ବଦଳିବ ପାଗ, ୫ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଶନିବାରଠାରୁ ପାରଦ ସାମାନ୍ୟ ତଳମୁହାଁ ହୋଇଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧ ଓ ୨ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଛି। ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପରେ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ୧୭ ତାରିଖରୁ ଅଧିକାଂଶ ଜିଲାରେ ଝଡ଼ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୧୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଆଦି ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ପାଗ ୨୦ ତାରିଖ ଯାଏ ରହିବା ନେଇ ଅନୁମାନ କରାଯାଇଛି।
ଅନ୍ୟପକ୍ଷରେ ୨୩ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ବୌଦ୍ଧ ୪୨.୫, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ତାଳଚେର ୪୨.୨, ଟିଟିଲାଗଡ଼ ୪୧, ସମ୍ବଲପୁର ୪୦.୯, ବଲାଙ୍ଗୀର ୪୧.୭, ଅନୁଗୋଳ ୪୧.୧, ସୋନପୁର ୪୦.୭, ସୁନ୍ଦରଗଡ଼ ୪୧, ରାଉରକେଲା ୪୧.୬, ଭବାନୀପାଟଣା ୪୧.୨, କଟକ ୪୧.୨, କେନ୍ଦୁଝର ୪୧, ହୀରାକୁଦ ୪୦, ଭୁବନେଶ୍ୱର ୪୧.୭, ଢେଙ୍କାନାଳ ୪୦.୮, ଚାନ୍ଦବାଲି ୪୦.୭, ପାରଳାଖେମୁଣ୍ଡି ୪୦.୪, ନୟାଗଡ଼ ୪୦, ଯାଜପୁର ୪୧, ଭଦ୍ରକ ୪୦, ଖୋର୍ଦ୍ଧା ୪୦ ଏବଂ ବରଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତେବେ ଶନିବାର ବିଶ୍ୱର ତୃତୀୟ ଉତ୍ତପ୍ତ ସହର ପାଲଟିଥିବା ବାରିପଦାର ତାପମାତ୍ରା ହଠାତ୍‌ ୭.୪ ଡିଗ୍ରୀ ତଳକୁ ଖସି ୩୬.୬ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି। ଶୁକ୍ରବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୪ ଡିଗ୍ରୀ। ସେଠାରେ ପାଗ ମେଘୁଆ ରହିବା ଯୋଗୁ ତାପମାତ୍ରା ତଳକୁ ଖସିଲା ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ବୈଜ୍ଞାନିକ ଉମା ଶଙ୍କର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri