ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?

ନୂଆଦିଲ୍ଲୀ,୩।୧୧: ଚଳିତ ବର୍ଷର ପାର୍ବଣ (ଦଶହରା, ଗଜଲକ୍ଷ୍ମୀ,କାଳୀପୂଜା ଏବଂ ଧନ୍‌ତେରସ୍‌) ସମୟରେ ଉଭୟ ସୁନା ଓ ରୁପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଏପରିକି ପାର୍ବଣ କାରବାର ପାଇଁ ସବୁ ବର୍ଗର ଅଳଙ୍କାର ପ୍ରତିଷ୍ଠାନ ଆକର୍ଷଣୀୟ ଅଫର ଓ ଉପହାରର ବ୍ୟବସ୍ଥାକରି ପାର୍ବଣ କାରବାର କରିଥିଲେ। ଅପରପକ୍ଷରେ କ୍ରମାଗତ ଭାବେ ଉଭୟ ସୁନା ଓ ରୁପା ଦର ବୃଦ୍ଧି ଯୋଗୁ ପାର୍ବଣ କାରବାର ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିଲା। ହେଲେ ପାର୍ବଣ ପରେ ଉଭୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ଭାବେ ୨ୟ ଦିନ ଲାଗି ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଛି। ଏପରିକି ମଙ୍ଗଳବାର ନୂଆଦିଲ୍ଲୀରେ ସୁନା ଉପରେ ପ୍ରାୟ ୮୦୦ ( ୭୯୦ ଟଙ୍କା) ଟଙ୍କା ହ୍ରାସ ପାଇଥିଲାବେଳେ ୩୦୦୦ରୁ ଅଧିକ ଟଙ୍କାର ରୁପା ଦରରେ କମିଥିବା ଜଣାପଡ଼ିଛି। ଫଳରେ ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୦,୭୨୩ ଟଙ୍କାରେ କାରବାର ହେଉଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୪,୦୧୩ ଟଙ୍କାରେ କାରବାର ହେଉଛି। ଏପରିକି ରୁପା କିଲୋଗ୍ରାମ ବା କେ.ଜି. ପିଛା ୩୨୦୦ ଟଙ୍କା କମି ୧,୦୦,୦୦ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୧୮ କ୍ୟାରେଟ ସୁନା ଓ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୦ରୁ ୫୫ ହଜାର ଟଙ୍କାରେ କାରବାର ହେଉଛି।

ସେହିପରି ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୦,୩୨୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୩,୭୦୦ ଟଙ୍କାରେ କାରବାର ହେଉଛି। ଏପରିକି ରୁପା କେ.ଜି. ପିଛା ୩୦୦୦ ଟଙ୍କା କମି ୧,୦୬,୦୦ଟଙ୍କାରେ ପହଞ୍ଚତ୍ଛି। ଏପରିକି ୧୮କ୍ୟାରେଟ ସୁନା ଓ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୫ରୁ ୬୫ ହଜାର ଟଙ୍କାରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri