ପୁରୀ ଆସି କଥା ବଦଳାଇଲେ ରାମକୃଷ୍ଣ

ପୁରୀ୩ା୫(ଅଜିତ୍‌ କୁମାର ମହାନ୍ତି): ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସେଠାରେ ଏକ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଥିଲେ, ପୁରୀ ମନ୍ଦିର ଦାରୁ ବିଗ୍ରହଙ୍କ ନବକଳେବର ସମୟରେ ବଳିଯାଇଥିବା କାଠରେ ଦୀଘା ମନ୍ଦିର ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ତେବେ ସେ ପୁରୀରେ ପହଞ୍ଚତ୍ିବା ପରେ ସ୍ବର ବଦଳାଇ ଏହାକୁ ଖଣ୍ଡନ କରିଛନ୍ତି। ଶୁକ୍ରବାର ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ଉତ୍ସବରେ ଯୋଗଦେବାକୁ ଯାଇଥିଲି। ତେବେ କେତେକ ଗଣମାଧ୍ୟମରେ ଏନେଇ କିଛି ଭ୍ରମାତ୍ମକ ତଥ୍ୟ ଉପସ୍ଥପାନ କରାଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି। ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଠାକୁର। ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଉଛି, ସେଠାକୁ ବିଭିନ୍ନ ସେବାୟତ, ଗଜପତି, ଶଙ୍କରାଚାର୍ଯ୍ୟ, ଦଇତାପତିମାନେ ଯାଉଛନ୍ତି। ସେହିପରି ବ୍ରାହ୍ମଣ ଓ ପୁରୋହିତମାନଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ଶିଷ୍ୟା। ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମୋତେ ନିମନ୍ତ୍ରଣ କରାଯାଇବାରୁ ମୁଁ ଯୋଗଦେଇଥିଲି। ଗତ ମାସ ୨୩ ତାରିଖରେ ଯଜ୍ଞ ଆରମ୍ଭ ହୋଇ ୨୯ରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ୩୦ରେ ସିଂହାସନରେ ଠାକୁରଙ୍କୁ ପ୍ରତିଷ୍ଠା କରାଯାଇଥିଲା। ଲିମ୍ବକାଠରେ ମୂର୍ତ୍ତି ନିର୍ମିତ ହୋଇଛି। ପୂର୍ବରୁ ପଥରରେ ମୂର୍ତ୍ତି ଥିଲା, କିନ୍ତୁ ତାହା ପୂଜା ହେଉ ନ ଥିଲା। ସେଠାରେ ପଥର ମୂର୍ତ୍ତିି ସ୍ଥାପନ କରାଯାଇଥିବାବେଳେ ଏହାକୁ ମୁଁ ବିରୋଧ କରିଥିଲି। ତେଣୁ ପୁରୀରୁ ନିମ୍ବକାଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ନିଆଯାଇଥିଲା। ଉଚ୍ଚତା ଅଢେଇରୁ ୩ ଫୁଟ। ଏହି ମୂର୍ତ୍ତିକୁ ଆମେ ନେଇ ଦୀଘା ଜଗନ୍ନାଥ ମନ୍ଦିରରେ ଅକ୍ଷୟତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ। ତେବେ ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବା ଯାହା କୁହାଯାଉଛି, ତାହା ଠିକ୍‌ ନୁହେଁ। ବ୍ରହ୍ମ ଗୋଟିଏ ସ୍ଥାନରେ ତାହା କେବଳ ପୁରୀ ଧାମରେ ହୋଇପାରିବ। ଜଗନ୍ନାଥ ଧାମ ହେଉଛି ଶ୍ରୀକ୍ଷେତ୍ର। ଦୀଘାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍‌ ନୁହେଁ। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ରାମକୃଷ୍ଣ ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ପାଇଁ ପଦକ୍ଷେପ ନିଅନ୍ତୁ। ବ୍ରହ୍ମ ସ୍ଥାପନ କଥା ମୁଁ ଆଦୌ କହିନାହିଁ ବୋଲି ରାମକୃଷ୍ଣ ସ୍ପଷ୍ଟ କରିଛନ୍ତି। କୌଣସି ଗଣମାଧ୍ୟମରେ ଏନେଇ ମୁଁ ପ୍ରତିକ୍ରିୟା ରଖିନାହିଁ। ସେହିପରି ବିଭିନ୍ନ ନିଯୋଗ ପକ୍ଷରୁ ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ନ ଦେବା ନେଇ ଜାରି ନିର୍ଦ୍ଦେଶନାମା ସମ୍ପର୍କରେ ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ । ସେ ଅନ୍ୟ କେଉଁ ସେବାୟତଙ୍କ କାର୍ଯ୍ୟ କରିନାହାନ୍ତି। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି ମହାପ୍ରଭୁଙ୍କୁ ନେଇ କିଏ ରାଜନୀତି କରିବ ତେବେ ତାଙ୍କୁ ମହାପ୍ରଭୁ କ୍ଷମା ଦେବେ ନାହିଁ। ଦୀଘା ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ରାହ୍ଣଣ ପୂଜାର୍ଚ୍ଚନା କରୁଛନ୍ତି। ଅଦିନିଆ ରଥଯାତ୍ରାକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରାମକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri