Posted inଫୁରସତ

କପେ କଫି ଦେଇଥାଏ ଲକ୍ଷେ ଟଙ୍କାର ଚାକିରୀ, ଇଣ୍ଟରଭ୍ୟୁବେଳେ ବିଶେଷ ଧ୍ୟାନ ଦିଅନ୍ତି ସିଇଓ

ଜବ୍‌ ଇଣ୍ଟରଭ୍ୟୁ ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନାକୁ ପଡିଥାଏ। କମ୍ପାନୀର ଯେକୌଣସି ପ୍ରକାର ଟେଷ୍ଟକୁ କ୍ରାକ୍‌ କରିବା ପାଇଁ ପ୍ରାର୍ଥୀ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଆବେଦନକାରୀଙ୍କ ମଧ୍ୟରୁ କିଛିଜଣ ଚାହାନ୍ତି କି, ଇଣ୍ଟରଭ୍ୟୁରେ କମ୍ପାନୀର ଲୋକଙ୍କୁ ଇମ୍ପ୍ରେସ କରିବା ସହ କିପରି ଭିଡ ଭିତରୁ ଅଲଗା ଦେଖାଯିବେ। ତେବେ ଆମେ ଆପଣଙ୍କୁ ଏପରି ଏକ ଚାକିରୀ ଇଣ୍ଟରଭ୍ୟୁ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଇଣ୍ଟରଭ୍ୟୁରେ କଫି କପ୍‌ ଟେଷ୍ଟ ହୋଇଥାଏ।

ଗୋଟିଏ ସଫ୍ଟଓ୍ବେୟାର କମ୍ପାନୀର ସିଇଓ ଟ୍ରେଣ୍ଟ ଇନ୍ସ ଏସମ୍ପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି, କଫି କପ୍‌ ଟେଷ୍ଟରେ ବ୍ୟକ୍ତିଙ୍କର ଯୋଗ୍ୟତାକୁ ନେଇ କୌଣସି ପରୀକ୍ଷା କରାଯାଏ ନାହିଁ। ଏହି ଟେଷ୍ଟ ଦ୍ୱାରା ବ୍ୟକ୍ତି ଜଣକ ନିଜ ନୂଆ ଓ୍ବାର୍କ ପ୍ଲେସରେ ଖାପ ଖୁଆଇ ଚଳି ପାରୁଛନ୍ତି ନା ନାହିଁ ସେ ସମ୍ପର୍କରେ ମଧ୍ୟ ଦେଖାଯାଇଥାଏ।
ସେ ଆହୁରି କହିଛନ୍ତି, କମ୍ପାନୀ ପ୍ରତ୍ୟେକ କର୍ମଚାରୀ ପାଖରେ ଏକ ଟିମ୍‌ ପ୍ଲେୟାର ବିଶେଷତ୍ୟ ଗୁଣକୁ ଖୋଜିଥାଏ। ଏହାକୁ ନେଇ ଇଣ୍ଟରଭ୍ୟୁ ଭିତରେ ଆମେ ଏକ ଛୋଟ ଟେଷ୍ଟ କରିଥାଉ। ଯେଉଁଥିରେ ଇଣ୍ଟରଭ୍ୟୁ ବାହାନାରେ କମ୍ପାନୀର କିଚେନ ରୁମ୍‌କୁ ତାଙ୍କୁ ନେଇଯାଉ। ସେଠାରେ ତାଙ୍କୁ ଗୋଟିଏ କପ୍‌ ଚା ଦେଇଥାଉ।
ଇଣ୍ଟରଭ୍ୟୁ ପରେ ଆମେ ନଜର ରଖିଥାଉ କି, ବ୍ୟକ୍ତିଜଣକ ଖାଲି କଫି କପ୍‌କୁ ନିଜ ସ୍ଥାନରୁ ଉଠାଇ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି କି ନାହିଁ। ଏହାଦ୍ୱାରା ତାଙ୍କର ଆଦର୍ଶ ବିଷୟରେ ଜାଣିପାରୁ।
ଖାଲି କପ୍‌କୁ ବେଞ୍ଚରେ ଛାଡିଗଲେ ତାଙ୍କୁ ରେଡ୍‌ ଫ୍ଲାଗ ଭାବରେ ଦେଖିଥାଉ। ଅର୍ଥାତ୍‌ ସେ କମ୍ପାନୀରେ ନିଜ ଛଡା ଆଉ କେଉଁ କର୍ମଚାରୀଙ୍କୁ ଖାତିର କରନ୍ତି ନାହିଁ। ଯଦି ସେ କପ୍‌ ଉଠାଉଛନ୍ତି ତେବେ ତାଙ୍କୂ ଏକ ଟିମ୍‌ ପ୍ଲେୟାର ଭାବେର ଦେଖିଥାଉ। ଏସବୁ ସମସ୍ତଙ୍କର ଦୃଷ୍ଟିକୋଣ ଉପରେ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri