ଆଡଭାନ୍ସ ବୁକିଂରେ ଏତିକି କୋଟି ଟଙ୍କା ରୋଜଗାର କଲା ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ପ୍ରତୀକ୍ଷାର ହେବ ଅନ୍ତ। ଆଉ ମାତ୍ର ଗୋଟିଏ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ କେମେଷ୍ଟ୍ରି ଦର୍ଶକ ଦେଖିବାକୁ ପାଇବେ। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏବେଠୁ ଦର୍ଶକ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ କରିଦେଲେଣି। ଦେଖିବାକୁ ଗଲେ ସେପ୍ଟେମ୍ବର ୬ତାରିଖ ରାତି ୧୧.୩୦ ସୁଦ୍ଧା ଜାତୀୟ ମଲ୍ଟିପ୍ଲେକ୍ସରେ ପ୍ରାୟ ୧.୩ ଲକ୍ଷ ଆଡଭାନ୍ସ ଟିକେଟ୍‌ ବିକ୍ରି ହୋଇଥିଲା। ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି।
ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ବୁଧବାର ସୁଦ୍ଧା ‘ବ୍ରହ୍ମାସ୍ତ୍ର’ ଆଡଭାନ୍ସ ଟିକେଟ୍‌ ବୁକିଂରେ ୧୮ କୋଟି ଟଙ୍କା ରୋଜଗାର କରିଛି। ଆହୁରି ଆଗକୁ ମଧ୍ୟ ଆଡଭାନ୍ସ ବୁକିଂରେ ୨୭-୩୨କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ଦେଖିବାକୁ ମିଳିବ।

Share