ବ୍ରହ୍ମ ସଂସ୍ଥାପନ କେବଳ ଶ୍ରୀମନ୍ଦିରରେ ହୋଇଥାଏ

ପୁରୀ,୩ା୫(ଅଜିତ୍‌ କୁମାର ମହାନ୍ତି): ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। ତେବେ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୁରୀରୁ ୭ରୁ ୮ଜଣ ଦଇତାପତି ସେବାୟତ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ। ସେମାନଙ୍କର ପୂଜାବିଧି କର୍ତ୍ତବ୍ୟ କିଛି ନ ଥିଲା। ବ୍ରହ୍ମ ସ୍ଥାପନ କେବଳ ଗୋଟିଏ ସ୍ଥାନରେ ଅର୍ଥାତ ଶ୍ରୀମନ୍ଦିରରେ ହୁଏ, ଯାହା ନବକଳେବର ସମୟରେ ପରିବର୍ତ୍ତନ କରାଯାଇଥାଏ। ଅନ୍ୟ କୌଣସି ସ୍ଥାନରେ ବ୍ରହ୍ମ ଆସିପାରିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଏହା ହେଉଛି ଓଡ଼ିଆ ଜାତି ଓ ମହାପ୍ରଭୁଙ୍କ ସ୍ବାଭିମାନର ପ୍ରଶ୍ନ। ଏହି ସ୍ବାଭିମାନକୁ ସର୍ବଦା ଚ୍ୟାଲେଞ୍ଜ କରିବା ଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଅତୀତରେ ରସଗୋଲା ଘଟଣା ହେଉ କି ବର୍ତ୍ତମାନର ଜଗନ୍ନାଥ ଧାମ ପ୍ରସଙ୍ଗ ହେଉ, ସବୁକ୍ଷେତ୍ରରେ ଓଡ଼ିଶାର ମାନ ଅଭିମାନ କ୍ଷୁଣ୍ଣ ହେବା ନେଇ ଅପଚେଷ୍ଟା କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ରହିଛି ଏବଂ ଆହୁରି ମନ୍ଦିର ହେବାର ଆବଶ୍ୟକତା ଅଛି। ମାତ୍ର ପଶ୍ଚିମବଙ୍ଗରେ ଓଡ଼ିଆ ଜାତିକୁ ତଳକୁ ନେବା ପାଇଁ ପ୍ରତ୍ୟେକ ପର୍ବକୁ ତାଙ୍କର କରିବାକୁ ଅପଚେଷ୍ଟା କରାଯାଉଛି। ପୁରୀ ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ବିରୋଧ କରାଯାଇଥିଲା। ତେଣୁ ସେ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଛନ୍ତି। ତାଙ୍କର ଏହି ଗର୍ବ ଓ ଅହଂକାରର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ। ସେହିପରି ପୁରୀ ସେବାୟତ ସେହି କାର୍ଯ୍ୟରେ ଯୋଗଦେବା ନେଇ ନିଜକୁ ପ୍ରଶ୍ନ ପଚାରିବାର ଥିଲା। ସେହିପରି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଏଭଳି କାର୍ଯ୍ୟ ନିମନ୍ତେ ଜଗନ୍ନାଥ ସଂସ୍କୃତିର ହାନି ହେଉଛି। ନିଯୋଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା କି କୌଣସି ସ୍ଥାନରେ ସୂପକାର ରୋଷେଇ କରିବେ ନାହିଁ। ତେବେ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ରୋଷେଇ ପାଇଁ କେତେଜଣ ସୂପକାର ଯାଉଥିବା ଖବର ମିଳିଥିଲା। ଫଳରେ ନିଯୋଗ ପକ୍ଷରୁ ବିରୋଧ କରାଯାଇ ନୋଟିସ୍‌ କରାଯାଇଥିଲା। ତେଣୁ କୌଣସି ସୂପକାର ବା କର୍ମଚାରୀ ସେଥିରେ ଯୋଗଦାନ କରିନାହାନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଶ୍ରୀକ୍ଷେତ୍ର ଛଡ଼ା ଅନ୍ୟ କେଉଁଠୁ ବହ୍ମ ଆସିଲା ବୋଲି ମହାସୁଆର ପ୍ରଶ୍ନ କରିଛନ୍ତି। ସେହିପରି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ଦୀଘା କେବେ ଧାମ ହୋଇପାରିବ ନାହିଁ, ଦୀଘା ଗୋଟିଏ ମନ୍ଦିର ଓ ପର୍ଯ୍ୟଟନସ୍ଥଳନୀ। ଯେଉଁମାନେ ସେଠାକୁ ଯାଇଥିଲେ, ସେମାନେ ତାଙ୍କର ବଡ଼ିମା ଦେଖାଇବା ପାଇଁ ଯାଇଥିଲେ। ବେପାର ଉଦେଶ୍ୟରେ ଯାଇଛନ୍ତି। ମମତା ବାନାର୍ଜୀ ବ୍ୟବସାୟ କରିବା ପାଇଁ ମନ୍ଦିର ନିର୍ମାଣ କରିଛନ୍ତି। ବ୍ରହ୍ମ ସଂସ୍ଥାପନ ଓ ଘଟ ପରିବର୍ତ୍ତନ ଆଦି କେବଳ ଶ୍ରୀମନ୍ଦିରରେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri