ବ୍ରାଜିଲ ଶବ୍ଦକୋଷରେ ‘ପେଲେ’

ସାଓପାଓଲୋ,୨୮ା୪(ପି.ଟି): ବ୍ରାଜିଲିଆନ୍‌ ଫୁଟ୍‌ବଲ କିମ୍ବଦନ୍ତୀ ପେଲେଙ୍କ ନାମକୁ ବର୍ତ୍ତମାନ ଶବ୍ଦକୋଷରେ ସାମିଲ କରାଯାଇଛି। ‘ପେଲେ’ ଶବ୍ଦକୁ ଏକ ବିଶ୍ଳେଷଣ ଭାବେ ବ୍ୟବହାର କରାଯାଉଥିବା ବେଳେ ଏହାକୁ ଶ୍ରେଷ୍ଠର ପ୍ରତିଶବ୍ଦ ବୋଲି ମଧ୍ୟ କୁହାଯାଇଛି। ଏହା ସହିତ ସ୍ବତନ୍ତ୍ର ଶବ୍ଦ ପାଇଁ ମଧ୍ୟ ଏହାର ବ୍ୟବହାର କରାଯିବ। ବୁଧବାର ‘ମାଇକେଲ୍ସ ଡିକ୍ସନାରି’ ପକ୍ଷରୁ ପେଲେଙ୍କ ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା, ଯହିଁରେ ୧ ଲକ୍ଷ ୨୫ ହଜାର ଲୋକ ସାମିଲ ହୋଇଥିଲେ। ୩ଥର ବିଶ୍ୱକପ୍‌ ଚାମ୍ପିୟନ ପେଲେ ଡିସେମ୍ବର ୨୦୨୨ରେ ପ୍ରାଣ ହରାଇଥିଲେ।
ଶବ୍ଦକୋଷରେ ଦିଆଯାଇଥିବା ସଂଜ୍ଞା ଅନୁଯାୟୀ ପେଲେ ଶବ୍ଦର ପରିଭାଷା ହେଉଛି, ସେହି ବ୍ୟକ୍ତି ଯିଏ ଅସାଧାରଣ, ଗୁଣବତ୍ତାରେ ଶ୍ରେଷ୍ଠ, ଯାହାଙ୍କ ଶ୍ରେଷ୍ଠତ୍ୱ ସହ କେହି ସମାନ ହୋଇପାରିବେ ନାହିଁ। ଏହାସହିତ ଏହି ଶବ୍ଦଟି ଏଡସନ୍‌ ଆରାଣ୍ଟେସ୍‌ ଡୋ ନାସିମେଣ୍ଟୋଙ୍କ ଡାକନାମ ବୋଲି ମଧ୍ୟ ଶବ୍ଦକୋଷରେ ଉଲ୍ଲେଖ ରହିଛି। ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଆଥଲେଟ୍‌ ଅତୁଳନୀୟ, ବିରଳ। ଏହି ଶବ୍ଦକୁ ଶ୍ରେଷ୍ଠତ୍ୱର ଉଦାହରଣ ପାଇଁ ବ୍ୟବହାର କରାଯିବ ବୋଲି ମଧ୍ୟ କୁହାଯାଇଛି। ସାଣ୍ଟୋସ୍‌ ଏଫ୍‌ସି ନାମକ ଏକ କ୍ଲବ୍‌ରେ ପେଲେ ନିଜ କ୍ୟାରିୟରର ସର୍ବାଧିକ ସମୟ ଖେଳିଥିଲେ। ସେଠାରେ ଥିବା ଦି ପେଲେ ଫାଉଣ୍ଡେଶନ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପୂର୍ବରୁ କେବଳ ଦୃଷ୍ଟାନ୍ତ ମାଧ୍ୟମରେ ଶ୍ରେଷ୍ଠତ୍ୱକୁ ପେଲେଙ୍କ ସହ ତୁଳନା କରାଯାଉଥିବା ବେଳେ ପ୍ରଥମଥର ପାଇଁ ଏହାକୁ ଶବ୍ଦକୋଷରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri