Posted inଖେଳ

ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍‌, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼

ବ୍ରିସବେନ୍‌,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍‌ ସଂଗ୍ରହ କରିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୩/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ୭ ଉଇକେଟ ହରାଇ ୩୯୨ ରନ୍‌ ଯୋଡ଼ିବାରେ ସମର୍ଥ ହୋଇଥିଲା।

ଦ୍ୱିତୀୟ ଦିନର ଖେଳ ଆରମ୍ଭରୁ ଭାରତୀୟ ବୋଲର ପ୍ରଭାବୀ ବୋଲିଂ କରିଥିଲେ। ଯଶ୍‌ପ୍ରୀତ ବୁମ୍‌ରା ଉଭୟ ଓପନରଙ୍କୁ ଆଉଟ କରିଥିବା ବେଳେ ଅଷ୍ଟ୍ରେଲିଆ ୩୮ ରନ୍‌ରେ ୨ ଉଇକେଟ ହରାଇଥିଲା। ମାର୍ନସ ଲାବୁଶେନ୍‌ ୧୨ ରନ୍‌ କରିବା ସହିତ ତୃତୀୟ ଉଇକେଟରେ ଷ୍ଟିଭେନ୍‌ ସ୍ମିଥଙ୍କ ସହିତ ୩୭ ରନ୍‌ ଯୋଡ଼ିଥିଲେ। ଲାବୁଶେନଙ୍କୁ କୋହଲିଙ୍କ ହାତରେ କ୍ୟାଚ କରାଇ ନୀତୀଶ କୁମାର ରେଡ୍ଡୀ ଏହି ଯୋଡ଼ି ଭାଙ୍ଗିଥିଲେ। ୭୫ ରନ୍‌ରେ ତୃତୀୟ ଉଇକେଟର ପତନ ପରେ ୨୪୧ ରନ୍‌ ଯୋଡ଼ିଥିଲେ ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥ୍‌।

ଦ୍ୱିତୀୟ ଟେଷ୍ଟରେ ଶତକ ସହ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରହିଥିବା ହେଡ୍‌ ପୁଣି ଥରେ ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। କାଉଣ୍ଟର ଆଟାକ କରି ଭାରତୀୟ ବୋଲରଙ୍କ ଲାଇନ୍‌ଲେନ୍ଥ ବିଗାଡ଼ି ଥିବା ବେଳେ ଫର୍ମକୁ ଫେରିଥିଲେ ଷ୍ଟିଭେନ୍‌ ସ୍ମିଥ୍‌। ଭାରତ ବିପକ୍ଷରେ କ୍ରମାଗତ ଶତକ ହାସଲ କରିଥିବା ହେଡ୍‌ ୧୬୦ ବଲ୍‌ ଖେଳି ୧୮ ଚୌକା ସହିତ ୧୫୨ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଫର୍ମକୁ ଫେରିଥିବା ସ୍ମିଥ୍‌ ୧୯୦ ବଲ୍‌ ଖେଳି ୧୨ ଚୌକା ସହ ୧୦୧ ରନ୍‌ କରିଥିଲେ।

ଦଳୀୟ ସ୍କୋର ୩୧୬ରେ ସ୍ମିଥଙ୍କୁ ଆଉଟ କରି ବୁମ୍‌ରା ଏହି ଭାଗୀଦାରି ଶେଷ କରିଥିଲେ। ପରବର୍ତ୍ତୀ ୧୧ ରନ୍‌ ମଧ୍ୟରେ ମିଚେଲ୍‌ ମାର୍ଶ(୫) ଓ ଟ୍ରାଭିସ୍‌ ହେଡ୍‌ଙ୍କୁ ଆଉଟ କରି ୫ ଉଇକେଟ ସଫଳତା ପୂରଣ କରିଥିଲେ ବୁମ୍‌ରା। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ୧୨ତମ ୫ ଉଇକେଟ ସଫଳତା। ପରେ ଉଇକେଟକିପର ଆଲେକ୍ସ କେରୀ(୪୫*) ଓ ଅଧିନାୟକ ପ୍ୟାଟ୍‌ କୁମିନ୍ସ(୨୦) ଅଷ୍ଟମ ଉଇକେଟରେ ୫୮ ରନ୍‌ ଯୋଡ଼ିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଆଲେକ୍ସ କେରୀ ୪୫ ଓ ମିଚେଲ ଷ୍ଟାର୍କ ୭ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ଯଶ୍‌ପ୍ରୀତ ବୁମ୍‌ରା ୫, ନୀତୀଶ କୁମାର ରେଡ୍ଡୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri