କୋଟି କୋଟି ଟଙ୍କାରେ ବିକ୍ରି ହୋଲା ବି.ଆର ଚୋପ୍ରାଙ୍କ ବଙ୍ଗଳା

ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଛି। ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ଜୁହୁ ଅଞ୍ଚଳରେ ଏକର ଜମିରେ ବ୍ୟାପିଛି। ଏହା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଜଣେ ରିଏଲ ଇଷ୍ଟେଟ ଡେଭଲପର୍‌ ରବି ଚୋପ୍ରାଙ୍କ ସ୍ତ୍ରୀ ତଥା ବି.ଆର ଚୋପ୍ରାଙ୍କ ବୋହୂ ରେଣୁ ଚୋପ୍ରାଙ୍କଠାରୁ ବଙ୍ଗଳା କିଣିଛନ୍ତି। ଏଠାରେ ଏକ ପ୍ରିମିୟମ ଆବାସିକ ପ୍ରକଳ୍ପ ନିର୍ମାଣ ହେବାର ଯୋଜନା ରହିଛି।
୨୨ ଏପ୍ରିଲ ୧୯୧୪ ରେ ଜନ୍ମ ହୋଇଥିବା ବଳଦେବ ରାଜ ଚୋପ୍ରାଙ୍କ ଫିଲ୍ମ ପ୍ରତି ଆଗ୍ରହ ଥିଲା। ସେ ଏକ ଫିଲ୍ମ ସାମ୍ବାଦିକ ଭାବରେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ବିଭାଜନ ପରେ ସେ ଦିଲ୍ଲୀ ଏବଂ ପରେ ମୁମ୍ବାଇ ପଳାଇଥିଲେ। ୧୯୪୯ ରେ, ସେ ତାଙ୍କର ପ୍ରଥମ ଫିଲ୍ମ ‘କରୱାଟ’ ର ପ୍ରଯୋଜନା କରିଥିଲେ। ଏହା ଫ୍ଲପ ହୋଇଥିଲା। ୧୯୫୧ରେ, ସେ ‘ଆଫସାନା’ ଫିଲ୍ମର ନିର୍ମାତା ତଥା ନିର୍ଦ୍ଦେଶକ ଭାବରେ ପୁନର୍ବାର ଭାଗ୍ୟ ପରୀକ୍ଷା କରିଥିଲେ। ଯାହା ବକ୍ସ ଅଫିସରେ ଏକ ମେଗା ହିଟ ହୋଇଥିଲା। ୧୯୫୫ ରେ, ସେ ନିଜର ଏକ ପ୍ରଡକ୍ସନ ହାଉସ, ବିଆର ଫିଲ୍ମସ ସ୍ଥାପନ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ନୟା ଦୌର’ ନିର୍ମାଣ ହୋଇଥିଲା। ଏହା ସୁପରହିଟ୍‌ ହୋଇଥିଲା। ସେ ୨୦୦୮ରେ ମୃତ୍ୟୁବରଣ କରିଥିଲେ। ବି.ଆର ଚୋପ୍ରା ଟିଭି ଶୋ ’ମହାଭାରତ’ ଯୋଗୁ ହିଁ ବେଶ ପ୍ରସିଦ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri