Categories: ବାଣିଜ୍ୟ

ବନ୍ଦ ହେଲା ବିପିସିଏଲ୍‌ ପ୍ରାରମ୍ଭିକ ବିଡ୍‌

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌)ର ଘରୋଇକରଣ ଲାଗି ପ୍ରାରମ୍ଭିକ ବିଡ୍‌ ସୋମବାର ବନ୍ଦ ହୋଇଛି। ବ୍ରିଟେନର ବିପି, ଫ୍ରାନ୍ସର ଟୋଟାଲ, ସାଉଦି ଆରବର ଆରାମ୍‌କୋ ଏବଂ ରିଲାଏନ୍ସ ଭଳି କମ୍ପାନୀ ଏହି ବିଡ୍‌ରେ ସାମିଲ ହୋଇ ନ ଥିବା ଜଣାପଡିଛି। ଏହି କମ୍ପାନୀରେ ରହିଥିବା ସମ୍ପୂର୍ଣ୍ଣ ୫୩% ଅଂଶଧନକୁ ବିକ୍ରି କରିବା ଲାଗି ସରକାର ଯୋଜନା ରଖିଛନ୍ତି। କମ୍ପାନୀର ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସରକାର ପୂର୍ବରୁ ୪ଥର ବଢ଼ାଇଛନ୍ତି। ବିପିସିଏଲ୍‌ର ଜଣେ ଅଧିକାରୀ ନାମଗୋପନ ରଖି କହିଛନ୍ତି, କମ୍ପାନୀ ୮ ହଜାର କୋଟି ଟଙ୍କାର ବାର୍ଷିକ ଲାଭ କରୁଛି। ବିଡ୍‌ ଲାଗି ୭୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ବିଡ୍‌ ଅର୍ଥ ଉଠାଇବା ଲାଗି ନିବେଶକଙ୍କୁ ୮ରୁ ୯ ବର୍ଷ ଲାଗିବ।

Share