Posted inଜାତୀୟ

ଧନୁଷ ଚୋରି ହୋଇଛି କିନ୍ତୁ ମାନୁଷ ଆମ ସହିତ ଅଛନ୍ତି: ଉଦ୍ଧବ…

ମୁମ୍ବାଇ,୧୮।୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ବୀକୃତି ଦେବାର ଗୋଟିଏ ଦିନ ପରେ ଉଦ୍ଧବ ତାଙ୍କ ଦଳର ନେତାଙ୍କ ସହ ଏକ ଆଲୋଚନା କରିଛନ୍ତି। ଶିବସେନାର ନାମ ଓ ନିର୍ବାଚନ ଚିହ୍ନ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ ଆୟୋଗଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଶିବସେନାର ନିର୍ବାଚନ ଚିହ୍ନ ବିଷୟରେ ସେ କହିଛନ୍ତି, ଆମର ଧନୁଷ ଚୋରି ହୋଇଛି କିନ୍ତୁ ମାନୁଷ ଆମ ସହିତ ଅଛନ୍ତି।

ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଉଦ୍ଧବ ତାଙ୍କ ସମର୍ଥକଙ୍କୁ ନିବେଦନ କରିଛନ୍ତି । କାରଣ ତାଙ୍କ ବିରୋଧୀମାନେ ଯେକୌଣସି ସମୟରେ ନିର୍ବାଚନ ଘୋଷଣା କରିପାରନ୍ତି।

ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପାର୍ଟି କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ଜଣାଇବେ ଯେ ସେମାନଙ୍କ ନିର୍ବାଚନ ଚିହ୍ନ ଚୋରି ହୋଇଛି। ଦଳ ସମର୍ଥକଙ୍କୁ ଲୋକଙ୍କ ମଧ୍ୟରେ ଯିବାକୁ ନିବେଦନ କରିଛନ୍ତି। ଶିବସେନା କାହାର ବୋଲି ଜନସାଧାରଣ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଭାବନ୍ତି ଯେ ସେ ଶିବସେନାକୁ ଧ୍ୱଂସ କରିବେ କିନ୍ତୁ ଶିବସେନା କେବେବି ଶେଷ ହେବ ନାହିଁ। ବୈଠକରେ ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସଭାରେ ଦଳର ନେତା ତଥା ମୁଖପାତ୍ରଙ୍କ ସମେତ ଶିବସେନା ଉଦ୍ଧବ ବାଲାସାହେବ ଦଳର ସମସ୍ତ ବଡ ନେତା ଅଂଶଗ୍ରହଣ କରିଥିଲେ। ଉଦ୍ଧବଙ୍କ ବାସଭବନ ମାତୋଶ୍ରୀ ଠାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ଶିବସେନା ଉଦ୍ଧବ ଠାକରେ ଦଳ ପାଇଁ ଏକ ବଡ଼ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଛି।

ସୁପ୍ରିମକୋର୍ଟରେ ଆୟୋଗଙ୍କର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଉଦ୍ଧବ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଲୋକଙ୍କ ସତ୍ୟ ଏବଂ ବିଜୟ ବୋଲି ଏକନାଥ ଶିନ୍ଦେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri