Posted inଖେଳ

Video: କମେଣ୍ଟ୍ରି ବକ୍ସରେ ହଠାତ୍‌ କାନ୍ଦିବାକୁ ଲାଗିଲେ ଭେଟେରାନ୍‌ ବ୍ରାଏନ୍‌ ଲାରା, ବୁଝାଇଲେ ଗିଲକ୍ରିଷ୍ଟ; କାରଣ ଜାଣିଲେ…

ଗାବା,୨୮।୧: ଇତିହାସ ରଚିଛି ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ଗାବାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦଳ ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ରନ୍‌ରେ ପରାଜିତ କରିଛି। ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ପରାସ୍ତ କରିବାର ହିରୋ ଶାମର ଜୋସେଫ ଏକାକି ୭ ଉଇକେଟ ନେଇଥିଲେ। ତେବେ ଏହି ବିଜୟ ଦଳ ପାଇଁ କେତେ ଗୁରୁତ୍ୱ ବହନ କରୁଛି ତାହା କମେଣ୍ଟ୍ରି ବକ୍ସରେ ଉପସ୍ଥିତ ଥିବା ଭେଟେରାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରାଙ୍କ ଲୁହ ହିଁ କହୁଥିଲା। ଏବେ ଏହାର ଭିଡିଓ ଭାଇରାଲ ହେଉଛି।

ଶାମର ଜୋସେଫ ଜୋସ ହେଜଲଉଡ୍‌ ଭାବେ ଅଷ୍ଟ୍ରେଲିଆର ଶେଷ ଉଇକେଟ ନେବା ପରେ ଓ୍ବେଷ୍ଟଇଣ୍ଡିଜ ଖେଳାଳି ମଇଦାନରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲା। ଠିକ୍‌ ଏହି ସମୟରେ କମେଣ୍ଟ୍ରି ବକ୍ସରେ ଉପସ୍ଥିତ ଥିବା ଲାରାଙ୍କ ଆଖିରେ ଲୁହ ଆସିଯାଇଥିଲା। ତାଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆଡାମ ଗିଲକ୍ରିଷ୍ଟ କୋଳାଗ୍ରତ କରୁଥିବା ନଜର ଆସିଥିଲା। ଏବେ ଏହି ମୂହୁର୍ତ୍ତର ଫଟୋ ବେଶ ଭାଇରାଲ ହେଉଛି। ଯେଉଁଠି କ୍ରିକେଟ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

କହିରଖୁଛୁ,ଓ୍ବେଷ୍ଟଇଣ୍ଡିଜ୍‌ ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୬ରନ୍‌ର ବିଜୟଲକ୍ଷ୍ୟ ରଖିଥିଲା। ଅଷ୍ଟ୍ରେଲିଆର ଶକ୍ତିକୁ ଦେଖିଲେ ଏହା ସହଜ ବୋଲି କୁହାଯାଉଥିଲା। ହେଲେ ଚମତ୍କାର ବୋଲିଂ ଯୋଗୁ ବିରୋଧୀ ଦଳ ୨୦୭ରେ ଅଲଆଉଟ୍‌ ହୋଇଥିଲେ। ଫଳରେ ୮ ରନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିଜେତା ହୋଇଛି। ଏହା ଦଳ ଲାଗି ୩ ଦଶକ ପରେ ଅଷ୍ଟ୍ରେଲିଆରେ ମିଳିଥିବା ପ୍ରଥମ ବିଜୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri