ମୁମ୍ବାଇ,୩୦।୩: ଆଇପିଏଲ୍ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ କେକେଆର ମଧ୍ୟରେ ହାଇ-ଭୋଲଟେଜ ମ୍ୟାଚ ସମୟରେ ଷ୍ଟାଣ୍ଡରେ ଏକ ଅନନ୍ୟ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ
ଏହି ମ୍ୟାଚ୍ରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ। କିନ୍ତୁ ଆଣ୍ଠୁ ମାଡ଼ି ବସିବା ସମୟରେ ଅତ୍ୟଧିକ ଉତ୍ସାହରେ ସେ ନିଜର ଭାରସାମ୍ୟ ହରାଇ ବସିଥିଲେ। ସେ ପ୍ରପୋଜ କରିବା ପାଇଁ ରିଙ୍ଗ ବାହାର କରିବାବେଳେ ତାଙ୍କ ହାତରୁ ଖସି ତଳେ ପଡ଼ିଯାଇଥିଲା। ଭିଡ଼ ଭିତରେ କିଛି ମୁହୂର୍ତ୍ତ ପାଇଁ ଗଣ୍ଡଗୋଳ ସୃଷ୍ଟି ହେହାଇଥିଲା। କିନ୍ତୁ ପାଖରେ ଥିବା ଦର୍ଶକମାନେ କାର୍ଯ୍ୟରେ ରିଙ୍ଗ ଖୋଜି ଦେଇଥିଲେ। ତା’ପରେ ଯୁବକ ଜଣକ ସଫଳତାର ସହ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ।
View this post on Instagram
Dharitri – Odisha’s No.1 Odia Daily

