତି। ଏପରିକି ଅନେକ କର୍ମଚାରୀଙ୍କ ୧୦ ବର୍ଷରୁ ଅଧିକ ସମୟ ହେବ ବଦଳି ହେଉନାହିଁ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପୂର୍ଣ୍ଣ ରାଜନୀତି ସଂସ୍ଥାରେ ପରିଣତ ହୋଇ ସାରିଛି ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ବେଣୁଧର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଉପରେ ପୂର୍ବରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ହୋଇ ସାରିଛି। କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇନାହିଁ। ତେବେ ସ୍କୁଟି ଋଣରେ ଦୁର୍ନୀତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏସ୍‌ଏଚ୍‌ଜି ମାଧ୍ୟମରେ ଚେକ୍‌ ଦିଆଯାଇଛି। ଏନେଇ ଏସ୍‌ଏଚ୍‌ଜି ସଭ୍ୟାମାନଙ୍କୁ ପଚାରିବାରେ ସେମାନେ କାହାରିକୁ ଲାଞ୍ଚ ଦେଇନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri