Posted inଜାତୀୟ

ଧନୁଷ ଚୋରି ହୋଇଛି କିନ୍ତୁ ମାନୁଷ ଆମ ସହିତ ଅଛନ୍ତି: ଉଦ୍ଧବ…

ମୁମ୍ବାଇ,୧୮।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ବୀକୃତି ଦେବାର ଗୋଟିଏ ଦିନ ପରେ ଉଦ୍ଧବ ତାଙ୍କ ଦଳର ନେତାଙ୍କ ସହ ଏକ ଆଲୋଚନା କରିଛନ୍ତି। ଶିବସେନାର ନାମ ଓ ନିର୍ବାଚନ ଚିହ୍ନ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ ଆୟୋଗଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଶିବସେନାର ନିର୍ବାଚନ ଚିହ୍ନ ବିଷୟରେ ସେ କହିଛନ୍ତି, ଆମର ଧନୁଷ ଚୋରି ହୋଇଛି କିନ୍ତୁ ମାନୁଷ ଆମ ସହିତ ଅଛନ୍ତି।

ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଉଦ୍ଧବ ତାଙ୍କ ସମର୍ଥକଙ୍କୁ ନିବେଦନ କରିଛନ୍ତି । କାରଣ ତାଙ୍କ ବିରୋଧୀମାନେ ଯେକୌଣସି ସମୟରେ ନିର୍ବାଚନ ଘୋଷଣା କରିପାରନ୍ତି।

ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପାର୍ଟି କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ଜଣାଇବେ ଯେ ସେମାନଙ୍କ ନିର୍ବାଚନ ଚିହ୍ନ ଚୋରି ହୋଇଛି। ଦଳ ସମର୍ଥକଙ୍କୁ ଲୋକଙ୍କ ମଧ୍ୟରେ ଯିବାକୁ ନିବେଦନ କରିଛନ୍ତି। ଶିବସେନା କାହାର ବୋଲି ଜନସାଧାରଣ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଭାବନ୍ତି ଯେ ସେ ଶିବସେନାକୁ ଧ୍ୱଂସ କରିବେ କିନ୍ତୁ ଶିବସେନା କେବେବି ଶେଷ ହେବ ନାହିଁ। ବୈଠକରେ ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସଭାରେ ଦଳର ନେତା ତଥା ମୁଖପାତ୍ରଙ୍କ ସମେତ ଶିବସେନା ଉଦ୍ଧବ ବାଲାସାହେବ ଦଳର ସମସ୍ତ ବଡ ନେତା ଅଂଶଗ୍ରହଣ କରିଥିଲେ। ଉଦ୍ଧବଙ୍କ ବାସଭବନ ମାତୋଶ୍ରୀ ଠାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ଶିବସେନା ଉଦ୍ଧବ ଠାକରେ ଦଳ ପାଇଁ ଏକ ବଡ଼ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଛି।

ସୁପ୍ରିମକୋର୍ଟରେ ଆୟୋଗଙ୍କର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଉଦ୍ଧବ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଲୋକଙ୍କ ସତ୍ୟ ଏବଂ ବିଜୟ ବୋଲି ଏକନାଥ ଶିନ୍ଦେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri