ପୋଲିସ ଡିଜିଙ୍କ ଖବରଦାତା ସମ୍ମିଳନୀକୁ ବର୍ଜନ

ବଲାଙ୍ଗୀର ଅଫିସ,୭।୮: ବଲାଙ୍ଗୀର ଜିଲା ଗସ୍ତରେ ଶନିବାର ପୋଲିସ ଡିଜି ଅଭୟ ଆସିଛନ୍ତି। ଏ ନେଇ ପୂର୍ବାହ୍ନ ୧୧ଟା ୧୫ରେ ମନୋହରପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ ଡକାଯାଇଥିଲା । ଏହି ଖବରଦାତା ସମ୍ମିଳନୀକୁ ଯିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ସେମାନେ ସମ୍ମିଳନୀକୁ ବର୍ଜନ କରଛନ୍ତି। ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିମାନେ ରିଜର୍ଭ ପୋଲିସ ଗେଟ୍‌ ସମ୍ମୁଖ ଏକ ଦୋକାନରେ ବସିଛନ୍ତି।