ତୃତିୟଥର ଲାଗି ବ୍ରାଜିଲର ରାଷ୍ଟ୍ରପତି ହେଲେ ଲୁଲା ଡା ସିଲଭା

ବ୍ରାସିଲିଆ,୨ ।୧: ବାମପନ୍ଥି ନେତା ଲୁଇଜ ଇନାସିୟୋ ଲୁଲା ଡା ସିଲଭା ତୃତିୟ ଥର ଲାଗି ବ୍ରାଜିଲର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ଜାଏର ବୋଲସୋନାରୋ ବାମପନ୍ଥି ନେତା ଲୁଇଜ ଇନାସିୟୋ ଲୁଲା ଡା ସିଲଭାଙ୍କ ଠାରୁ ପରାସ୍ତ ହୋଇଥିଲେ । ବେଶ କିଛିଦିନ ହେବ ବୋଲସୋନାରୋ ତାଙ୍କ ପରାଜୟକୁ ସ୍ୱୀକାର କରିପାରୁ ନ ଥିଲେ । ଏପଟେ ତାଙ୍କ ସମର୍ଥକ ବି ଲୁଲାଙ୍କୁ ବିରୋଧ କରୁଥିଲେ ।

ଲୁଲା ଡା ସଲଭାଙ୍କ ଶପଥ ଗ୍ରହଣ ସମାରୋହ ଏକ କାର ପରେଡ, ସଙ୍ଗିତ ପ୍ରଦର୍ଶନ ଓ ୱର୍କର୍ସ ପାର୍ଟି(ପିଟି)ର ସଦସ୍ୟଙ୍କ ଭାଷଣ ସହ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ବୋଲସୋନାରୋଙ୍କ ସମର୍ଥକଙ୍କ ଦ୍ୱାରା ହିଂସାର କଥିତ ଧମକ ପରେ ସୁରକ୍ଷା ମଧ୍ୟରେ ଆୟୋଜିତ କରାଯାଇଥିଲା । ଏହାପରେ ସେ ଜନତାଙ୍କୁ ସମ୍ବୋଧିତ କରିଥିଲେ ।

ଲୁଲା ସଦନରେ ଏକ ଭାଷଣରେ କହିଥିଲେ ଆମେ ବ୍ରାଜିଲର ପୁନଃନିର୍ମାଣ କରିବୁ । ଯାହା ଏହି ରାଷ୍ଟ୍ର ନିକଟରେ ହରାଇଛି ଏହାକୁ ପୁଣିଥରେ ଠିଆ କରାଇବୁ, ଆମେ ଆମର ସମସ୍ତ ପ୍ରୟାସକୁ ନିର୍ଦ୍ଦେଶିତ କରିବାକୁ ଯାଉଛୁ ।

Share