ବ୍ରେକ୍‌ ଦ ଫ୍ଲୋର୍‌: ତ୍ରିଶା, ଶ୍ରେଷ୍ଠା, କୀର୍ତ୍ତିକା ଚାମ୍ପିଅନ

ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆୟୋଜନ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମେଗା ଡ୍ୟାନ୍ସ ଇଭେଣ୍ଟ ବ୍ରେକ୍‌ ଦ ଫ୍ଲୋର୍‌ ସିଜନ ୨ ବ୍ରହ୍ମପୁର କଳା ପରିଷଦ କବିସୂର୍ଯ୍ୟ ମଞ୍ଚ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଗା ଇଭେଣ୍ଟ ତଥା ବ୍ରେକ୍‌ ଦ ଫ୍ଲୋରର ତ୍ରିଶା ଅଗ୍ରଓ୍ବାଲ, ଶ୍ରେଷ୍ଠା ମିଶ୍ର ଏବଂ ଏମ୍‌ଜିଲ କୀର୍ତ୍ତିକା ଚାମ୍ପିଅନ ହୋଇଛନ୍ତି।ଡ୍ୟାନ୍ସ ପ୍ଲସ୍‌ ପ୍ରୋ’ର ବିଜେତା ଛତିଶଗଡ଼ ରାଜ୍ୟର ରିତେଶ ପଲ ବିଚାରକ ଭାବେ ଯୋଗ ଦେଇ ଚାମ୍ପଅନମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଗତ ୨୩ରେ ଅଡିଶନ ହୋଇଥିବା ବେଳେ ଫାଇନାଲ ଅଡିଶନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଅଞ୍ଚଳର ଡ୍ରିମର ଆଣ୍ଡ୍‌ ଫିଟନେସ୍‌ ସେଣ୍ଟର ଏବଂ ଗଞ୍ଜାମ ବଡ଼ ବଜାରଠାରେ ଥିବା ବୁଦ୍ଧଦୀପ ଗୁରୁକୁଳ ସ୍କୁଲର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅତିଥି ଭାବେ ଶବର କୁମାର ତରାଇ, ସେଣ୍ଟର ମୁଖ୍ୟ ସନ୍ତୋଷ କୁମାର, ସ୍କୁଲ ଅଧ୍ୟକ୍ଷା ସୋନାଲି ନାୟକ, ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ସାମାଜିକ କର୍ମୀ ଉମାକାନ୍ତ ବେହେରା, ଗୋ ରକ୍ଷକ ଏଲେୟା, ଅସ୍ମିତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଶିଳ୍ପା ମାଝୀ, ପ୍ରିୟଙ୍କା, ତେଜସ୍ବିନୀ, ମନୋଜ ପ୍ରଧାନ,ବିଭୂତି ପଲାଇ, ଗଙ୍ଗା ରାଉଳ, ଟୋନି ପାଢ଼ୀ, ମିଲୁ ଦାସ, ଶଙ୍କର ସାହୁ, ବିଜୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ପ୍ରକାଶଯୋଗ୍ୟ, ସହର ଏକ କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ଏହି ଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନୃତ୍ୟପ୍ରେମୀ ଓ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଗଭୀର ନିରାଶାଭାବ ସୃଷ୍ଟି କରିଥିଲା। ଉକ୍ତ କୁଚକ୍ରୀ ଗୋଷ୍ଠୀଙ୍କୁ ସହରର ବିଭିନ୍ନ ବର୍ଗର ଲୋକ ଘୋର ନିନ୍ଦା କରିଥିଲେ। ସିଜନ୧ ର ବିଶାଳ ସଫଳତା ପରେ ସିଜନ-୨ ପ୍ରତି ଯୁବମହଲରେ ବ୍ୟାପକ ଉତ୍ସାହ ଦେଖାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଷ୍ଟାର ପ୍ଲସ୍‌ର ଖ୍ୟାତିସମ୍ପନ୍ନ ଡ୍ୟାନ୍ସ ରିଏଲିଟି ଶୋ’ ଡ୍ୟାନ୍ସ ପ୍ଲସ୍‌ ସିଜନ ୭ର ବିଜେତା ରିତେଶ ପଲଙ୍କୁ ଦେଖିବାକୁ ଗଞ୍ଜାମ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri