Posted inଜାତୀୟ

ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୩।୩: ଭାରତ ବୁଧବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ କରିଛି। ଆଣ୍ଡାମାନ ଏବଂ ନିକୋବରରେ ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ ନେଇ ଏୟାର ଚିଫ୍‌ ମାର୍ଶାଲ ବିଆର୍‌ ଚୌଧୁରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରରୀକ୍ଷଣର ପ୍ରସ୍ତୁତି ସମୀକ୍ଷା ପାଇଁ ବିଆର୍‌ ଚୌଧୁରୀ ଆଣ୍ଡାମାନ ଏବଂ ନିକୋବରରେ ଉପସ୍ଥିତ ଥିଲେ। ଏହାର ସଫଳ ପରୀକ୍ଷଣ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି କରିବ ବୋଲି ଜଣାପଡିଛି।
ସୂଚନାନୁସାରେ, ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲ୍‌ର ସୀମା ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଥିଲା। କେବଳ ସଫ୍ଟୱେର୍‌ ଅପଗ୍ରେଡ କରିବ ଏହା ସମ୍ଭବ ହୋଇଥିଲା। ଫଳରେ ମିଶାଇଲ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏବେ ଏହି ମିଶାଇଲ୍‌ର କ୍ଷମତାକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାରେ ସଫଳତା ମିଳିଛି।
ପୂର୍ବରୁ ୨୦୨୧ ଡିସେମ୍ବର ୮ରେ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏମକେ-୧ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଏୟାର ଭର୍ସନର ସଫଳ ପରୀକ୍ଷଣ କରାଯାଇଥିଲା। ମିସାଇଲ ସଠିକ ଲକ୍ଷ୍ୟଭେଦ କରି ଶତ୍ରୁର ଠିକଣାକୁ ଧ୍ୱସ୍ତ କରିଥିଲା। ଏହି କ୍ରୁଜ ମିସାଇଲକୁ ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri