ପ୍ରେମିକା ପାଇଁ ଝୁଲିପଡିଲେ ପ୍ରେମିକ, ଏହି କଥାକୁ ନେଇ ଝଗଡ଼ା ହେବାରୁ…

ପାଟଣା,୨୨।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମିରିଖୋଜି ପଞ୍ଚାୟତ ଅନ୍ତର୍ଗତ ଭାଲିଆଡାଳ ଗ୍ରାମର ଚକ୍ରଧର ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ (୧୮) ଶୁକ୍ରବର ଘର ଫ୍ୟାନରେ ଫାଶି ଲଗାଇ ଆତ୍ମାହତ୍ୟାର କରିଛନ୍ତି। ସୂଚନା ଅନୁଯାୟୀ ଜିତେନ୍ଦ୍ର ସାହୁ ଦୀର୍ଘ ଦିନ ହେବ ଜଣେ ଝିଅକୁ ପ୍ରେମ କରି ଆସୁଥିଲେ । ଗତକାଲି ରାତିରେ ଝିଅ ସହିତ କଥାବାର୍ତ୍ତାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାଫଳରେ ଜିତେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଯାଇ ଘର ଭିତରେ ଥିବା ଏକ ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପକ୍ଷରୁ ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଏଏସଆଇ ଧନେଶ୍ୱର ପାତ୍ର ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Odisha’s No.1 Odia Daily

Share