ବିପଦରେ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ,୨୫ା୧୨(ଡି.ଏନ.ଏ.):  ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଲଲିତଗିରି ସଂଲଗ୍ନ ପାରାଭାଡ଼ି ପାହାଡ଼ ପ୍ରାଚୀନ ବୌଦ୍ଧସ୍ତୂପ ପାଇଁ ବେଶ ପରିଚୟ ସୃଷ୍ଟି କରିଛି। ମାତ୍ର ରାଜ୍ୟ ସରକାର ଏହି ପାହାଡ଼ରୁ ଖାଣ୍ଡୋଲାଇଟ ପଥର ଖନନ କରାଯିବ ବୋଲି ନିଷ୍ପତ୍ତି ନେଲା ପରେ ଏବେ ପାହାଡ଼ଟି ସମ୍ପୂର୍ଣ୍ଣ ବିପଦରେ। ଏହି ପାହାଡ଼ ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ କେଶରାଇପୁର ଓ ବନ୍ଦରେଶ୍ୱର ଶୁଖୁଆପଡ଼ା ମୌଜାରେ ୮୦ ଭାଗ ଅବସ୍ଥିତ ଥିଲାବେଳେ ୨୦ ଭାଗ କଟକ ଜିଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଲଲିତଗିରି ମୌଜାରେ ରହିଛି। ପାହାଡ଼ ଶୀର୍ଷ ଦେଶରେ ପ୍ରାଚୀନ ବୌଦ୍ଧସ୍ତୂପ ପାରାଭାଡ଼ି ରହିଛି, ଯାହାକି ଖ୍ରୀ:ପୂ ଦ୍ୱିତୀୟ ଶତାଦ୍ଦୀ ସମୟର ବୋଲି ଐତିହାସିକ ମତ ଦିଅନ୍ତି। ରାଜ୍ୟ ସରକାରଙ୍କୁ ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଖାଣ୍ଡୋଲାଇଟ ପଥରର ଆବଶ୍ୟକତା ରହିଥିଲା। ସେଥିପାଇଁ ଖାଣ୍ଡୋଲାଇଟ ପଥର ଖଣି ଖନନ ନିମନ୍ତେ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମସି)କୁ ଦାୟିତ୍ୱ ଦିଆଯାଇଥିଲା। ଓଏମ୍‌ସି ତରଫରୁ ବିଭିନ୍ନ ସ୍ଥାନରେ ସର୍ଭେ ପରେ ପାରାଭାଡ଼ି ପାହାଡ଼ ଖନନ ପାଇଁ ସ୍ଥିରୀକୃତ ହୋଇଥିଲା। ଏହି ପାହାଡ଼ରୁ ଖାଣ୍ଡୋଲାଇଟ ସାଇଜ ପଥର କାଟିବା ପାଇଁ ସେଠାରେ ମେଶିନ୍‌ ପକାଯାଇଥିଲା। ତେବେ ଓଏମ୍‌ସି ତରଫରୁ ଶୁଖୁଆପଡ଼ା ଅଞ୍ଚଳରୁ ପଥର ଖନନ କରାଯିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପ୍ରକୃତ ପଥର ଖନନ କେଶରାଇପୁର ରାଜସ୍ବ ମୌଜାରୁ କରାଗଲା। କେଶରାଇପୁରଠାରେ ଖନନ କରାଯାଉଥିଲେ ମଧ୍ୟ ଏହି ଖଣିର ନାମ ଶୁଖୁଆପଡ଼ା ରଖାଗଲା। ଖଣି ଖନନର ୨ମାସ ପରେ ସେଠାରୁ ଉତ୍ତମ ମାନର ପଥର ବାହାରିଲା ନାହଁି। ଯେଉଁଥି ପାଇଁ ଓଏମ୍‌ସି କଟକ ଜିଲାର ଗୋବିନ୍ଦପୁରଠାରେ ପଥର ଖନନ କରି ଏଠାକୁ ଆଣି ମେଶିନ୍‌ରେ କାଟୁଛି। ହେଲେ ଆଶ୍ଚର୍ଯ୍ୟର କଥା ଏଠାରୁ ଖାଣ୍ଡୋଲାଇଟ୍‌ ପଥର ବାହାରୁ ନ ଥିଲେ ମଧ୍ୟ ପାରାଭାଡ଼ି ବୌଦ୍ଧ ସ୍ତୂପର ଠିକ୍‌ ତଳକୁ ପାହାଡ଼ର ହଜାର ହଜାର ଗଛ କଟାଯିବା ସହ ପାହାଡ଼କୁ ବିସ୍ତୀର୍ଣ୍ଣ କରିଦିଆଗଲା, ଯାହାକୁ ନେଇ ବୁଦ୍ଧାୟନ ତରଫରୁ ଏହାର ସଭାପତି ପ୍ରଦୀପ୍ତ କୁମାର ଭୁୟଁା ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଚିଠି ଲେଖିଥିଲେ। ଏହାପରେ ଏହି ଖନନ ବିରୋଧରେ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରିଥିଲେ। ମାତ୍ର ଓଏମ୍‌ସି ତରଫରୁ ଏହାକୁ ବନ୍ଦ କରାଯାଇ ନ ଥିଲା। ତେଣୁ ଏହି ଶୁଖୁଆପଡ଼ା ଖଣିରୁ ପଥର ବାହାରୁ ନ ଥିଲାବେଳେ ପ୍ରାଚୀନ ବୌଦ୍ଧ ସ୍ତୂପ ରହିଥିବା ପାରାଭାଡ଼ି ପାହାଡ଼କୁ ଯେଉଁଭଳି ଭାବେ ନଷ୍ଟ କରାଗଲା ତା’ର କ୍ଷତିପୂରଣ କିଏ ଭରଣ କରିବ ବୋଲି ଭୂୟଁା ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଶୁଖୁଆପଡ଼ା ଖଣିରୁ ଯେଉଁ ପଥର ବାହାରୁଛି ସେଗୁଡ଼ିକ ଭାଙ୍ଗିଯାଉଛି। ସେଥିପାଇଁ ସେଠାରୁ ଖନନ ବନ୍ଦ କରାଯାଇ ଗୋବିନ୍ଦପୁରରୁ ଖନନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଲଜ୍ଜା: ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri