କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!

ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଡାକ୍ତର ଜଣକ ଗୁରୁବାର କରୋନାରୁ ରକ୍ଷା ପାଇବାକୁ ଏକ ଭ୍ୟାକ୍ସିନ ନେଇଥିଲେ । ସେ ଜଣେ କ୍ୟାନସର ସ୍ପେଶାଲିଷ୍ଟ ହୋଇଥିବା ବେଳେ ମର୍ଡନା ଭ୍ୟାକ୍ସିନ ନେଇଥିବା କୁହାଯାଏ । ଡାକ୍ତର କହିଛନ୍ତି ଯେତେବେଳେ ସେ କରୋନା ଭ୍ୟାକ୍ସିନ ନେଇଥିଲେ ତା’ପରେ ପରେ ତାଙ୍କ ଦେହରେ ଆଲର୍ଜି ଦେଖାଦେଇଥିଲା । ମୁଣ୍ଡ ବୁଲାଇବା ସହ ହାର୍ଟ ବିଟ୍ ମଧ୍ୟ ବଢି ଯାଇଥିଲା । ଏହାକୁ ନେଇ ଆମେରିକାର ଚିଫ୍ ସାଇଣ୍ଟିଷ୍ଟ ଆଡଭାଜର ଡାକ୍ତର ମୋନସେଫ୍ ସ୍ଲେବୋଇ କହିଛନ୍ତି ଦ୍ୱିତୀୟ ଭ୍ୟାକ୍ସିନ ତୁଳନାରେ ଫାଇଜର ଭ୍ୟାକ୍ସିନ ଲୋକଙ୍କ ନିକଟରେ ଅଧିକ ଆଲର୍ଜି ସୃଷ୍ଟି କରୁଛି । ଆଉ ଯେଉଁମାନଙ୍କର ଅଧିକ ଆଲର୍ଜି ହେଉଛି ସେମାନଙ୍କୁ ଇପିପେନ ଔଷଧ ଦିଆଯାଉଛି । ତେବେ ମର୍ଡନା ଭ୍ୟାକ୍ସିନ ନେଇ ଯେଉଁ ଡାକ୍ତର ଅସୁସ୍ଥ ହୋଇ ପଡିଥିଲେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପରେ ସେ ଏବେ ସୁସ୍ଥ ହୋଇଯାଇଛନ୍ତି ।

Share