ପ୍ରେମ ସମ୍ପର୍କରେ ଫାଟ: ୭ ବର୍ଷ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ପ୍ରେମିକା କହିବେ ସବୁ…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ୭ ବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ନିଖୋଜ ବ୍ୟବସାୟୀ ବଳରାମ ସାହାଣୀଙ୍କର ଏଯାଏ ପତ୍ତା ମିଳିନି। ହେଲେ ଏହି ମାମଲାରେ ୫ଦିନ ତଳେ ବ୍ରହ୍ମପୁରରୁ ଗିରଫ ହୋଇଥିବା ତାଙ୍କ ପ୍ରେମିକା ରଶ୍ମିତା ସ୍ବାଇଁଙ୍କୁ ଚନ୍ଦକା ଥାନା ପୋଲିସ ଗିରଫ କରିବା ପରେ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଆରମ୍ଭ କରିଛି। କୋର୍ଟଙ୍କ ଅନୁମତି ପରେ ପୋଲିସ ପ୍ରେମିକା ରଶ୍ମିତାଙ୍କୁ ଝାରପଡ଼ା ଜେଲରୁ ଆଣି ଜେରା କରୁଛି। ସ୍ପେଶାଲ ସ୍କ୍ବାଡ୍‌ ଏବଂ ଚନ୍ଦକା ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ପୋଲିସ ଅପହୃତ ବ୍ୟବସାୟୀ ବଳରାମଙ୍କ ପରିବାର ଲୋକ ଏବଂ ସାଙ୍ଗ ସାଥୀଙ୍କ ବୟାନ ନେବା ପରେ ରଶ୍ମିତାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଘଟଣା ପୂର୍ବରୁ ପ୍ରାୟ ପ୍ରତିଦିନ ରାତିରେ ଉଭୟ ଘଣ୍ଟା ଘଣ୍ଟା ଫୋନ୍‌ କଲ୍‌ରେ କଥା ହୋଇଥିବା ଜଣାପଡ଼ିଛି। ହେଲେ ଅପହରଣ ଦିନ ଆଦୌ କଥା ନ ହେବା ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ଛାନ୍‌ଭିନ୍‌ କରୁଛି।
୨୦୧୯ ମସିହାରେ ଭୁବନେଶ୍ୱର ଡେଲ୍‌ଟା ଛକରେ ରହୁଥିବା ଗଞ୍ଜାମର ରଶ୍ମିତା ଓ ଚନ୍ଦକାସ୍ଥିତ ଏସ୍‌ଓଜି କଲୋନୀରେ ରହୁଥିବା କେନ୍ଦ୍ରାପଡ଼ାର ବଳାରାମ ସାହାଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ପରସ୍ପର ଘରକୁ ଯିବା ଆସିବା କରୁଥିଲେ। ବଳରାମ ବିବାହିତ ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ସେ ଯୁବତୀଙ୍କ ପାଖରେ ରହୁଥିଲେ। ହେଲେ କିଛିଦିନ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ହଠାତ୍‌ ଦିନେ ବଳରାମଙ୍କୁ ଦେଖା କରିବା ପାଇଁ ରଶ୍ମିତା ଡାକିଥିଲେ। ହେଲେ ଏହା ପରଠୁ ବଳରାମଙ୍କର ଆଉ ପତ୍ତା ମିଳି ନ ଥିଲା। ଫୋନ୍‌ ଲାଗି ନ ଥିଲା କି ସେ କୌଣସି ସାଙ୍ଗସାଥୀଙ୍କ ସହ ଯୋଗାଯୋଗ କରି ନ ଥିଲେ। ବଳରାମଙ୍କ ପରିବାର ଲୋକେ ରଶ୍ମିତାଙ୍କୁ ଏନେଇ ପଚାରିଥିଲେ ମଧ୍ୟ ସେ ତାଙ୍କ ବିଷୟରେ ଜାଣି ନ ଥିବା କହିଥିଲେ। ହେଲେ ବଳରାମଙ୍କ ନିଖୋଜ ଖବର ଶୁଣି ସେ ସେପରି ବ୍ୟଥିତ ନ ହେବାରୁ ପରିବାର ଲୋକଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ରଶ୍ମିତା ପ୍ରେମ ବ୍ୟାପାରକୁ ନେଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ପରିବାର ଲୋକେ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ରଶ୍ମିତାଙ୍କ ଫୋନ୍‌ ଟ୍ରାକ୍‌ କରି ୫ ଦିନ ତଳେ ତାଙ୍କୁ ଗଞ୍ଜାମରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା।
ବ୍ୟବସାୟୀ ବଳରାମ କୁଆଡ଼େଗଲେ ତାହାର ରହସ୍ୟ ଖୋଲିବା ପାଇଁ ରଶ୍ମିତାଙ୍କୁ ପୋଲିସ ପଚରାଉଚରା କରୁଛି। ସହଯୋଗୀଙ୍କ ସହ ସେ ବଳରାମଙ୍କୁ ଅପହରଣ କରିନେଇ ଗଞ୍ଜାମରେ ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିଦେଇଥିବା ପୋଲିସ ସନ୍ଦେହ କରୁଛି। ତେଣୁ ରଶ୍ମିତାଙ୍କ ବୟାନରେ ସନ୍ଦେହ ହେଲେ ତାଙ୍କର ମିଛ ଧରା ପରୀକ୍ଷା କରାଯିବ ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା

ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି...

ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ: ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୬ଦର୍ଶକ…

ଭେଡେନ,୧୯।୧(ହୃଷିକେଶ ଖମାରୀ)- ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛିv। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ...

କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ, ସିକ୍ରେଟ୍‌ ଚାମ୍ବର ଦେଖି…

ଅମରପାଲି,୧୯ା୧(ପୀତାମ୍ବର ସାହୁ): ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ...

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପୋଡିଦେଇଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୧୯।୧: ଉତ୍ତର ପ୍ରଦେଶର ଝାନ୍ସୀର ପ୍ରୀତି ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଛି। ଜଣେ ସ୍ବାମୀ ତିନିଥର ବିବାହ କରି ତାଙ୍କ ତୃତୀୟ ସ୍ତ୍ରୀଙ୍କୁ ନିର୍ମମ...

ଜାନୁଆରୀ ୧୯ ତାରିଖରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ସଂଯୋଗ, ଧନୀ ହେବେ ଏହି ୪ ରାଶି

ଜାନୁଆରୀ ୧୯ ଏବଂ ୨୦ ତାରିଖରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦୁଇ ଦିନ ପାଇଁ ମକର ରାଶିରେ ଏକାଠି ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,...

ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି, ଚାଲିଛି ଗଣତି

ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ...

ନ ଖେଳି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଯିବ କି ପାକିସ୍ତାନ? ବାଂଲାଦେଶ ବିବାଦ ମଧ୍ୟରେ କାହିଁକି ଉଠୁଛି ପ୍ରଶ୍ନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରମୁଖ ଉତ୍ତେଜନା, ICC T20 ବିଶ୍ୱକପ ୨୦୨୬ ରେ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ...

୧୦ବର୍ଷର ନାବାଳିକା ସହିତ କନଷ୍ଟେବଳଙ୍କ ବର୍ବରତା; ପଞ୍ଜରା ହାଡ଼-ଦାନ୍ତ ଭାଙ୍ଗିଦେଇଥିଲେ, ହିମୋଗ୍ଲୋବିନ୍..

ଉତ୍ତର ପ୍ରଦେଶର ନୋଏଡାରେ ଜଣେ ଦଶ ବର୍ଷୀୟ ଝିଅ ଜୀବନ ସହିତ ସଂଘର୍ଷ କରୁଛି । ସେ ଗୁରୁତର ଅବସ୍ଥାରେ ଏବଂ ଭେଣ୍ଟିଲେଟରରେ ଅଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri