ପ୍ରେମ ସମ୍ପର୍କରେ ଫାଟ: ୭ ବର୍ଷ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ପ୍ରେମିକା କହିବେ ସବୁ…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ୭ ବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ନିଖୋଜ ବ୍ୟବସାୟୀ ବଳରାମ ସାହାଣୀଙ୍କର ଏଯାଏ ପତ୍ତା ମିଳିନି। ହେଲେ ଏହି ମାମଲାରେ ୫ଦିନ ତଳେ ବ୍ରହ୍ମପୁରରୁ ଗିରଫ ହୋଇଥିବା ତାଙ୍କ ପ୍ରେମିକା ରଶ୍ମିତା ସ୍ବାଇଁଙ୍କୁ ଚନ୍ଦକା ଥାନା ପୋଲିସ ଗିରଫ କରିବା ପରେ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଆରମ୍ଭ କରିଛି। କୋର୍ଟଙ୍କ ଅନୁମତି ପରେ ପୋଲିସ ପ୍ରେମିକା ରଶ୍ମିତାଙ୍କୁ ଝାରପଡ଼ା ଜେଲରୁ ଆଣି ଜେରା କରୁଛି। ସ୍ପେଶାଲ ସ୍କ୍ବାଡ୍‌ ଏବଂ ଚନ୍ଦକା ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ପୋଲିସ ଅପହୃତ ବ୍ୟବସାୟୀ ବଳରାମଙ୍କ ପରିବାର ଲୋକ ଏବଂ ସାଙ୍ଗ ସାଥୀଙ୍କ ବୟାନ ନେବା ପରେ ରଶ୍ମିତାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଘଟଣା ପୂର୍ବରୁ ପ୍ରାୟ ପ୍ରତିଦିନ ରାତିରେ ଉଭୟ ଘଣ୍ଟା ଘଣ୍ଟା ଫୋନ୍‌ କଲ୍‌ରେ କଥା ହୋଇଥିବା ଜଣାପଡ଼ିଛି। ହେଲେ ଅପହରଣ ଦିନ ଆଦୌ କଥା ନ ହେବା ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ଛାନ୍‌ଭିନ୍‌ କରୁଛି।
୨୦୧୯ ମସିହାରେ ଭୁବନେଶ୍ୱର ଡେଲ୍‌ଟା ଛକରେ ରହୁଥିବା ଗଞ୍ଜାମର ରଶ୍ମିତା ଓ ଚନ୍ଦକାସ୍ଥିତ ଏସ୍‌ଓଜି କଲୋନୀରେ ରହୁଥିବା କେନ୍ଦ୍ରାପଡ଼ାର ବଳାରାମ ସାହାଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ପରସ୍ପର ଘରକୁ ଯିବା ଆସିବା କରୁଥିଲେ। ବଳରାମ ବିବାହିତ ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ସେ ଯୁବତୀଙ୍କ ପାଖରେ ରହୁଥିଲେ। ହେଲେ କିଛିଦିନ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ହଠାତ୍‌ ଦିନେ ବଳରାମଙ୍କୁ ଦେଖା କରିବା ପାଇଁ ରଶ୍ମିତା ଡାକିଥିଲେ। ହେଲେ ଏହା ପରଠୁ ବଳରାମଙ୍କର ଆଉ ପତ୍ତା ମିଳି ନ ଥିଲା। ଫୋନ୍‌ ଲାଗି ନ ଥିଲା କି ସେ କୌଣସି ସାଙ୍ଗସାଥୀଙ୍କ ସହ ଯୋଗାଯୋଗ କରି ନ ଥିଲେ। ବଳରାମଙ୍କ ପରିବାର ଲୋକେ ରଶ୍ମିତାଙ୍କୁ ଏନେଇ ପଚାରିଥିଲେ ମଧ୍ୟ ସେ ତାଙ୍କ ବିଷୟରେ ଜାଣି ନ ଥିବା କହିଥିଲେ। ହେଲେ ବଳରାମଙ୍କ ନିଖୋଜ ଖବର ଶୁଣି ସେ ସେପରି ବ୍ୟଥିତ ନ ହେବାରୁ ପରିବାର ଲୋକଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ରଶ୍ମିତା ପ୍ରେମ ବ୍ୟାପାରକୁ ନେଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ପରିବାର ଲୋକେ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ରଶ୍ମିତାଙ୍କ ଫୋନ୍‌ ଟ୍ରାକ୍‌ କରି ୫ ଦିନ ତଳେ ତାଙ୍କୁ ଗଞ୍ଜାମରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା।
ବ୍ୟବସାୟୀ ବଳରାମ କୁଆଡ଼େଗଲେ ତାହାର ରହସ୍ୟ ଖୋଲିବା ପାଇଁ ରଶ୍ମିତାଙ୍କୁ ପୋଲିସ ପଚରାଉଚରା କରୁଛି। ସହଯୋଗୀଙ୍କ ସହ ସେ ବଳରାମଙ୍କୁ ଅପହରଣ କରିନେଇ ଗଞ୍ଜାମରେ ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିଦେଇଥିବା ପୋଲିସ ସନ୍ଦେହ କରୁଛି। ତେଣୁ ରଶ୍ମିତାଙ୍କ ବୟାନରେ ସନ୍ଦେହ ହେଲେ ତାଙ୍କର ମିଛ ଧରା ପରୀକ୍ଷା କରାଯିବ ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri