ବ୍ରେନ୍‌ ଟ୍ୟୁମର: କାରଣ, ଚିକିତ୍ସା

ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ ଖପୁରି ଭିତରେ ଏହାକୁ ସୁରକ୍ଷିତ କରି ରଖିଛି ପ୍ରକୃତି। ମସ୍ତିଷ୍କଟି ବେଶ୍‌ ନରମ ଓ ଏହାର ଭିତର ଅଂଶ ଧଳା। ସେଥିପାଇଁ ଦୁର୍ଘଟଣାରେ ପଡ଼ି ଖପୁରି ଫାଟିଗଲେ ‘ଦହି ବାହାରି ଆସିଲା’ ବୋଲି ଲୋକେ କହିଥାଆନ୍ତି। ମସ୍ତିଷ୍କର ଓଜନ ଦେଢ଼ କିଗ୍ରା ଓ ଏହା ସ୍ନାୟୁକୋଷଗୁଡିକୁ ନେଇ ଗଠିତ। ମସ୍ତିଷ୍କର ରହିଛି ବିଭିନ୍ନ ଅଂଶ, ଯଥା-ସିରିବ୍ରମ, ସେରିବେଲମ୍‌, ବ୍ରେନ୍‌ ଷ୍ଟେମ୍‌ ଇତ୍ୟାଦି। ଅଂଶଭେଦରେ ସେଗୁଡିକର କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ। ମସ୍ତିଷ୍କକୁ ଦେହର ‘ହେଡ୍‌ ଅଫିସ’ ବୋଲି କୁହାଯାଇଛି। କାରଣ ସମଗ୍ର ଦେହଟିର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସୁଖୀ କାରିଗର ହେଉଛି ମସ୍ତିଷ୍କ। ଆମର ସୁଖ ଦୁଃଖ, କ୍ରୋଧ, ପ୍ରେମ, ଅଭିମାନ ସହ ବିଭିନ୍ନ ଅଭିବ୍ୟକ୍ତ ସମେତ ଶାରୀରିକ ଅସୁଖବିସୁଖ ମଧ୍ୟ ମସ୍ତିଷ୍କ ହାତରେ ରହିଛି। ଅନୁଭବ କରିବା, ଚଲାବୁଲା କରିପାରିବା, ଶ୍ୱାସକ୍ରିୟା କରିବା, ଚିନ୍ତା କରିବା, ମନେ ରଖିବା, ମନେ ପକାଇବା ଆଦି ଯାବତୀୟ କାମର ପଶ୍ଚାତ୍‌ରେ ରହିଛି ମସ୍ତିଷ୍କର ଭୂମିକା। ମସ୍ତିଷ୍କର ବିକାଶ ପ୍ରକ୍ରିୟାଟି ଆରମ୍ଭ ହୋଇଥାଏ ଭ୍ରୂଣ ଅବସ୍ଥାରୁ।
ତେବେ ରୋଗର ଭାବୀ ପରିଣତି ଭଲ ହୋଇ ନ ଥିବାରୁ ରୋଗୀର ଚିକିତ୍ସାରେ ଅବହେଳା ନ କରି ରୋଗୀକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ଓ ତାହାର ମନୋବଳ ବୃଦ୍ଧି କରାଇବା ପାଇଁ ଯତ୍ନଶୀଳ ହେବା ହେଉଛି ପ୍ରଥମ କର୍ତ୍ତବ୍ୟ। ରୋଗୀ, ରୋଗୀ ପରିବାର ସଦସ୍ୟ, ରୋଗୀ ଚିକିତ୍ସାରେ ନିୟୋଜିତ ଚିକିତ୍ସକ, ସ୍ବାସ୍ଥ୍ୟକର୍ମୀମାନଙ୍କର ସମ୍ମିଳିତ ସହଯୋଗ ଏଥିପାଇଁ କାମ୍ୟ। ରୋଗ ସମ୍ବନ୍ଧୀୟ ଗବେଷଣା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅନୁଦାନ ଉପଲବ୍ଧ ହେବା ଉଚିତ। ସମସ୍ତଙ୍କର ଅକୁଣ୍ଠ ସହଯୋଗ ମିଳିପାରିଲେ ବ୍ରେନ୍‌ ଟ୍ୟୁମର ରୋଗୀଙ୍କର ଅଶେଷ ଉପକାର ସାଧିତ ହୋଇପାରିବ।
ମସ୍ତିଷ୍କର କ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଆମେ ତାହାକୁ ‘ମସ୍ତିଷ୍କ ମୃତ୍ୟୁ’ ବା ବ୍ରେନ୍‌ ଡେଡ୍‌ ବୋଲି କହିଥାଉ। ସେପରି ଅବସ୍ଥା ଉପୁଜିଲେ ବିଭିନ୍ନ ଯାନ୍ତ୍ରିକ ଉପକରଣ ବିନିଯୋଗ କରି ରୋଗୀକୁ ବଞ୍ଚେଇ ରଖିହେଲେ ମଧ୍ୟ ମୃତ୍ୟୁ ହିଁ ହେଉଛି ଅବଶ୍ୟମ୍ଭାବୀ ପରିଣତି। ଏହି ବ୍ରେନ୍‌ ଡେଡ୍‌ ଅବସ୍ଥାରେ ହିଁ ଅଙ୍ଗ ପ୍ରତିରୋପଣ ପାଇଁ ତା’ର ଶରୀରରୁ ବିଭିନ୍ନ ଅଙ୍ଗ ସଂଗ୍ରହ କରାଯାଇଥାଏ।
ଅନ୍ୟାନ୍ୟ ଅଙ୍ଗଭଳି ମସ୍ତିଷ୍କଟି ମଧ୍ୟ ଜୀବକୋଷଗୁଡିକୁ ନେଇ ଗଠିତ ହୋଇଥିବାରୁ ମସ୍ତିଷ୍କରେ ମଧ୍ୟ ଅର୍ବୁଦ ବା ‘ଟ୍ୟୁମର’ ଜାତ ହୋଇଥାଏ। ତେବେ ମସ୍ତିଷ୍କଟି ଖପୁରି ହାଡ଼ଗୁଡିକ ଦ୍ୱାରା ଆବଦ୍ଧ ହୋଇଥିବାରୁ ମସ୍ତିଷ୍କରେ ଅର୍ବୁଦ ଶରୀରର ଅନ୍ୟ ଅଙ୍ଗଗୁଡିକୁ ପ୍ରସରି ପାରେ ନାହିଁ। କିନ୍ତୁ ଶରୀରର ଅନ୍ୟ ଅଙ୍ଗଗୁଡିକରେ କ୍ୟାନ୍‌ସର ବା କର୍କଟ ରୋଗ ହେଲେ ତାହା ମସ୍ତିଷ୍କକୁ ପ୍ରସରି ଯାଇପାରେ। ମସ୍ତିଷ୍କରେ ବିଭିନ୍ନ ପ୍ରକାର ଟ୍ୟୁମର ହେଉଥିଲେ ମଧ୍ୟ ‘ଗ୍ଲାୟୋମା’ ନାମକ ଟ୍ୟୁମର ସବୁଠାରୁ ବେଶି ମାରାତ୍ମକ। ମସ୍ତିଷ୍କରେ କାହିଁକି ଟ୍ୟୁମର ହୋଇଥାଏ ତାହାର ସ୍ପଷ୍ଟ କାରଣ ଜଣାପଡ଼ିନି। ଅଥଚ କେବଳ ଆମେରିକାରେ ରହିଛନ୍ତି ପାଖାପାଖି ୭ ଲକ୍ଷ ବ୍ରେନ୍‌ ଟ୍ୟୁମର ରୋଗୀ। ପିଲାଠାରୁ ବୁଢ଼ା-ସମସ୍ତେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ହୋଇପାରନ୍ତି। ମହିଳାମାନଙ୍କ ଅପେକ୍ଷା ବେଶି ଆକ୍ରାନ୍ତ ହୋଇଥାଆନ୍ତି ପୁରୁଷମାନେ। ତେବେ ବ୍ରେନ୍‌ ଟ୍ୟୁମର କହିଲେ ଆମେ ସାଧାରଣତଃ ବ୍ରେନ୍‌ କ୍ୟାନ୍‌ସରକୁ ହିଁ ବୁଝିଥାଉ।
ଖପୁରି ପରିବେଷ୍ଟିତ ହୋଇଥିବାରୁ ବ୍ରେନ୍‌ରେ ଟ୍ୟୁମର ହେଲେ ବ୍ରେନ୍‌ଟି ପ୍ରସାରିତ ହେବାର ବାଟ ନ ଥାଏ। ଫଳରେ ଟ୍ୟୁମରର ଅବସ୍ଥିତି ଯୋଗୁ ବ୍ରେନ୍‌ରେ ଚାପ ବଢ଼ି ବଢ଼ି ଯାଏ। ପ୍ରକାଶ ପାଏ ଭୀଷଣ ମୁଣ୍ଡ ବ୍ୟଥା ଏବଂ ବାନ୍ତି। ଆଖିକୁ ଭଲ ଦେଖାଯାଏନା। କାନରେ ଭଲ ଶୁଣିହୁଏନି। ରୋଗୀ ସ୍ବଚ୍ଛନ୍ଦରେ ଚଲାବୁଲା କରି ନ ପାରି ଟଳଟଳ ହୁଏ। ଭଲ ଭାବରେ କଥା କହିପାରେନି। କୌଣସି କଥା ମନେ ରଖିପାରନି। ପରିଲକ୍ଷିତ ହୁଏ ମାନସିକ ଅସ୍ଥିରତା। ମସ୍ତିଷ୍କର କେଉଁ ସ୍ଥାନରେ ଟ୍ୟୁମର ହୋଇଛି ତାହା ଉପରେ ହିଁ ଲକ୍ଷଣମାନ ନିର୍ଭର କରିଥାଏ।
ରୋଗ ନିଣ୍ଣୟ ପାଇଁ ଡାକ୍ତରମାନେ ରୋଗୀର ଶାରୀରିକ ପରୀକ୍ଷା କରନ୍ତି। ଖପୁରିକୁ ଏକ୍ସ-ରେ, ମସ୍ତିଷ୍କର ସିଟି ସ୍କାନ, ଏମଆରଆଇ ସ୍କାନ, ପେଟ ସ୍କାନ, ଇଇଜି, ଆଞ୍ଜିଓଗ୍ରାମ୍‌, ଭେଣ୍ଟିକ୍ୟୁଲୋଗ୍ରାମ ଇତ୍ୟାଦି ପରୀକ୍ଷା କରେଇ ନିଅନ୍ତି। ଅପରେଶନ କରିବା ସମୟରେ ଆକ୍ରାନ୍ତ ଅଂଶରୁ ତନ୍ତୁ ସଂଗ୍ରହ କରି କରେଇଥାଆନ୍ତି ତା’ର ବାୟୋଲୋଜି ପରୀକ୍ଷା। ଅପରେଶନ ସମୟରେ ଖୁବ୍‌ ସାବଧାନତା ଅବଲମ୍ବନ କରାଯାଇଥାଏ। କାରଣ ମସ୍ତିଷ୍କରେ ଅତ୍ୟନ୍ତ ଗୁରୁତ୍ୱର୍ପୂ୍‌ଣ୍ଣ କେନ୍ଦ୍ରମାନ ଥିବାରୁ ସତର୍କ ନ ରହିଲେ ତାହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିବା ସ୍ବାଭାବିକ। ଅପରେଶନ କରି ସାରି କରାଯାଏ ରଶ୍ମି ଚିକିତ୍ସା ବା ‘ରେଡିଓଥେରାପି’। ସ୍ଥଳବିଶେଷରେ ରସାୟନ ଚିକିତ୍ସା ବା କେମୋଥେରାପି। ସଅଳ ଚିକିତ୍ସା କରା ନ ଗଲେ ରୋଗୀର ଭବିଷ୍ୟତ ଭଲ ନୁହେଁ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧,
ଅଭିନବ ବିଡାନାସୀ, କଟକ-୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri