‘ବ୍ରହ୍ମାସ୍ତ୍ର’ପାର୍ଟ ୨ରେ ନଜର ଆସିପାରନ୍ତି ରଣବୀର, ହ୍ରିତିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ବିଗ୍‌ ବଜେଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଦର୍ଶକ ଉତ୍ସାହର ସହ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ। ସେହି ଅପେକ୍ଷାର ଅନ୍ତ ଘଟାଇ ଏବେ ଦର୍ଶକଙ୍କ ସାମ୍ନାରେ ‘ବ୍ରହ୍ମାସ୍ତ୍ର’। ଆଶା କରାଯାଉଛି କି, ଆୟାନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ। ରଣବୀର-ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ ଏବଂ ନାଗାର୍ଜୁନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ‘ବ୍ରହ୍ମାସ୍ତ୍ର’ର ଦ୍ୱିତୀୟ ପାର୍ଟ ବ୍ରହ୍ମାସ୍ତ୍ର-ଦେବ ପରଦାକୁ ଆସିବ। ତେବେ ଏହି ଫିଲ୍ମରେ ଦେବ ଭୂମିକାରେ କିଏ ଅଭିନୟ କରିବେ ତାହା ଜଣାପଡି ନ ଥିବାବେଳେ ରଣବୀର ସିଂ ଏବଂ ହ୍ରିତିକ୍‌ ରୋଶନଙ୍କ ନାଁ ଶୁଣିବାକୁ ମିଳୁଛି। ହେଲେ ତାହା ସ୍ପଷ୍ଟ ହୋଇନାହିଁ।

Share