ବ୍ରେକ୍‌ ଡାଉନ୍‌ ଆଇରନ ବୋଝେଇ ଟ୍ରକ୍‌ ପଛ ପଟୁ ଧକ୍କା ଦେଲା ମାର୍ବଲ ବୋଝେଇ ଟ୍ରକ୍‌: ଚାପି ହୋଇ ରହିଲେ ଡ୍ରାଇଭର

ପାଟଣା,୧।୪(ସ୍ବ .ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪ ଲେନ ବିଶିଷ୍ଟ ୪୯ ନମ୍ବର ଜାତୀୟରାଜପଥ ଚେମେଣା ବ୍ରାହ୍ମଣବନ୍ଧ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ୨ ମାଲବୋଝେଇ ୧୨ ଚକିଆ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି। ଚେମେଣା ତୁରୁମୁଙ୍ଗା ରାସ୍ତାରେ ଛିଡ଼ା ହୋଇଥିବା ଏକ ବ୍ରେକ୍‌ ଡାଉନ୍‌ ଆଇରନ ବୋଝେଇ ଟ୍ରକ୍‌ ପଛପଟୁ ଏକ ମାର୍ବଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଏଥିରେ ମାର୍ବୋଲ ବୋଝେଇ ଟ୍ରକ୍‌ର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ କେନ୍ଦୁଝର ଅଗ୍ନିଶମ କର୍ମଚାରୀ ପହଞ୍ଚି ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଦୀର୍ଘ ସମୟ ପ୍ରଚେଷ୍ଟାପରେ ଅଗ୍ନିଶମ ବିଭାଗ ଗ୍ୟାସ୍‌ କଟରରେ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆପଠାଇଛନ୍ତି। ଗୁରୁତର ଟ୍ରକ୍‌ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।
ତେବେ ଦୁର୍ଘଟଣାଯୋଗୁ ରାସ୍ତାରେ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଉତ୍ତେଜନା ଲାଗିରହିଛି।