Categories: ଜାତୀୟ

ଏଥର ରକ୍ଷାବନ୍ଧନରେ ଚାଇନା ବନାମ ମୋଦି ରାକ୍ଷୀ

ନୂଆଦିଲ୍ଲୀ,୨୩।୭:ଚାଇନା ସାମଗ୍ରୀ ବର୍ଜନ ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ନେତୃତ୍ୱରେ ଗତ ଜୁନ ୧୦ରୁ ଚାଇନା ଉତ୍ପାଦ ବୟକଟ୍‌ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଦୃଢ ସମର୍ଥନ ମିଳିଛି। ଏଥର ବଜାରରେ ଭାରତୀୟ ରାକ୍ଷୀର ଚାହିଦା ବୃଦ୍ଧି ପାଇଛି। ଗ୍ରାହକମାନେ ମଧ୍ୟ ଚାଇନିଜ୍‌ ରାକ୍ଷୀ ତୁଳନାରେ ଭାରତୀୟ ରାଖୀ ପାଇଁ ଅଧିକ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। କ୍ୟାଟ ଜାତୀୟ ସଭାପତି ବିସି ଭାରତୀ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପାରମ୍ପରିକ ରାକ୍ଷୀ ତିଆରି ବ୍ୟତୀତ ମହିଳାମାନେ ନୂଆ ଡିଜାଇନ ମୋଦି ରାଖୀ, ରାକ୍ଷୀ ଉପରେ ମଞ୍ଜି (ଯାହା ପରେ ଚାରା ରୋପଣ ପାଇଁ ବ୍ୟବହାର କରାଯାଇପାରିବ) ଭଳି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ସେହିଭଳି ପରିବେଶକୁ ଦୃଷ୍ଟିରେ ରଖି ମାଟି, ପାଉଁଶ, ଚାଉଳ, ଚାଉଳ, ଗହମ, ମସୁର ଡାଲି, ହସ୍ତତନ୍ତ ସାମଗ୍ରୀକୁ ନେଇ ରାକ୍ଷୀ ପ୍ରସ୍ତୁତ କରାଯାଉଛି।

Share