ପୁରୀ ଆସି କଥା ବଦଳାଇଲେ ରାମକୃଷ୍ଣ

ପୁରୀ୩ା୫(ଅଜିତ୍‌ କୁମାର ମହାନ୍ତି): ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସେଠାରେ ଏକ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଥିଲେ, ପୁରୀ ମନ୍ଦିର ଦାରୁ ବିଗ୍ରହଙ୍କ ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ତେବେ ସେ ପୁରୀରେ ପହଞ୍ଚତ୍ିବା ପରେ ସ୍ବର ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି। ଶୁକ୍ରବାର ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗଦେବାକୁ ଯାଇଥିଲି। ତେବେ କେତେକ ଗଣମାଧ୍ୟମରେ ଏନେଇ କିଛି ଭ୍ରମାତ୍ମକ ତଥ୍ୟ ଉପସ୍ଥପାନ କରାଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଠାକୁର। ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଉଛି, ସେଠାକୁ ବିଭିନ୍ନ ସେବାୟତ, ଗଜପତି, ଶଙ୍କରାଚାର୍ଯ୍ୟ, ଦଇତାପତିମାନେ ଯାଉଛନ୍ତି। ସେହିପରି ବ୍ରାହ୍ମଣ ଓ ପୁରୋହିତମାନଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଶିଷ୍ୟା। ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମୋତେ ନିମନ୍ତ୍ରଣ କରାଯାଇବାରୁ ମୁଁ ଯୋଗଦେଇଥିଲି। ଗତ ମାସ ୨୩ ତାରିଖରେ ଯଜ୍ଞ ଆରମ୍ଭ ହୋଇ ୨୯ରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ୩୦ରେ ସିଂହାସନରେ ଠାକୁରଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଲିମ୍ବକାଠରେ ମୂର୍ତ୍ତି ନିର୍ମିତ ହୋଇଛି। ପୂର୍ବରୁ ପଥରରେ ମୂର୍ତ୍ତି ଥିଲା, କିନ୍ତୁ ତାହା ପୂଜା ହେଉ ନ ଥିଲା। ସେଠାରେ ପଥର ମୂର୍ତ୍ତିି ସ୍ଥାପନ କରାଯାଇଥିବାବେଳେ ଏହାକୁ ମୁଁ ବିରୋଧ କରିଥିଲି। ତେଣୁ ପୁରୀରୁ ନିମ୍ବକାଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ନିଆଯାଇଥିଲା। ଉଚ୍ଚତା ଅଢେଇରୁ ୩ ଫୁଟ। ଏହି ମୂର୍ତ୍ତିକୁ ଆମେ ନେଇ ଦୀଘା ଜଗନ୍ନାଥ ମନ୍ଦିରରେ ଅକ୍ଷୟତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ। ତେବେ ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବା ଯାହା କୁହାଯାଉଛି, ତାହା ଠିକ୍‌ ନୁହେଁ। ବ୍ରହ୍ମ ଗୋଟିଏ ସ୍ଥାନରେ ତାହା କେବଳ ପୁରୀ ଧାମରେ ହୋଇପାରିବ। ଜଗନ୍ନାଥ ଧାମ ହେଉଛି ଶ୍ରୀକ୍ଷେତ୍ର। ଦୀଘାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍‌ ନୁହେଁ। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ରାମକୃଷ୍ଣ ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ପାଇଁ ପଦକ୍ଷେପ ନିଅନ୍ତୁ। ବ୍ରହ୍ମ ସ୍ଥାପନ କଥା ମୁଁ ଆଦୌ କହିନାହିଁ ବୋଲି ରାମକୃଷ୍ଣ ସ୍ପଷ୍ଟ କରିଛନ୍ତି। କୌଣସି ଗଣମାଧ୍ୟମରେ ଏନେଇ ମୁଁ ପ୍ରତିକ୍ରିୟା ରଖିନାହିଁ। ସେହିପରି ବିଭିନ୍ନ ନିଯୋଗ ପକ୍ଷରୁ ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ନ ଦେବା ନେଇ ଜାରି ନିର୍ଦ୍ଦେଶନାମା ସମ୍ପର୍କରେ ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ । ସେ ଅନ୍ୟ କେଉଁ ସେବାୟତଙ୍କ କାର୍ଯ୍ୟ କରିନାହାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି ମହାପ୍ରଭୁଙ୍କୁ ନେଇ କିଏ ରାଜନୀତି କରିବ ତେବେ ତାଙ୍କୁ ମହାପ୍ରଭୁ କ୍ଷମା ଦେବେ ନାହିଁ। ଦୀଘା ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ରାହ୍ଣଣ ପୂଜାର୍ଚ୍ଚନା କରୁଛନ୍ତି। ଅଦିନିଆ ରଥଯାତ୍ରାକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରାମକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?