ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବିପିଏଲ୍‌ କାର୍ଡ ବାଧକ

ବୈପାରିଗୁଡା,୨୮ା୮(କଳ୍ପତରୁ ମହାନ୍ତି): ପରିବାର ମଙ୍ଗଳ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପରିବାର ମଙ୍ଗଳ ଯୋଜନାରେ ସମ୍ପୃକ୍ତ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ବ୍ୟବସ୍ଥା ରହିଛି। ମାତ୍ର ଏଥିରେ ଏବେ ବିପିଏଲ୍‌ କାର୍ଡ ବାଧକ ସାଜିଛି।
ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଗରିବ, ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ଭତ୍ତା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥାଏ। ଏଥିପାଇଁ ଏସ୍‌ଏସ୍ପିଇଡି ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ ଆବଦେନ କରାଯାଏ। ତେବେ ଉକ୍ତ ସହାୟତା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆର୍ଥତ୍କ ଅବସ୍ଥାକୁ ଏକ ପ୍ରମୁଖ ମାନଦଣ୍ଡ ଭାବେ ବିବେଚନା କରାଯାଏ। ଅନଲାଇନ୍‌ରେ ଆବେଦନ ବେଳେ ବିପିଏଲ୍‌କାର୍ଡର ନମ୍ବର ସହ କାର୍ଡରେ ଉଲ୍ଲେଖ ଥିବା ହିତାଧିକାରୀଙ୍କ ପରିଚୟ ସହ ବିପିଏଲ୍‌ ନଂ. ଥିବା ପୃଷ୍ଠାକୁ ଅପଲୋଡ କରାଯାଏ। ତେବେ ଉଲ୍ଲେଖନୀୟ ବିଷୟ ଯେ, ଯେଉଁ ବିପିଏଲ୍‌କାର୍ଡ ଖୋଜା ହେଉଛି ତାହା ୧୯୯୭ ମସିହା ସର୍ଭେ ଅନୁଯାୟୀ ଧାର୍ଯ୍ୟ କରାଯାଇଥିଲା। ଯୋଗାଣ ବିଭାଗ ପକ୍ଷରୁ ସେତବେଳେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଙ୍କୁ ଏସବୁ କାର୍ଡ ପ୍ରଦାନ କରାଯାଇଥିଲା। ଉକ୍ତ ବିପିଏଲ୍‌ ତାଲିକାକୁ ଆଧାର କରି ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ନିରାକରଣ ଯୋଜନା ଯଥା, ସବ୍‌ସିଡି, ଲୋନ୍‌, ଆବାସଘର ପ୍ରଦାନ କରାଯାଉଥିଲା। ୧୯୯୭ ମସିହା ପରଠାରୁ ଏ ନେଇ କୌଣସି ସର୍ଭେ ହୋଇନାହିଁ। ୨୦୧୫ ପରଠାରୁ ଯୋଗାଣ ବିଭିଗ ପକ୍ଷରୁ ନୂଆ ରାଶନ କାର୍ଡ ପ୍ରଦାନ କରାଯାଉଛି। ଏହାକୁ ଆଧାର କରି ପିଡିଏସ୍‌ ସାମଗ୍ରୀ, ବିଜୁ ସ୍ବାସ୍ଥ୍ୟକାର୍ଡ ଆଦି ସୁବିଧା ମିଳୁଛି। ନୂଆ ରାଶନ କାର୍ଡ ପ୍ରଦାନ ସମୟରେ ବୈପାରିଗୁଡା ବ୍ଲକର ଅନେକ ପଞ୍ଚାୟତରେ ପୂର୍ବ ବିପିଏଲ୍‌ କାର୍ଡଗୁଡିକୁ ଫେରସ୍ତ ନିଆଯାଇଥିଲା। ଏବେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପୁରୁଣା ବିପିଏଲ୍‌କାର୍ଡ ଖୋଜା ପଡୁଥିବାବେଳେ ନୂଆ ହିତାଧିକାରୀଙ୍କ ପାଇଁ ସମାସ୍ୟା ସୃଷ୍ଟି ହେଉଛି। ତେବେ ଭତ୍ତା ପାଇଁ ବିପିଏଲ୍‌ କାର୍ଡ ନ ଥିଲେ ରାଜସ୍ବ ନିରୀକ୍ଷକଙ୍କ ପାଖରୁ ଆୟ ପ୍ରମାଣପତ୍ର ଆଣିବାକୁ ପଡୁଛି। ମାତ୍ର ପରିବାର ମଙ୍ଗଳ ଯୋଜନାରେ ବିଧବା ମହିଳାମାନଙ୍କୁ ୨୦ ହଜାର ଟଙ୍କା ସହାୟତା ମିଳିବାରେ ସମାସ୍ୟା ଉପୁଜୁଛି। ବିପିଏଲ୍‌ କାର୍ଡ ନ ଥିବା କାରଣରୁ ହିତାଧିକାରୀଙ୍କୁ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି। ଏସମ୍ପକର୍ର୍ରେ ବ୍ଲକସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀଙ୍କୁ ପଚାରିବାରୁ ସେ କହିଲେ, ବିପିଏଲ୍‌କାର୍ଡ ନ ଥିବା କାରଣରୁ ସେମାନଙ୍କ ଆବେଦନ ପ୍ରକ୍ରିୟା ବିଳମ୍ବ ହେଉଛି। କାରଣ ଆବେଦନ ପରେ ସେମାନଙ୍କ ଆୟ ପ୍ରମାଣ ପାଇଁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ତହସିଲକୁ ଅଫ ଲାଇନ କିମ୍ବା ଅନ୍‌ ଲାଇନ୍‌ରେ ଚିଠି କରାଯାଉଛି। ତହସିଲଦାରଙ୍କ ନିର୍ଦ୍ଦେଶ ପରେ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଉପଜିଲାପାଳ ଓ ଜିଲାପାଳଙ୍କ ନିକଟକୁ ଗଲା ପରେ ତାହା ଅନୁମୋଦିତ ହେଉଛି। ଫଳରେ ଏଥିପାଇଁ ବହୁତ ସମୟ ଲାଗୁଥିବା ପାଢୀ କହିଥିଲେ। ଅପରପକ୍ଷେ ସରକାରଙ୍କ ଅନେକ ଯୋଜନାରେ ବିପିଏଲ୍‌ କାର୍ଡକୁ ବାଦ୍‌ ଦେଇ ନୂଆ ରାଶନ କାର୍ଡକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପୁରୁଣା ବିପିଏଲ୍‌ କାର୍ଡକୁ ଗୁରୁତ୍ବ ଦେଉଛି। ୨୫ ବର୍ଷ ତଳେ ଯେଉଁ ସର୍ଭେ ଆଧାରରେ ବିପିଏଲ୍‌ କାର୍ଡ ପ୍ରସ୍ତୁତି ହୋଇଥିଲା ସେସମୟର ଅନେକ କାର୍ଡଧାରୀ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆର୍ଥତ୍କ ଅବସ୍ଥା ମଧ୍ୟ ଅନେକକଙ୍କର ବଦଳିଛି। ଫଳରେ ସହାୟତା ପ୍ରଦାନରେ ଉକ୍ତ ପୁରୁଣା ବିପିଏଲ୍‌କାର୍ଡର ଗୁରୁତ୍ବ ନ ଥିବା ମତ ପ୍ରକାଉ ପାଉଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ତୋଷ ବେହେରାଙ୍କୁ ପଚାରିବାରୁ ଏବେ ବିପିଏଲ୍‌ କାର୍ଡ ସମ୍ପର୍କରେ କୌଣସି ତଥ୍ୟ ତାଙ୍କ ପାଖରେ ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri